Advertisment

ମହୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ

ମହୁ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟୀ ବୋଲି ବିଶ୍ୱାସ। ମହୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଭିଟାମିନ୍‌-ଏ, ବି, ସି, ଆଇରନ୍‌, ମ୍ୟାଗ୍ନେସିୟମ, କ୍ୟାଲସିଅମ୍‌, ଫସଫରସ, ପୋଟାସିୟମ, ସୋଡିୟମ ଆଦି ପୋଷକତତ୍ତ୍ୱ ଭରପୂର ମାତ୍ରାରେ ରହିଛି। କୌଣସି ଜିନିଷ ଖାଇବା ଦ୍ୱାରା ଲାଭ ଏବଂ କ୍ଷତି ଉଭୟ ହୋଇଥାଏ। ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ଜିନିଷର ପ୍ରଭାବ ଭିନ୍ନ […]

ଅଦ୍ୟତନ ହୋଇଛି
ମହୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ

Honey

Advertisment

ମହୁ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟୀ ବୋଲି ବିଶ୍ୱାସ। ମହୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଭିଟାମିନ୍‌-ଏ, ବି, ସି, ଆଇରନ୍‌, ମ୍ୟାଗ୍ନେସିୟମ, କ୍ୟାଲସିଅମ୍‌, ଫସଫରସ, ପୋଟାସିୟମ, ସୋଡିୟମ ଆଦି ପୋଷକତତ୍ତ୍ୱ ଭରପୂର ମାତ୍ରାରେ ରହିଛି। କୌଣସି ଜିନିଷ ଖାଇବା ଦ୍ୱାରା ଲାଭ ଏବଂ କ୍ଷତି ଉଭୟ ହୋଇଥାଏ। ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ଜିନିଷର ପ୍ରଭାବ ଭିନ୍ନ ହୋଇଥାଏ। ତେଣୁ ମହୁ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ। ତେବେ ମହୁ ଖାଇବା ଦ୍ୱାରା କ'ଣ ସବୁ କ୍ଷତି ହୁଏ ଆସନ୍ତୁ ଜାଣିବା।

Advertisment
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆପଣ ଦିନସାରା କେତେ ପରିମାଣର ମହୁ ଖାଉଛନ୍ତି ସେଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ମହୁର ଅତ୍ୟଧିକ ବ୍ୟବହାର ଦ୍ୱାରା ଦାନ୍ତ ଏବଂ ମାଢ଼ିର ଗୁଣ୍ଡ କ୍ଷୟ ହେବା ଆଶଙ୍କା ବଢ଼ିଯାଏ।
  • ଫ୍ୟାଟି ଲିଭର ସମସ୍ୟା ଥିବା ଲୋକଙ୍କ ପାଇଁ ମହୁ ବିପଦ ହୋଇପାରେ। ଏହା ଫ୍ୟାଟି ଲିଭରରେ ପୀଡିତ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଏଥିପାଇଁ ଏହି ବ୍ୟକ୍ତିଙ୍କୁ ସୀମିତ ମାତ୍ରାରେ ମହୁ ଖାଇବା ପାଇଁ ପରାମର୍ଶ ଦିଆଯାଏ।
  • ସେହିପରି ଆଲର୍ଜି ସମସ୍ୟା ଥିବା ଲୋକେ ମଧ୍ୟ ମହୁଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣଙ୍କ ଆଲର୍ଜି ସମସ୍ୟା ରହିଛି ତେବେ ମହୁ ଖାଇବା ଦ୍ୱାରା ଏହା କମ୍‌ ହେବା ବଦଳରେ ଆହୁରି ବଢ଼ିଯିବା ଆଶଙ୍କା ରହିଥାଏ।
  • ମଧୁମେହ ରୋଗୀମାନେ ମଧ୍ୟ ମହୁ ଠାରୁ ଦୂରେଇ ରହିବା ଉଚିତ, ନଚେତ ସେମାନଙ୍କ ପାଇଁ ଏହା ଭୟଙ୍କର ପ୍ରମାଣିତ ହୋଇପାରେ।
  • ସାଧାରଣତଃ ମହୁରେ ଚିନି ଥାଏ। ତେଣୁ ଏହାକୁ କମ୍‌ ମାତ୍ରାରେ ବ୍ୟବହାର କରିବା ଉଚିତ। ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଟାଇପ-୨ ଡାଇବେଟିସ୍‌ ରୋଗୀଙ୍କ ବ୍ଲଡ ସୁଗାର ଲେବୁଲ ବଢ଼ିଯାଇପାରେ।
  • ୧୨ ମାସରୁ କମ୍‌ ବୟସର ଶିଶୁଙ୍କୁ ମହୁ ସେବନ କରାଇବା ଉଚିତ ନୁହେଁ। ଏହାଦ୍ୱାରା ଶିଶୁମାନଙ୍କ ମଧ୍ୟରେ କ୍ଲୋଷ୍ଟ୍ରିଡିୟମ ଇନ୍‌ଫେକ୍‌ସନ୍‌ ବିପଦ ରହିଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe