ଦାନ୍ତ ପତଳା ହୋଇଯାଉଛି କି? ଜାଣନ୍ତୁ କେମିତି ଦେବେ ସୁରକ୍ଷା

ମୁଖ ଗହ୍ୱର ରୋଗୀଙ୍କ ପାଇଁ ବଡ ଚିନ୍ତା ହେଲା ଦାନ୍ତ ସରି ସରି ଯିବା ବା ପତଳା ହୋଇଯିବା। ଏହି ରୋଗୀମାନେ ବିଭିନ୍ନ ପ୍ରକାର ଲକ୍ଷଣ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆସିଥାନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ରୋଗରେ ପଡିଥାନ୍ତି। ବେଳେବେଳେ ଅବହେଳା ଯୋଗୁଁ ଏହି ରୋଗ ହୋଇଥାଏ। ଯାହାକୁ ଆମେ ଅକ୍ୱଆଡ ଜଜିନ୍‌ ବୋଲି କହିଥାଉ। ବିଶେଷ ଭାବେ ଏହି ରୋଗଗୁଡିକୁ ୩ ଭାଗରେ ବିଭକ୍ତ କରାଯାଏ। ଦାନ୍ତର ଉପର ଅଂଶ ଯାହାକି ସବୁଠାରୁ […]

Tooth and Bone loss

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 04:55 PM IST

ମୁଖ ଗହ୍ୱର ରୋଗୀଙ୍କ ପାଇଁ ବଡ ଚିନ୍ତା ହେଲା ଦାନ୍ତ ସରି ସରି ଯିବା ବା ପତଳା ହୋଇଯିବା। ଏହି ରୋଗୀମାନେ ବିଭିନ୍ନ ପ୍ରକାର ଲକ୍ଷଣ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆସିଥାନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ରୋଗରେ ପଡିଥାନ୍ତି। ବେଳେବେଳେ ଅବହେଳା ଯୋଗୁଁ ଏହି ରୋଗ ହୋଇଥାଏ। ଯାହାକୁ ଆମେ ଅକ୍ୱଆଡ ଜଜିନ୍‌ ବୋଲି କହିଥାଉ।

ବିଶେଷ ଭାବେ ଏହି ରୋଗଗୁଡିକୁ ୩ ଭାଗରେ ବିଭକ୍ତ କରାଯାଏ। ଦାନ୍ତର ଉପର ଅଂଶ ଯାହାକି ସବୁଠାରୁ କଠିନତମ ସ୍ତର, ତାହା ସହଜରେ ସରେନାହିଁ। ଗଠନ ଗତ ପ୍ରକ୍ରିୟାରୁ ଏହା ସରିଗଲେ ତାହା ଚିକିତ୍ସଙ୍କ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଔଷଧ ସେବନ ଦ୍ୱାରା ଭଲ ହୁଏ। ବେଳେବେଳେ ସରିଯିବା ଅଂଶକୁ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ଦ୍ୱାରା ପୂର୍ବବତ୍‌ ନୂଆ କରି ଗଢି ଦିଆଯାଏ। ଯାହାକୁ ଡାକ୍ତରୀ ଭାଷାରେ ଫିଲିଙ୍ଗ ବା କସ୍ମେମେଟିକ୍‌ ଫିଲିଙ୍ଗ କୁହାଯାଏ। ଏହି ରୋଗକୁ ଆଟ୍ରିସନ୍‌ କୁହାଯାଏ। ଏହାଦ୍ୱାରା ରୋଗୀ କୌଣସି ଖଟା, ମିଠା, ଗରମ ଚା, ଦହି, ଲସି କିମ୍ୱା ଅମ୍ଳଯୁକ୍ତ ଖାଦ୍ୟ ଖାଇପାରେ ନାହିଁ। ତନ୍ତୁ ଜାତୀୟ ଖାଦ୍ୟ ଯଥା ପିଜୁଳି, ସେଓ, ଇତ୍ୟାଦି ଚୋବାଇବା ଦ୍ରବ୍ୟ ଖାଇପାରେ ନାହିଁ। ଯନ୍ତ୍ରଣା ହୁଏ। ପବନ ବାଜିଲେ ବି ଶୀତେଇ ଉଠେ।

କେମିତି ମୁକ୍ତି ପାଇବେ ?

୧. ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ମିଳୁଛି, ଯାହାକି ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ବ୍ୟବହାର କଲେ ଏଭଳି ରୋଗରୁ ମୁକ୍ତି ପାଇପାରିବେ।

୨. ସେହିପରି ଦନ୍ତର ମଧ୍ୟଭାଗ ସରିଯାଇ ପତଳା ହେଲେ ତାକୁ ଆବ୍ରିସନ୍‌ କୁହାଯାଏ। ଏଭଳି ରୋଗ ଦ୍ୱାରା ଖୁବ୍‌ଶୀଘ୍ର ଦନ୍ତର ମଧ୍ୟଭାଗରେ ଛିଦ୍ର ହୋଇଯାଏ। ଦନ୍ତ ଭିତରର ସୂକ୍ଷ୍ମଝିଲ୍ଲୀ ଥିବା ନରମ ଯାହାକୁ ପଲପ୍‌ କ୍ୟାଭିଟ୍‌ କୁହାଯାଏ, ତାହା ରୋଗାକ୍ରାନ୍ତ ହୁଏ। ଫଳରେ ରୋଗୀ ଅସହ୍ୟ ଯନ୍ତ୍ରଣା ପାଏ। ଏଭଳି ରୋଗୀମାନଙ୍କୁ ଆଜିକାଲି ଅତ୍ୟାଧୁନିକ ଦନ୍ତ ଚିକିତ୍ସା ରୁଟ୍‌ କେନାଲ ଚିକିତ୍ସା କରାଯାଉଛି।

୩. ଦନ୍ତର ମାଢି ମଝିରେ ଥିବା ନିମ୍ନ ଭାଗରେ ବେଳେବେଳେ ଦନ୍ତ ସରିବା ଦ୍ୱାରା ରୋଗୀ ବହୁ କଷ୍ଟ ପାଆନ୍ତି। ଏପରି ରୋଗୀମାନଙ୍କ ମାଢି ଭିତରେ ମଇଳା ଜମେ। ଅତ୍ୟଧିକ ଘୋରି ହୋଇ ବେଳେବେଳେ ଦାନ୍ତର କିଛି ଅଂଶ ଭାଙ୍ଗିଯାଏ। ଏହାକୁ ଡାକ୍ତରୀ ଭାଷାରେ ଇରୋଜନ୍‌ କୁହାଯାଏ। ଏହି ରୋଗୀମାନଙ୍କୁ ଦନ୍ତ ଚିକିତ୍ସକଙ୍କ ଦ୍ୱାରା ଫିଲିଂ କରି ଚିକିତ୍ସା କରାଯାଏ।

୪. ନିଜର କୁ-ଅଭ୍ୟାସ ଦ୍ୱାରା ଏପରି ରୋଗ ହୁଏ। ଯଥା କଠିନ ପଦାର୍ଥ ଦ୍ୱାରା ଦାନ୍ତ ସଫା, ଅନୁପଯୁକ୍ତ ବ୍ରସ୍‌ ବ୍ୟବହାର, ପାଉଁଶ, ଅଙ୍ଗାର, ଦ୍ୱାରା ଦାନ୍ତସଫା ଯୋଗୁ ଏପରି ହୋଇଥାଏ। ଅସାବଧାନତା ହେତୁ ବହୁ ସମୟରେ ଉପଯୁକ୍ତ ଚିକିତ୍ସା ନପାଇ ଦାନ୍ତ ହରାଇବାକୁ ପଡେ। ତେଣୁ ସୁସ୍ଥ ନିରାମୟ ନିରୋଗ ଦନ୍ତ ରୋଗ ପାଇଁ ଭେଳି କାର୍ଯ୍ୟରୁ ଦୂରେଇ ରହିଲେ ଦନ୍ତ ସରିବ ନାହିଁ।

ଏଭଳି ରୋଗୀଙ୍କୁ ପରାମର୍ଶ

୧. ନରମ ବ୍ରସ୍‌ରେ ଦୁଇବେଳା ଦାନ୍ତ ଘସନ୍ତୁ।

୨. ବେଶୀ ସମୟ ଦାନ୍ତ ଘସନ୍ତୁ ନାହିଁ।

୩. ଦନ୍ତର ଉପର ଭାଗ ସରିଗଲେ ଉପର ଅଂଶରେ ବ୍ରସ୍‌ ବଜାନ୍ତୁ ନାହିଁ।

୪. ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

୫. ପାନ, ଗୁଡାଖୁ, ଗୁଟୁକା ଖାଇବା ଅନୁଚିତ।

୬. ପ୍ରତି ୩ ମାସରେ ଥରେ ବ୍ରସ୍‌ ବଦଳାଇବା ଜରୁରୀ

୭. ମିଠା, ଖୀର, ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଟି କୁଳି କରିବା ଉଚିତ।

ପ୍ରାଥମିକ ଅବସ୍ଥାରେ ଉପରୋକ୍ତ ଲକ୍ଷଣ ଦେଖାଗଲେ, ଦନ୍ତ ଦରଜ ହେଲେ, ସିରିସିରି ହେଲେ (ଖଟା ଖାଇଲା ଭଲି ଲାଗିଲେ)। ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା କରାନ୍ତୁ।

ଡାକ୍ତର ଉମେଶ ଚନ୍ଦ୍ର ପାଣିଗ୍ରାହୀ

Related story