Advertisment

ଖାଲି ପେଟରେ ଗ୍ରୀନ୍‌ ଟି' ପିଉଥିଲେ ସାବଧାନ

ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଭୟାନକ ହୋଇପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
ଖାଲି ପେଟରେ ଗ୍ରୀନ୍‌ ଟି' ପିଉଥିଲେ ସାବଧାନ

Green Tea-1

Advertisment

ଆଜି କାଲି ଗ୍ରୀନ୍‌ ଟି' ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି' ପିଇବାକୁ ଭାରି ପସନ୍ଦ କରନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି'କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଭୟାନକ ହୋଇପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି' ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ସକାଳୁ ଖାଲି ପେଟରେ ଗ୍ରୀନ୍‌ ଟି' ପଇଲେ କ'ଣ ସବୁ ଅସୁବିଧା ଭୋଗିବାକୁ ପଡେ ଆସନ୍ତୁ ଜାଣିବା।

Advertisment
  • ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟ ଜଳେ ଓ ଭୋକ ହୁଏନି। କିଛି ଖାଇବାକୁ ଭଲ ଲାଗିବନି। ଖାଲି ପେଟରେ ଗ୍ରୀନ୍‌ ଟି' ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି' ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।
  • ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି' ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦେଖାଦିଏ। ଗ୍ରୀନ୍‌ ଟି'ରେ ଥିବା ଟ୍ୟାନିନ୍‌, ଖାଦ୍ୟ ପଦାର୍ଥ ଏବଂ ପୋଷକ ତତ୍ତ୍ୱରୁ ହେଉଥିବା ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ। ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଏହାକୁ ଅଧିକ ପିଅନ୍ତି ତେବେ ଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
  • କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ ବେଶ କମ୍‌ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍‌ ଟି' ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
  • ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି' ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ଭଳି ସମସ୍ୟା ଉପୁଜେ। କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ। ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି' ପଇବାକୁ ଚେଷ୍ଟା କରିବା ଉଚିତ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe