ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଅନେକ ପ୍ରକାର ରକ୍ତ ପରୀକ୍ଷା କରାଯାଇଥାଏ। ଯେମିତିକି ଲିଭର ଫଙ୍କସନ ଟେଷ୍ଟ, ଆଇରନ ଟେଷ୍ଟ, ଥାଇରଏଡ ଫଙ୍କସନ ଟେଷ୍ଟ ଭଳି ଆହୁରି ଅନେକ । ଅଧିକାଂଶ ଲୋକେ ଶରୀରରେ ରକ୍ତର ପରିମାଣ(ହିମୋଗ୍ଲୋବିନ ମାତ୍ରା) ଜାଣିବା ପାଇଁ ରକ୍ତ ପରୀକ୍ଷା କରାଇଥାନ୍ତି । ଏହାବାଦେ ସଂକ୍ରମଣଜନିତ, କର୍କଟ, ହୃତପିଣ୍ଡ ସମସ୍ୟା, ବୃକକ ସମସ୍ୟା ଆଦି ଏହିସବୁ ରୋଗ କ୍ଷେତ୍ରରେ ରକ୍ତ ପରୀକ୍ଷା ହୋଇଥାଏ । ହେଲେ ଏହି ବ୍ଲଡ ଟେଷ୍ଟରେ ଏମିତି କିଛି ରିପୋର୍ଟ ଆସେ ଯାହା ଡାକ୍ତର ଆପଣକୁ କୁହନ୍ତି ନାହିଁ। କେବଳ ଆବଶ୍ୟକକୁ ଛାଡ଼ିଦେଲେ ଅନ୍ୟ କୌଣସି ଦିଗ ଉପରେ ଡାକ୍ତର କିଛି ଜଣାନ୍ତି ନାହିଁ। ତଥାପି ଏମିତି କିଛି ରିପୋର୍ଟ ଥାଏ ଯାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆସନ୍ତୁ ରକ୍ତପରୀକ୍ଷା ସମ୍ପର୍କିତ କିଛି ମହତ କଥା ଜାଣିବ।
ପୁରଷ ଓ ନାରୀ ମଧ୍ୟରେ ପ୍ରଭେଦ
ପୁରୁଷଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା 13.8- 17.2 g/dL ରହୁଥିବା ବେଳେ ମହିଳାଙ୍କର 12.1 ରୁ 15.1 g/dL ରୁହେ।
ବୟସ ତୁଳନାରେ ରକ୍ତର ପରିବର୍ତ୍ତନ
ସାଧରଣତଃ ବୟସ ତୁଳନାରେ ରକ୍ତରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ହିମଗ୍ଳୋବିନରେ ଏହି ତଫାତ ଆସେ। ସେହିପରି ରକ୍ତ ଚାପରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ । ଅର୍ଥାତ ବୟସ ଅନୁଯାୟୀ ରକ୍ତ ପରୀକ୍ଷା କଲେ ହିମଗ୍ଳୋବିନ ଏବଂ ରକ୍ତଚାପ ଜନିତ ରିପୋର୍ଟରେ ଭିନ୍ନ ଭିନ୍ନ ତଥ୍ୟ ଆସେ। କିନ୍ତୁ ଯଦି ଆପଣ ଏଲଡିଏଲ କୋଲୋଷ୍ଟ୍ରଲର ପରୀକ୍ଷା କରୁଛନ୍ତି ତେବେ ବୟସ ସହିତ କୌଣସି ପରିବର୍ତ୍ତନ ହୋଇ ନ ଥାଏ । ଅର୍ଥାତ ଆପଣ ଯେବେବି ରକ୍ତରେ ଏଲଡିଏଲ କୋଲୋଷ୍ଟ୍ରଲର ପରୀକ୍ଷା କରୁଛନ୍ତି ରିପୋର୍ଟରେ ଫରକ ଆସିବ ନାହିଁ। ସାଧାରଣତଃ ଏହା ସମସ୍ତଙ୍କ ଶରୀରରେ 100 mg/dL ରହିବା ଜରୁରୀ।
ଆସିପାରେ ଭୁଲ ରିପୋର୍ଟ
କେତକ ରୋଗ ଶରୀର ବିଭିନ୍ନ ଅବସ୍ଥାରୁ ପ୍ରଭାବିତ ହୋଇଥାଏ। ଯେପରି ଏଚଆଇଭି । ଅନେକ ସମୟରେ ବ୍ୟକ୍ତି ଏଚଆଇଭି ପୀଡ଼ିତ ହୋଇ ମଧ୍ୟ ରିପୋର୍ଟ ଭୁଲ ବାହାରିଥାଏ । କାରଣ ଏଚଆଇଭି ପରୀକ୍ଷଣ ରକ୍ତରେ ଥିବା ରୋଗପ୍ରତିରୋଧକ ଶକ୍ତି ପରୀକ୍ଷଣ କରିଥାଏ। ସେହିପରି ରେମୋଟଏଟ ଆର୍ଥ୍ରାଇଟସରେ ପରୀକ୍ଷଣ ରିପୋର୍ଟ ଭୁଲ ବାହାରିଥାଏ । ରୋଗର ପ୍ରାରମ୍ଭିକ ଅବସ୍ଥାରେ ପରୀକ୍ଷଣରେ ଭୁଲ ତଥ୍ୟ ବାହାରିବାର ଆଶଙ୍କା ରହିଛି । ରିପୋର୍ଟ ସବୁବେଳେ ରୋଗର ଅବସ୍ଥିତି ସୂଚାଏନାହିଁ। ରକ୍ତ ପରୀକ୍ଷଣ ସବୁବେଳେ ରୋଗର ଅବସ୍ଥିତି ଜଣାଏ ନାହିଁ । ଏହା ଅନ୍ୟ କେତେକ କାରଣକୁ ବି ସୂଚାଇଥାଏ । ଯେପରିକ କୌଣଶି ଚାପରେ ରହିବା , ପରୀକ୍ଷା ପୂର୍ବରୁ ମଦ୍ୟପାନ କରିବା ଆଦି ଏହି ସବୁ କାରଣ ବି ରକ୍ତ ପରୀକ୍ଷଣ ରିପୋର୍ଟରେ ଆସିପାରେ । ଏଭଳି କ୍ଷେତ୍ରରେ ଡାକ୍ତର ଜାଣି ମଧ୍ୟ ଅଧିକ କିଛି ପ୍ରକାଶ କରନ୍ତି ନାହିଁ । ତେଣୁ ରିପୋର୍ଟ ଅନ୍ୟ ବିଶେଷଜ୍ଞଙ୍କଠାରେ ଚେକ୍ କରିବା ଜରୁରୀ।
ସୌଜନ୍ୟ: ଟାଇମ୍ସ ଅଫ ଇଣ୍ଡିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।