ଭଲ ନୁହେଁ ଏକଲାପଣ; ଉଭୟ ଶରୀର ଓ ମନ ପାଇଁ କ୍ଷତିକାରକ

ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ସମସ୍ତେ ଜାଣନ୍ତି। ସେହିଭଳି ଅଧିକ ମୋଟା ହେବା ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ବି ସମସ୍ତେ ଜାଣିଛନ୍ତି। କିନ୍ତୁ ଏ ଦୁଇଟି ଠାରୁ ଆଉ ଗୋଟିଏ ଜିନିଷ ଶରୀର ପାଇଁ ଅଧିକ କ୍ଷତିକାରକ। କିନ୍ତୁ ୟା ବିଷୟରେ ଏତେ ଚର୍ଚ୍ଚା ହୁଏ ନାହିଁ। ତାହା ହେଉଛି ‘ଏକଲାପଣ’। ଆଜିକାଲି ବହୁତ ଲୋକ ଏକୁଟିଆ ଅନୁଭବ କରୁଛନ୍ତି। ପୂର୍ବରୁ ଏତେ ଲୋକ ଏକୁଟିଆ ଅନୁଭବ କରୁ ନଥିଲେ। ବଡ଼ […]

lonliness

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 04:05 AM IST

ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ସମସ୍ତେ ଜାଣନ୍ତି। ସେହିଭଳି ଅଧିକ ମୋଟା ହେବା ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ବି ସମସ୍ତେ ଜାଣିଛନ୍ତି। କିନ୍ତୁ ଏ ଦୁଇଟି ଠାରୁ ଆଉ ଗୋଟିଏ ଜିନିଷ ଶରୀର ପାଇଁ ଅଧିକ କ୍ଷତିକାରକ। କିନ୍ତୁ ୟା ବିଷୟରେ ଏତେ ଚର୍ଚ୍ଚା ହୁଏ ନାହିଁ। ତାହା ହେଉଛି ‘ଏକଲାପଣ’। ଆଜିକାଲି ବହୁତ ଲୋକ ଏକୁଟିଆ ଅନୁଭବ କରୁଛନ୍ତି। ପୂର୍ବରୁ ଏତେ ଲୋକ ଏକୁଟିଆ ଅନୁଭବ କରୁ ନଥିଲେ। ବଡ଼ ଜନଗହଳିପୂର୍ଣ୍ଣ ସହରରେ ବାସ କରୁଥିଲେ ସୁଦ୍ଧା ବହୁତ ଲୋକ ଏକୁଟିଆ ଅନୁଭବ କରନ୍ତି। ସେମିତି ମୋବାଇଲ୍‌ ଫୋନ୍‌ରେ ଘଣ୍ଟାଘଣ୍ଟା ଧରି ବନ୍ଧୁମାନଙ୍କ ସହିତ ଯୋଗାଯୋଗରେ ରହିଲେ ମଧ୍ୟ ଅନେକ ନିଃସଙ୍ଗ ମନେ କରନ୍ତି। ଏହା ଆଦୌ ଭଲ ନୁହେଁ। ‘ଏକଲାପଣ’ ମନୁଷ୍ୟର ଆୟୁ ହ୍ରାସ କରି ଦେବା ସହ ତାର କାର୍ଯ୍ୟ କରିବାର କ୍ଷମତା ମଧ୍ୟ କମାଇ ଦିଏ। ଏହା ଅନେକ ରୋଗର କାରଣ ମଧ୍ୟ ସାଜିଥାଏ।

କେବଳ ଏକା ରହିବାକୁ ଏକଲାପଣ କୁହାଯାଏ ନାହିଁ। ଅନେକ ଲୋକ ଅନ୍ୟମାନଙ୍କ ସହିତ ଥିଲେ ମଧ୍ୟ ଏକା ଅନୁଭବ କରନ୍ତି। ଏମିତି ସ୍ଥିତିରେ ଏକଲା ଅନୁଭବ କରୁଥିବା ଲୋକେ ଏକଲାପଣର ଶିକାର ହୋଇଥାଆନ୍ତି।

ଏକଲାପଣ ଅନୁଭବ କରୁଥିବା ବ୍ୟକ୍ତି ନିଜକୁ ଅସୁରକ୍ଷିତ ମନେ କରନ୍ତି। ତେଣୁ ସେମାନେ ମାନସିକ ଭାବେ ଚାପଗ୍ରସ୍ତ ହୁଅନ୍ତି। ଏହା କୋରଟିସୋଲ୍‌ ନାମକ ହର୍ମୋନ୍ କ୍ଷରଣକୁ ବଢ଼ାଇ ଦିଏ। ଫଳରେ ଶରୀର କୁଣ୍ଡାଇ ହୁଏ। ଏହା ବିଭିନ୍ନ ହୃଦ୍‌ରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇ ଦିଏ। ଏକଲାପଣର ଶିକାର ଲୋକେ ଅବସାଦଗ୍ରସ୍ତ ହୁଅନ୍ତି। ତା’ସହିତ ମୋଟପଣାର ବି ଶିକାର ହୁଅନ୍ତି। ଏକଲାପଣ ଜଣେ ବ୍ୟକ୍ତିଙ୍କ ନିଷ୍ପତ୍ତି ନେବା କ୍ଷମତାକୁ ମଧ୍ୟ ପ୍ରଭାବିତ କରେ।

Related story