Advertisment

ସାବଧାନ…ଟମାଟୋ ଖାଇବା ହୋଇପାରେ ଭୟାନକ

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକମାତ୍ରାରେ ବ୍ୟବହାର କରାଯାଏ। ଏହା ଖାଦ୍ୟାର ସ୍ୱାଦ ବଢ଼ାଇଥାଏ। ବିନା ଟମାଟୋରେ କୌଣସି ବି ଖାଦ୍ୟର ମଜା ଆସେନି। ସବୁ ଋତୁରେ ଟମାଟୋ ବଜାରରେ ବେଶ୍‌ ସହଜରେ ମିଳିଯାଏ।  ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି। କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ କିଛି ଲୋକ ଏହାକୁ ସୁପ୍, ପନିପରିବା କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି। କହିରଖୁ ଯେ, […]

ଅଦ୍ୟତନ ହୋଇଛି
ସାବଧାନ…ଟମାଟୋ ଖାଇବା ହୋଇପାରେ ଭୟାନକ

tomato

Advertisment

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକମାତ୍ରାରେ ବ୍ୟବହାର କରାଯାଏ। ଏହା ଖାଦ୍ୟାର ସ୍ୱାଦ ବଢ଼ାଇଥାଏ। ବିନା ଟମାଟୋରେ କୌଣସି ବି ଖାଦ୍ୟର ମଜା ଆସେନି। ସବୁ ଋତୁରେ ଟମାଟୋ ବଜାରରେ ବେଶ୍‌ ସହଜରେ ମିଳିଯାଏ।  ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି। କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ କିଛି ଲୋକ ଏହାକୁ ସୁପ୍, ପନିପରିବା କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।

Advertisment

କହିରଖୁ ଯେ, ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ଦୃଷ୍ଟିଶକ୍ତି ବଢ଼ାଇବା ଠାରୁ ମାଂସପେଶୀର ଯନ୍ତ୍ରଣା ଓ ଓଜନ ହ୍ରାସ କରିବା ପାଇଁ ମଧ୍ୟ ଉପଯୋଗୀ। କିନ୍ତୁ କିଛି ଲୋକଙ୍କୁ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇପାରେ। ତାଙ୍କ ଶରୀରକୁ ଏହା କ୍ଷତି ପହଞ୍ଚାଇପାରେ। ତେବେ କେଉଁମାନେ ଟମାଟୋ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

  • ଯେଉଁମାନଙ୍କ ଗଲ୍‌ ବ୍ଲାଡର ବା କିଡ୍‌ନୀ ଷ୍ଟୋନ୍‌ ଭଳି ସମସ୍ୟା ରହିଛି, ସେମାନଙ୍କୁ ଭୁଲ୍‌ରେ ବି ଟମାଟୋ ଖାଇବା ଉଚିତ ନୁହେଁ। ଟମାଟୋରେ କ୍ୟାଲସିୟମ ଅଧି ମାତ୍ରାରେ ଥାଏ। ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅକ୍ଜାଲେଟର ପରିମାଣ ବଢ଼ିଥାଏ। ଏପରି ସ୍ଥିତିରେ, ଏହାକୁ ଖାଇବା ଦ୍ୱାରା କିଡନୀରେ ଷ୍ଟୋନ୍‌ ସମସ୍ୟା କମିବା ବଦଳରେ ଅଧିକ ଦ୍ରୁତ ଗତିରେ ବଢ଼ିଯାଏ।
  • ଯେଉଁମାନଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ରହିଛି, ସେହି ଲୋକଙ୍କୁ ମଧ୍ୟ ଅଧିକ ଟମାଟୋ ଖାଇବା କ୍ଷତିକାରକ ପ୍ରମାଣିତ ହୋଇପାରେ। ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ତଥା ଆଣ୍ଠୁ ଗଣ୍ଠି ଫୁଲିବା ଭଳି ସମସ୍ୟା ବଢ଼ି ଯାଇଥାଏ।
  • ଯେଉଁମାନଙ୍କର ଆଲର୍ଜି ସମସ୍ୟା ରହିଛି, ସେମାନେ ମଧ୍ୟ ଅଧିକ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ। ବେଳେବେଳେ ଟମାଟୋର ଅତ୍ୟଧିକ ସେବନ ସ୍କିନ୍‌ ଆଲର୍ଜି, ଦାଗ, ମୁହଁ ଫୁଲିବା ଇତ୍ୟାଦିର କାରଣ ହୋଇପାରେ।
  • ଟମାଟୋରେ ସାଇଟ୍ରିକ୍ ଏସିଡ୍ ଅଧିକ ରହିଛି। ଏହା ପେଟରେ ହଜମ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଅଧିକ ମାତ୍ରାରେ ଟମାଟୋ ଖାଇବା ଦ୍ୱାରା ପେଟରେ ଗ୍ୟାସ୍, ଛାତିରେ ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ, କେବଳ ସୀମିତ ପରିମାଣରେ ହିଁ ଟମାଟୋ ଖାଇବା ଉଚିତ।
  • ଯଦି ଆପଣ ଡାଇରିଆ ଭଳି ସମସ୍ୟାରେ ଜଡିତ ତେବେ ଟମାଟୋ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଟମାଟୋରେ ସଲ୍ମୋନେଲା ବ୍ୟାକ୍ଟେରିଆ ଥାଏ, ଯାହା ଡାଇରିଆ ସମସ୍ୟାକୁ ବଢ଼ାଇଥାଏ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe