ଡାଇବେଟିସ୍‌, ମୋଟାପଣ ଓ ଏନିମିଆ ପାଇଁ ମହୌଷଧୀ

ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ଦୈନନ୍ଦିନ ଖାଦ୍ୟ ଓ ପାନୀୟ ଲାଗି ଚିନ୍ତିତ। କ’ଣ ଖାଇଲେ ସୁସ୍ଥ ରହିବେ, ସେ ନେଇ ଯତ୍ନବାନ୍‌ ହେବାରେ ଲାଗିଛନ୍ତି ଲୋକେ। ତା’ସତ୍ତ୍ୱେ ବେଳେବେଳେ ଏମିତି କିଛି ରୋଗ ମାଡ଼ିବସେ, ଯେଉଁଥିପାଇଁ ଆମେ ଚିନ୍ତିତ ହୋଇପଡୁ। ସେମିତି କିଛି ରୋଗ ତାଲିକାରେ ରହିଛି ଡାଇବେଟିସ୍‌, ମୋଟାପଣ ଆଉ ଏନିମିଆ। ତେବେ ଜାଣିଛନ୍ତି, ନିୟମିତ ସୁଜି ଖାଇଲେ ଏସବୁ ରୋଗ ହେବନି।  ଏଥିରେ ଭରପୂର ମାତ୍ରାରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ […]

suji-

Mihir Pattnayak
  • Published: Thursday, 13 September 2018
  • , Updated: 14 September 2018, 04:46 AM IST

ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ଦୈନନ୍ଦିନ ଖାଦ୍ୟ ଓ ପାନୀୟ ଲାଗି ଚିନ୍ତିତ। କ’ଣ ଖାଇଲେ ସୁସ୍ଥ ରହିବେ, ସେ ନେଇ ଯତ୍ନବାନ୍‌ ହେବାରେ ଲାଗିଛନ୍ତି ଲୋକେ।

ତା’ସତ୍ତ୍ୱେ ବେଳେବେଳେ ଏମିତି କିଛି ରୋଗ ମାଡ଼ିବସେ, ଯେଉଁଥିପାଇଁ ଆମେ ଚିନ୍ତିତ ହୋଇପଡୁ। ସେମିତି କିଛି ରୋଗ ତାଲିକାରେ ରହିଛି ଡାଇବେଟିସ୍‌, ମୋଟାପଣ ଆଉ ଏନିମିଆ।

ତେବେ ଜାଣିଛନ୍ତି, ନିୟମିତ ସୁଜି ଖାଇଲେ ଏସବୁ ରୋଗ ହେବନି।  ଏଥିରେ ଭରପୂର ମାତ୍ରାରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ଆମ ଶରୀର ପାଇଁ ବେଶ୍‌ ଲାଭଦାୟକ।

ସୁଜିର ଉପକାରିତା

ଡାଇବେଟିସ୍‌ ନିୟନ୍ତ୍ରଣ କରେ: ସୁଜିରେ  ଗ୍ଲାସୋମିକ୍ ଇଣ୍ଡେକ୍ସ ବହୁତ କମ୍‌ ରହିଥାଏ। ଯାହା ମଧୁମେହ (ଡାଇବେଟିସ୍‌) ରୋଗୀ ଖାଇବା ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ । ଯଦି ଜଣେ ମଧୁମେହ ରୋଗୀ ପ୍ରତ୍ୟେକ ଦିନ ନିଜ ଖାଇବାରେ ସୁଜି ସାମିଲ କରିବେ, ତା’ହେଲେ ଡାଇବେଟିସ୍‌ ନିଶ୍ଚିତ ଭାବେ ନିୟନ୍ତ୍ରଣ ହୋଇପାରିବ।

ଓଜନ ହ୍ରାସ କରେ: ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ସୁଜି। ଏଥିରେ ଭରପୂର ଫାଇବର୍ ରହିଛି, ଯାହା କି ପାଚନ ପ୍ରକ୍ରିୟାକୁ ସୂଚାରୁ ରୂପେ ତୁଲାଇବାରେ ସହାୟକ ହୁଏ।  ଯଦି ଆପଣଙ୍କ ଓଜନ ବଢ଼ୁଛି, ତାହାହେଲେ ସୁଜି ଖାଇବା ଆରମ୍ଭ କରି ଦିଅନ୍ତୁ।

ଶରୀରକୁ ଯୋଗାଏ ଶକ୍ତି: ସୁଜିରେ ବିପୁଳ ମାତ୍ରାରେ ପ୍ରୋଟିନ୍ ଓ ମିନେରାଲ୍ସ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।  ମାଂସପେଶୀ ସୁଦୃଢ ହୋଇଥାଏ।

ରକ୍ତ ଅଭାବ ଦୂର କରେ: ସୁଜିରେ ଆଇରନ୍ ମାତ୍ରା ଭରପୂର ରହିଛି। ଫଳରେ ଏହା ଏନିମିଆ ରୋଗରୁ ମୁକ୍ତି ଦେଇଥାଏ। ଏହି ରୋଗ ହୋଇଥିବା ବ୍ୟକ୍ତି ସୁଜି ଖାଇଲେ ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ।

Related story