କ୍ଷତିକାରକ ହୋଇପାରେ ଚା; କରାଇପାରେ ଗଳା କ୍ୟାନସର

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶଙ୍କ ଘରେ ଚା’ ବାସ୍ନା଼ରେ ସକାଳ ପାହିଥାଏ। ଚା’ କପେ ନପିଇଲେ ଅନେକ ଲୋକ ବିଛଣା ଛାଡ଼ନ୍ତି ନାହିଁ। ଆଗେ ଚା’ କପେ ପିଅନ୍ତି, ତା’ପରେ ନତ୍ୟକର୍ମ କରନ୍ତି। କିନ୍ତୁ ଜାଣିଛନ୍ତି କି ଖାଲି ପେଟରେ ଆମେ ପିଉଥିବା ବେଡ୍ ଟି ଶରୀର ପାଇଁ ଭାରି କ୍ଷତିକାରକ। ଚା’ରେ ଅନେକ ପ୍ରକାରର ଏସିଡ୍ ରହିଛି। ଖାଲି ପେଟରେ ଚା’ ପିଇଲେ ପେଟକୁ ସିଧାସଳଖ କ୍ଷତି ପହଞ୍ଚେ। ଅଲସର୍ ଭଳି ସମସ୍ୟା ଦେଖାଯିବା ସହ ଗ୍ୟାସ୍ […]

TEA

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 04:31 AM IST

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶଙ୍କ ଘରେ ଚା’ ବାସ୍ନା଼ରେ ସକାଳ ପାହିଥାଏ। ଚା’ କପେ ନପିଇଲେ ଅନେକ ଲୋକ ବିଛଣା ଛାଡ଼ନ୍ତି ନାହିଁ। ଆଗେ ଚା’ କପେ ପିଅନ୍ତି, ତା’ପରେ ନତ୍ୟକର୍ମ କରନ୍ତି। କିନ୍ତୁ ଜାଣିଛନ୍ତି କି ଖାଲି ପେଟରେ ଆମେ ପିଉଥିବା ବେଡ୍ ଟି ଶରୀର ପାଇଁ ଭାରି କ୍ଷତିକାରକ। ଚା’ରେ ଅନେକ ପ୍ରକାରର ଏସିଡ୍ ରହିଛି। ଖାଲି ପେଟରେ ଚା’ ପିଇଲେ ପେଟକୁ ସିଧାସଳଖ କ୍ଷତି ପହଞ୍ଚେ। ଅଲସର୍ ଭଳି ସମସ୍ୟା ଦେଖାଯିବା ସହ ଗ୍ୟାସ୍ ସମସ୍ୟା ବଢ଼ିଥାଏ। ସେହିଭଳି ଖାଇ ସାରିବା ପରେ ଚା’ ପିଇଲେ ମଧ୍ୟ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଦିନରେ ଏକାଧିକବାର ଚା’ ପିଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।

ଆସନ୍ତୁ ଜାଣିବା ଚା’ ପିଇଲେ ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଏ।

  • ଖାଲି ପେଟରେ ଚା’ ପିଇବା କ୍ଷତିକାରକ। ତା’ଠାରୁ ଅଧିକ କ୍ଷତିକାରକ କ୍ଷୀର ମିଶା ଚା’ ପିଇବା। ଖାଲି ପେଟରେ କ୍ଷୀର ମିଶା ଚା’ ପିଇଲେ ଥକା ଲାଗେ। ଏହାସହିତ ଆପଣମାନେ ଆଉ ଏକ କଥା ଜାଣି ରଖିବା ଉଚିତ ଯେ ଚା’ରେ କ୍ଷୀର ମିଶାଇଲେ ଏହାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ନଷ୍ଟ ହୋଇଯାଏ।
  • କମ୍‌ କ୍ଷୀର ମିଶ୍ରିତ ଷ୍ଟ୍ରଙ୍ଗ୍‌ ଚା’ ମଧ୍ୟ ଶରୀରକୁ ଏହା କ୍ଷତି ପହଞ୍ଚାଇଥାଏ। କଡ଼ା ଚା’ ପାଚନତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ। ଏହା ପେଟ ସମ୍ୱନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରେ।
  • ଯଦି ଆପଣ ଖାଦ୍ୟ ଖାଇବା ପରେ ଚା’ ପିଉଛନ୍ତି ତାହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଚା’ରେ ଟୋନିନ୍ ନାମକ ପଦାର୍ଥ ରହିଛି। ଏହା ଖାଦ୍ୟରେ ଥିବା ଆଇରନ୍ ସହ ମିଶିଲେ ବିଷାକ୍ତ ହୋଇପାରେ। ଏହା ଖାଦ୍ୟର ପୋଷକତତ୍ତ୍ୱକୁ ନଷ୍ଟ କରିଦେଇଥାଏ।
  • ଯେଉଁମାନେ ଦିନରେ ତିନି ଚାରି ଥର ଚା’ ପିଉଛନ୍ତି ସେମାନେ ଅଭ୍ୟାସ ବଦଳାଇବା ଦରକାର। ଅଧିକ ଚା’ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା ଦ୍ୱାରା ଗଳା କର୍କଟ ହେବାର ଆଶଙ୍କା ରହିଛି।

Related story