ନଡ଼ିଆରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଆମିନୋ ଏସିଡ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଆଦି ରହିଛି। ଆଉ ଏସବୁ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ନଡ଼ିଆ ଖାଇଲେ ଆମର କ’ଣ କ’ଣ ଉପକାର ହୋଇଥାଏ। ୧) ନଡ଼ିଆ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। କାରଣ ନଡ଼ିଆ ଖାଇଲେ ପେଟ ପୂରିଲା ପୂରିଲା […]

coconuts

Chinmayee Roy
  • Published: Monday, 19 August 2019
  • , Updated: 19 August 2019, 12:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଆମିନୋ ଏସିଡ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଆଦି ରହିଛି। ଆଉ ଏସବୁ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ନଡ଼ିଆ ଖାଇଲେ ଆମର କ’ଣ କ’ଣ ଉପକାର ହୋଇଥାଏ।

୧) ନଡ଼ିଆ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। କାରଣ ନଡ଼ିଆ ଖାଇଲେ ପେଟ ପୂରିଲା ପୂରିଲା ଲାଗେ ଓ  ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ। ତେଣୁ ମୋଟା ଲୋକମାନେ ଏହାକୁ ଖାଇଲେ ଅତ୍ୟଧିକ ଖାଦ୍ୟ ଖାଇବାକୁ ମନ କରିବେ ନାହିଁ ଓ ଏଥିଯୋଗୁ ସେମାନଙ୍କ ଓଜନ ବି କମିବ।

୨) ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ। ଫଳରେ ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ। କିଛି ଦିନ ନିୟମିତ ଭାବେ ରାତିରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଆନ୍ତୁ।  ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।

୩) ବାନ୍ତି ସମସ୍ୟା ରହିଥିଲେ, ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବାଇବା ଆରମ୍ଭ କରନ୍ତୁ, ଦେଖିବେ କିଛି ସମୟ ଭିତରେ ବାନ୍ତି ଲାଗିବା ବନ୍ଦ ହୋଇଯିବ।

୪) ନଡ଼ିଆ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇ ନଥାଏ।

୫) ଖରାଦିନେ ନଡ଼ିଆ ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହିବା ସହ ଶରୀରକୁ ଥଣ୍ଡା ଅନୁଭୂତ ହୋଇଥାଏ।

 

Related story