ଲଞ୍ଚ୍‌ ପାର୍ଟିରେ ଖାଦ୍ୟ ସହ ଫ୍ରୁଟ୍ସ ରାଇତା ପରଷି ସମସ୍ତଙ୍କୁ କରନ୍ତୁ ଇମ୍ପ୍ରେସ୍

ଆବଶ୍ୟକ ସାମଗ୍ରୀ: ଦହି, କଦଳୀ, ସେଓ, ଡାଳିମ୍ବ ମଞ୍ଜି, ଚାଟ୍‌ ମସଲା, ରାଇତା ମସଲା, ଜିରା ଗୁଣ୍ଡ, ଚିନି, ଗୋଲମରିଚ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ଫ୍ରୁଟ୍ସ ରାଇତା ତିଆରି କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ଦହି ରଖି ଏଥିରେ ଚିନି, ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ରାଇତା ମସଲା, ଚାଟ୍‌ ମସଲା ମିଶାଇ ଭଲ ଭାବେ ଫେଣ୍ଟନ୍ତୁ। ଦହି ପତଳା ହେବା ଯାଏ ଏହାକୁ ଫେଣ୍ଟନ୍ତୁ। ଏହି ମିଶ୍ରଣରେ କଟା […]

fruit-salad

Chinmayee Roy
  • Published: Tuesday, 06 August 2019
  • , Updated: 06 August 2019, 02:36 PM IST

ଆବଶ୍ୟକ ସାମଗ୍ରୀ:
ଦହି, କଦଳୀ, ସେଓ, ଡାଳିମ୍ବ ମଞ୍ଜି, ଚାଟ୍‌ ମସଲା, ରାଇତା ମସଲା, ଜିରା ଗୁଣ୍ଡ, ଚିନି, ଗୋଲମରିଚ ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:
ଫ୍ରୁଟ୍ସ ରାଇତା ତିଆରି କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ଦହି ରଖି ଏଥିରେ ଚିନି, ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ରାଇତା ମସଲା, ଚାଟ୍‌ ମସଲା ମିଶାଇ ଭଲ ଭାବେ ଫେଣ୍ଟନ୍ତୁ। ଦହି ପତଳା ହେବା ଯାଏ ଏହାକୁ ଫେଣ୍ଟନ୍ତୁ।

ଏହି ମିଶ୍ରଣରେ କଟା ସେଓ, ଡାଳିମ୍ବ, କଦଳୀ ଆଦି ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏଥିରେ ଆପଣ ନିଜ ମନ ପସନ୍ଦର ଯେ କୌଣସି ଫଳ ବ୍ୟବହାର କରିପାରିବେ। ଏବେ ପ୍ରସ୍ତୁତ ହୋଇଗଲା 'ଫ୍ରୁଟ୍ସ ରାଇତା'। ଏହାକୁ କିଛି ସମୟ ଫ୍ରିଜ୍‌ରେ ରଖି ଥଣ୍ଡା  ଥଣ୍ଡା ହୋଇଗଲା ପରେ ପରଷନ୍ତୁ।

Related story