ଘରେ ପ୍ରସ୍ତୁତ କରନ୍ତୁ ‘ଆଫଗାନୀ ଚିକେନ୍

ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍ କରି କିଛି ସମୟ ରଖିଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ତେଜ ପତ୍ର, ଲବଙ୍ଗ, ଡାଳଚିନି […]

maxresdefault

Biswobandita Swain
  • Published: Saturday, 05 January 2019
  • , Updated: 05 January 2019, 08:02 AM IST

ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍ କରି କିଛି ସମୟ ରଖିଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ତେଜ ପତ୍ର, ଲବଙ୍ଗ, ଡାଳଚିନି ଓ ଗୁଜରାତି ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ହାଲକା ଲାଲ୍ ହେବା ଯାଏ ଛାଡିଦିଅନ୍ତୁ। ପିଆଜ ରଙ୍ଗ ହୋଇ ଆସିଲେ, ଏଥିରୁ କିଛି କାଢ଼ି ରଖନ୍ତୁ ଓ କଡ଼େଇରେ ବଳକା ପିଆଜରେ ଅଦା-ରସୁଣ ପେଷ୍ଟ ପକାଇ କଷନ୍ତୁ।

ବର୍ତ୍ତମାନ କାଢ଼ି ରଖିଥିବା ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ପକାନ୍ତୁ। ପରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଗୋଳାଇ କିଛି ସମୟ କଷନ୍ତୁ। ଏବେ ଏଥିରେ ଚିକେନ୍ ପକାଇ ଦିଅନ୍ତୁ। ଚିକେନ୍ ଅଧା ସିଝିଗଲେ, ଏଥିରେ କାଜୁ ପେଷ୍ଟ, ଲୁଣ ଓ ଗରମ ମସଲା ଗୁଣ୍ଡ ପକାଇ ଚିକେନ୍ ଭଲ ଭାବେ ସିଝିବା ଯାଏ କଷନ୍ତୁ। ଚିକେନ୍ ପ୍ରସ୍ତୁତ ହୋଇଯିବ ‘ଆଫଗାନୀ ଚିକେନ୍।

Related story