Advertisment

ଷ୍ଟ୍ରେସ୍‌ଠାରୁ ଦୂରେଇ ରହିବାର ୯ଟି ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତେ ଷ୍ଟ୍ରେସ୍ ବା ଚାପରେ ରହୁଛନ୍ତି। ତେବେ ଏହା ଧୀରେ ଧୀରେ ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟଜନିତ ସମସ୍ୟାର କାରଣ ବି ପାଲଟିଥାଏ। ହୋଇପାରେ ଆପଣଙ୍କ ଅଜାଣତରେ କେତେବେଳେ ଷ୍ଟ୍ରେସ୍‌ ଆପଣଙ୍କୁ ଗ୍ରାସ କରି ଦେଇପାରେ।  ତେଣୁ ଏହାର ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ଜାଣିନେବା ନିହାତି ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ଏ ସବୁ ନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ୍‌ ପାଟ୍ଟଯୋଶୀ କ’ଣ […]

ଅଦ୍ୟତନ ହୋଇଛି
ଷ୍ଟ୍ରେସ୍‌ଠାରୁ ଦୂରେଇ ରହିବାର ୯ଟି ଉପାୟ

stt

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତେ ଷ୍ଟ୍ରେସ୍ ବା ଚାପରେ ରହୁଛନ୍ତି। ତେବେ ଏହା ଧୀରେ ଧୀରେ ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟଜନିତ ସମସ୍ୟାର କାରଣ ବି ପାଲଟିଥାଏ। ହୋଇପାରେ ଆପଣଙ୍କ ଅଜାଣତରେ କେତେବେଳେ ଷ୍ଟ୍ରେସ୍‌ ଆପଣଙ୍କୁ ଗ୍ରାସ କରି ଦେଇପାରେ।  ତେଣୁ ଏହାର ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ଜାଣିନେବା ନିହାତି ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ଏ ସବୁ ନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ୍‌ ପାଟ୍ଟଯୋଶୀ କ’ଣ କହିଛନ୍ତି।

Advertisment

ଷ୍ଟ୍ରେସ୍‌ର ଲକ୍ଷଣ :ସାଧାରଣ ଜିନିଷକୁ ନକାରାତ୍ମକ ଭାବରେ ଚିନ୍ତା କରିବା, ଛାତି ଧଡ୍‌ ଧଡ୍‌ ହେବା, ବାରମ୍ୱାର ପରିସ୍ରା ଲାଗିବା, ନିଶା ସେବନ କରିବା, ମରିବା କଥା ଚିନ୍ତା କରିବା, ସବୁବେଳେ କାନ୍ଦିବା, ନିଦ ନହେବା, ଝାଳ ବାହାରିବା, ନିଃଶ୍ୱାସ ଜୋରରେ ନେବା, କାମ କରିବାକୁ ଇଚ୍ଛା ନହେବା, କାହା ସହିତ କଥାବାର୍ତ୍ତା ନ କରିବା, ଶୀଘ୍ର ଥକିଯିବା, ଛୋଟ ଜିନିଷରେ ନିଜ ଭୁଲ୍‌ ଅଛି ବୋଲି ଚିନ୍ତା କରିବା ଇତ୍ୟାଦି।

ପ୍ରତିଷେଧକ ବ୍ୟବସ୍ଥା

୧. ସବୁବେଳେ ସକାରାତ୍ମକ ଭାବନା ରଖନ୍ତୁ।

୨.  ଏକ୍ସସରସାଇଜ୍‌ କରନ୍ତୁ ଓ ଉତ୍ତମ ଡାଏଟ୍‌ ଫଲୋ କରନ୍ତୁ।

୩.  କାହାକୁ ସମାଲୋଚନା କରନ୍ତୁ ନାହିଁ।

୪. ଦୁଃଖରେ ରହିଲେ ନିଜକୁ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ।

୫. ରାତିରେ ଠିକ୍‌ ଭାବରେ ଶୁଅନ୍ତୁ। ଆବଶ୍ୟକତାଠାରୁ ଅଧିକ ମଧ୍ୟ ଶୁଅନ୍ତୁ ନାହିଁ।

୬.  ମନ ପସନ୍ଦର ଲୋକଙ୍କ ସହିତ ମିଳାମିଶା କରନ୍ତୁ।

୭. କୌଣସି ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଲେ, ବ୍ୟସ୍ତ ନ ହୋଇ ଏହାକୁ ମ୍ୟାନେଜ୍‌ କରିବା ପାଇଁ ଚେଷ୍ଟା କରନ୍ତୁ।

Advertisment

୮. କୌଣସି ବିଷୟ ନେଇ ମନରେ ଦ୍ୱନ୍ଦ୍ୱ ଥିଲେ, ବୟସ୍କ ତଥା ଅଭିଜ୍ଞ ଲୋକଙ୍କ ପରାମର୍ଶ ନେଇ କାମ କରନ୍ତୁ।

୯. ସବୁବେଳେ ଏକୁଟିଆ ନରହି ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ମିଳାମିଶା କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe