ଓଠ କ୍ୟାନ୍‌ସର ଲକ୍ଷଣ ଓ ନିରାକରଣ

ନୂଆଦିଲ୍ଲୀ: ଆଜି ବିଶ୍ୱ କ୍ୟାନ୍‌ସର ଦିବସ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କ୍ୟାନ୍‌ସର ଦିବସ ଭାବେ ବିଶ୍ୱବ୍ୟାପୀ ପାଳନ କରାଯାଇଥାଏ। କ୍ୟାନ୍‌ସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ ଓ ପୀଡିତ ମୃତ୍ୟୁ ବରଣ କରିଥାଏ। କ୍ୟାନସର୍‌ ବିଭିନ୍ନ ପ୍ରକାରର ରହିଛି।  କ୍ୟାନସର୍‌ […]

Lip-Cancer

Lip-Cancer

Biswobandita Swain
  • Published: Monday, 04 February 2019
  • Updated: 04 February 2019, 11:23 AM IST

Sports

Latest News

ନୂଆଦିଲ୍ଲୀ: ଆଜି ବିଶ୍ୱ କ୍ୟାନ୍‌ସର ଦିବସ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କ୍ୟାନ୍‌ସର ଦିବସ ଭାବେ ବିଶ୍ୱବ୍ୟାପୀ ପାଳନ କରାଯାଇଥାଏ। କ୍ୟାନ୍‌ସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ ଓ ପୀଡିତ ମୃତ୍ୟୁ ବରଣ କରିଥାଏ।

କ୍ୟାନସର୍‌ ବିଭିନ୍ନ ପ୍ରକାରର ରହିଛି।  କ୍ୟାନସର୍‌ ଶରୀରର ଯେ କୌଣସି ଭାଗରେ ହୋଇପାରେ। ତେବେ ଆସନ୍ତୁ ଆମେ ଆଜି ଓଠ କ୍ୟାନ୍‌ସର ବିଷୟରେ ଜାଣିବା।

ଓଠ କ୍ୟାନସର୍‌ର ଲକ୍ଷଣ 

  • ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଇବା ପିଇବାରେ ସମସ୍ୟା ଦେଖା ଯାଇଥାଏ
  • ରୋଗ ବଢିଲେ ଦାନ୍ତ ଢିଲା ହେବାକୁ ଲାଗିଥାଏ
  • ଓଠରେ ଦରଜ ଏବଂ ଯନ୍ତ୍ରଣା ଅନୁଭବ ହୁଏ
  • ଓଠରୁ ରକ୍ତ ବାହାରିଥାଏ
  • ଓଠ ଲାଲ୍‌ ପଡ଼ିବା ସହ ଚର୍ମ ଛାଡ଼ିବା ଆରମ୍ଭ କରେ
  • ଗଳା ଏବଂ ମୁହଁ ଦରଜ ହୁଏ
  • କଣ୍ଠସ୍ୱର ପରିବର୍ତ୍ତନ ହୁଏ

ଓଠ କ୍ୟାନସର୍‌ ହେବାର କାରଣ

  • ତମାଖୁ, ସିଗାରେଟ୍‌ ଏବଂ ଗୁଟ୍‌ଖା ଖାଉଥିବା ଲୋକେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ।
  • ଓରାଲ୍‌ ସେକ୍ସ ଦ୍ୱାରା ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଅଧିକ ରହିଥାଏ।
  • ସୂର୍ଯ୍ୟ କିରଣରେ ଅଧିକ ସମୟ ରହିଲେ ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଥାଏ।

ନିରାକରଣ

  • ମଦ୍ୟପାନ କରୁଥିଲେ ଏହାକୁ ଧୀରେ ଧୀରେ କମାଇବାକୁ ଚଷ୍ଟା କରନ୍ତୁ
  • ଗୁଟ୍‌ଖା, ସିଗାରେଟ୍‌ ଆଦିର ସେବନ କରନ୍ତୁ ନାହିଁ
  • ଯଥାସମ୍ଭବ ନିଜ ଖାଦ୍ୟରେ ପନିପରିବା ଓ ଫଳମୂଳକୁ ସାମିଲ କରନ୍ତୁ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos