ଜାଣନ୍ତୁ ଜଣ୍ଡିସ୍‌ର କିଛି ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ତ୍ତମାନ ସମୟରେ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ହୋଇଗଲାଣି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ମଧ୍ୟ ଏ ରୋଗର ଆହୁରି ଅନେକ କରାଣ ରହିଛି। ଶରୀରରେ ଥିବା ଲୋହିତ ରକ୍ତକଣିକା ଅଧିକ ମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ। ଏ କଣିକା ନଷ୍ଟ ହେବାର କାରଣ ମଧ୍ୟରେ ରହିଛି ଆଧୁନିକ ଔଷଧର ବହୁଳ ବ୍ୟବହାର, ମ୍ୟାଲେରିଆ, ଜ୍ଵର […]

jundice

jundice

Chinmayee Roy
  • Published: Sunday, 10 March 2019
  • Updated: 10 March 2019, 08:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ତ୍ତମାନ ସମୟରେ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ହୋଇଗଲାଣି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ମଧ୍ୟ ଏ ରୋଗର ଆହୁରି ଅନେକ କରାଣ ରହିଛି। ଶରୀରରେ ଥିବା ଲୋହିତ ରକ୍ତକଣିକା ଅଧିକ ମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ। ଏ କଣିକା ନଷ୍ଟ ହେବାର କାରଣ ମଧ୍ୟରେ ରହିଛି ଆଧୁନିକ ଔଷଧର ବହୁଳ ବ୍ୟବହାର, ମ୍ୟାଲେରିଆ, ଜ୍ଵର ଓ ଆନିମିଆ ଆଦି ରୋଗ।

ଏହା ବ୍ୟତୀତ ଯେତେବେଳେ ଶରୀରରେ କୌଣସି କାରଣରୁ ଯକୃତର କାର୍ଯ୍ୟକାରୀ ଶକ୍ତି କମିଯାଏ ସେତେବେଳେ  ଜଣ୍ଡିସ୍ ରୋଗର ଭୂତାଣୁ ଦୁର୍ବଳ ଯକୃତରେ ଜମି ଏ ରୋଗ ସୃଷ୍ଟି କରିଥାନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟର ଅତ୍ୟଧିକ ତେଲ ସମଲା ଯୁକ୍ତ ଖାଦ୍ୟ ଓ ବଜାରରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥ, ଦୂଷିତ ଜଳପାନ, ବରଫ, ଲସି, ଆଇସ୍ କ୍ରିମ, ଥଣ୍ଡା ସର୍ବତ, ଅଧିକ ମଦ୍ୟପାନ ଏହାର କାରଣ ହୋଇପାରେ। ଏହି ରୋଗ ପାଇଁ ଅନେକ ଡାକ୍ତରୀ ଔଷଧ ରହିଛି। ହେଲେ ଅନେକ ସମୟରେ ଏହି ଔଷଧ ଗୁଡ଼ିକର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଜଣ୍ଡିସର ଘରୋଇ ଉପଚାର କେମିତି ହୁଏ ସେ ବିଷୟରେ ଜଣାଇବୁ।

୧) ତୁଲସୀ ପତ୍ର- ୧୦ -୧୫ଟି ତୁଲସୀ ପତ୍ର ରସରେ ଏକ ଗ୍ଲାସ୍ ମୂଳା ପତ୍ର ରସ ମିଶାନ୍ତୁ। ଏହାକୁ ପ୍ରତିଦିନ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ। ଏହାଦ୍ଵାରା ଶରୀରରୁ ଯନ୍ତ୍ରଣା ଦୂର  ହୋବା ସହ ଜଣ୍ଡିସ୍ ଦୂର ହୋଇଯିବ।

tomato-juice୨) ଟମୋଟୋ ଜୁସ- ଏକ ଗ୍ଲାସ୍  ଟମାଟୋ ଜୁସରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ।

୩) କଦଳୀ- ପାଚିଲା କଦଳୀକୁ ଜୁସ କରନ୍ତୁ, ଏଥିରେ ମହୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ। ଏହାଦ୍ଵାରା ଜଣ୍ଡିସ୍ ରୁ ରକ୍ଷା ପାଇପାରିବେ।

୪) ଗାଜର ଜୁସ- ତାଜା ଗାଜରକୁ ଜୁସ କରି ଦିନରେ ଏହାକୁ ଯେତେଥର ଇଚ୍ଛା ପିଅନ୍ତୁ। ଏହା ଜଣ୍ଡିସକୁ ଦୂର କରିବାରେ ସହାୟକ ହେବ।

୫) ଆଖୁ- ଆଖୁରେ ଥିବା ଭିଟାମିନ୍ ପାଚନ କ୍ରିୟାକୁ ସୁଦୃଢ କରିବା ସହିତା ଯକୃତକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଜଣ୍ଡିସ୍ ରୋଗୀଙ୍କ ପାଇଁ ବହୁତ ଭଲ। ଏକ ଗ୍ଲାସ ଆଖୁ ରସରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। କିଛିଦିନ ପରେ ଜଣ୍ଡିସ୍ ଯନ୍ତ୍ରଣାରୁ ମୁକ୍ତ ପାଇଯିବେ।

୬) ଲେମ୍ବୁ- ଲେମ୍ବୁରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହା ଭୂତାଣୁ ମାରିଦିଏ। ଏକ ଗ୍ଲାସ୍ ପାଣିରେ ଦୁଇଟି ଲେମ୍ବୁର ରସ ମିଶାଇ ଦିନକୁ ତିନିଥର ପିଅନ୍ତୁ। ଏହା ଯକୃତକୁ ସକ୍ରିୟ କରିଥାଏ। ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଜଣ୍ଡିସକୁ ମଧ୍ୟ ଦୂର କରିଥାଏ।

୭) ଘିକୁଆଁରୀ- ଘିକୁଆଁରୀ ରସରେ କଳା ଲୁଣ ଓ ଅଦା ରସ ମିଶାଇ ପ୍ରତିଦିନ ସକାଳେ ପିଅନ୍ତୁ। ଅତିକମ୍ ରେ ୧୦ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। ଦେଖିବେ, ଜଣ୍ଡିସ୍ ଦୂର ହୋଇଯିବ।

୮) ଅମୃତଭଣ୍ଡା ପତ୍ର- ଅମୃତଭଣ୍ଡା ପତ୍ରକୁ ବାଟି ପେଷ୍ଟ କରିଦିଅନ୍ତୁ। ଏବେ ଏକ ଚାମଚ ଏହି ପେଷ୍ଟରେ ଏକ ଚାମଚ ମହୁ ମିଶାଇ ଖାଆନ୍ତୁ। ଦୁଇ ସପ୍ତାହ ନିୟମିତ ଖାଇଲେ ଏହାର ଉପକାର ନିଶ୍ଚୟ ଜାଣି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos