ନିଦ୍ରାହୀନତାର କାରଣ ଓ ଲକ୍ଷଣ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ନିଦ୍ରାହୀନତା ବା ‘ଇନ୍‌ସୋମ୍ନିଆ’ ରୋଗ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହି ସମସ୍ୟାରେ ପୀଡ଼ିତ ହେଲେ ବାରମ୍ୱାର ନିଦ ଭାଙ୍ଗି ଯାଏ। ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ତେବେ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଶରୀରତତ୍ତ୍ୱ ବିଭାଗର ପ୍ରଫେସର୍‌ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ କ’ଣ କହିଛନ୍ତି, ଆସନ୍ତୁ ଜାଣିବା। ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ କେତେ ଘଣ୍ଟା ଶୋଇବା ଉଚିତ୍‌ ବୟସ ଅନୁସାରେ […]

insomni

insomni

Jitendra Garnayak
  • Published: Monday, 07 October 2019
  • Updated: 08 October 2019, 09:36 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ନିଦ୍ରାହୀନତା ବା ‘ଇନ୍‌ସୋମ୍ନିଆ’ ରୋଗ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହି ସମସ୍ୟାରେ ପୀଡ଼ିତ ହେଲେ ବାରମ୍ୱାର ନିଦ ଭାଙ୍ଗି ଯାଏ। ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ତେବେ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଶରୀରତତ୍ତ୍ୱ ବିଭାଗର ପ୍ରଫେସର୍‌ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ କ’ଣ କହିଛନ୍ତି, ଆସନ୍ତୁ ଜାଣିବା।

ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ କେତେ ଘଣ୍ଟା ଶୋଇବା ଉଚିତ୍‌

  • ବୟସ ଅନୁସାରେ ଶୋଇବା ସମୟ ନିର୍ଦ୍ଧାରିତ ହୋଇଥାଏ
  • ଯୁବପିଢ଼ି ସାଢ଼େ ୬ ଘଣ୍ଟାରୁ ୯ ଘଣ୍ଟା ଶୋଇବା ଉଚିତ୍
  • ଛୋଟ ଶିଶୁ ୧୮ ଘଣ୍ଟା ଶୋଇବା ଉଚିତ୍
  • ବୟସ୍କ ବ୍ୟକ୍ତିମାନେ ୫ରୁ ୬ ଘଣ୍ଟା ଶୋଇବା ଉଚିତ୍
  • ସ୍କୁଲ ଯାଉଥିବା ପିଲା ୯ ଘଣ୍ଟା ଶୋଇବା ଉଚିତ୍‌

ଇନ୍‌ସୋମ୍ନିଆ ବା ନିଦ୍ରାହୀନତା କ’ଣ ?
ନିଦ୍ରାହୀନତା ଏକ ଏପରି ରୋଗ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ନିଦ ହୁଏନି। ନିଦ ପଡ଼ିବାକୁ ବହୁତ ସମୟ ଲାଗେ। ନିଦକୁ ନେଇ ସେ ଦିନସାରା ଚିନ୍ତିତ ରହନ୍ତି। ଏପରିକି ନିଦରୁ ଉଠିବା ପରେ ମଧ୍ୟ ସତେଜ ଲାଗି ନଥାଏ। ଏହିସବୁ ସମସ୍ୟା ଥିଲେ ଆପଣ ଇନ୍‌ସୋମ୍ନିଆ ରୋଗରେ ପୀଡ଼ିତ ବୋଲି ଜାଣିବେ।

ନିଦ୍ରାହୀନତାର କାରଣ କ’ଣ ?
୧. ମେଦ ବହୁଳତା
୨. ଅଣ୍ଟାର ଚଉଡ଼ା ୪୨ ସେଣ୍ଟିମିଟରରୁ ଅଧିକ ହେବା
୩. ହାଇ ବ୍ଲଡ୍‌ ପ୍ରେସର୍‌
୪. ଡାଇବେଟିସ୍‌
୫. ହାଇପୋଥାଇରଏଡ୍‌
୬. ଆଲ୍‌କୋହଲ୍‌ ଅଧିକ ନେବା
୭. ବଂଶଗତ କାରଣ ଯୋଗୁ ମଧ୍ୟ ଏହା ହୋଇଥାଏ
୮. ଅନ୍ୟ ଏକ କାରଣ ହେଉଛି ଅଧିକ ଆଲୋକରେ ରହିବା। ଶରୀରରୁ ମେଲାଟୋନିନ୍‌ ନାମକ ଏକ ରସ ବାହାରିଲେ ଭଲ ନିଦ ହୋଇଥାଏ। କିନ୍ତୁ ବର୍ତ୍ତମାନ ଯୁବପିଢ଼ି ଅଧିକ ସମୟ ମୋବାଇଲ୍‌ କିମ୍ୱା ଲାପ୍‌ଟପ୍‌ର ବ୍ୟବହାର କରୁଛନ୍ତି। ତେଣୁ ଅଧିକ ଆଲୋକରେ ରହିବା ଯୋଗୁ ଶରୀରରୁ ମେଲାଟୋନିନ୍‌ କ୍ଷରଣ ହୋଇ ନଥାଏ ଓ ଏହା ଫଳରେ ନିଦ ହୋଇ ନଥାଏ।

ନିଦ୍ରାହୀନତାର ଲକ୍ଷଣ
୧. ଉଠିବା ପରେ ନିଦୁଆ ନିଦୁଆ ଲାଗିବା
୨. ସକାଳେ ମୁଣ୍ଡ ବିନ୍ଧିବା
୩. ଡ୍ରାଇଭିଂ କିମ୍ୱା ଟିଭି ଦେଖିବା ବେଳେ ନିଦ ଲାଗିବା
୪. ଘୁଙ୍ଗିଡ଼ି ମାରିବା ଓ ନିଃଶ୍ୱାସ ବନ୍ଦ ହୋଇଯିବା
୫. ଏକାଗ୍ରତାରେ ବ୍ୟାଘାତ ସୃଷ୍ଟି ହେବା
୬. ଚିଡ୍‌ଚିଡ୍‌ ହେବା

ନିଦ୍ରାହୀନତା ଯୋଗୁ କ’ଣ ସବୁ ରୋଗ ହୋଇଥାଏ ?
୧. ଏଥିଯୋଗୁ ଶରୀରରେ ଆଭ୍ୟନ୍ତରୀଣ ଅସନ୍ତୁଳନ ସୃଷ୍ଟି ହୋଇ ସମସ୍ୟା ଆରମ୍ଭ ହୋଇଥାଏ।
୨. ସ୍ମୃତିଶକ୍ତି ହ୍ରାସ ପାଇଥାଏ।
୩. ମାନସିକ ବିକାର ଭଳି ସମସ୍ୟା ଦେଖା ଦେଇଥାଏ।

କ’ଣ କଲେ ଭଲ ନିଦ ହେବ ?
- ନିର୍ଦ୍ଦିଷ୍ଟ ସମୟରେ ଶୁଅନ୍ତୁ
- ସୂର୍ଯ୍ୟ ଅସ୍ତ ପରେ କମ୍ ଆଲୋକରେ ରୁହନ୍ତୁ
- ଶୋଇବା ପୂର୍ବରୁ ଅଳ୍ପ ଆଲୋକରେ ଚଳପ୍ରଚଳ କରନ୍ତୁ
- ଅଳ୍ପ ଆଲୋକରେ ରହିଲେ ମେଲାଟୋନିନ୍‌ ବାହାରିବ
- ନିଦ ନ ହେଲେ ବି ଖଟରେ ପଡ଼ି ରହନ୍ତୁ
- ଗୀତ ଶୁଣନ୍ତୁ କିମ୍ୱା ବହି ପଢ଼ନ୍ତୁ
- ଶୋଇବା ବ୍ୟତୀତ ଖଟରେ ଅନ୍ୟ କୌଣସି ଅଫିସ୍‌ କାମ କରନ୍ତୁ ନାହିଁ
- ରାତିରେ ହାଲ୍‌କା ଖାଦ୍ୟ ଖାଆନ୍ତୁ, ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
- ମୋଟାପା କମାନ୍ତୁ

https://youtu.be/IaVd00gol9M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story