‘ପାର୍କିନସନ୍‌ ରୋଗ’ କ’ଣ ? ଏହାର ଲକ୍ଷଣ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍କିନସନ୍‌ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଓଡ଼ିଆରେ ଏହାକୁ ‘ଥରିବା ରୋଗ’ ବୋଲି କୁହାଯାଇଥାଏ। ଏହା ଏକ ବୟସଗତ ରୋଗ। ଅଧିକ ବୟସ ହେଲେ ଏହି ରୋଗ ଦେଖାଯାଇଥାଏ। ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ‘ପାର୍କିନସନ୍‌ ରୋଗ’ ହେବାର ଆଶଙ୍କା ରହିଥାଏ। ଅନେକ ସମୟରେ କମ୍‌ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି। ତେବେ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ନ୍ୟୁରୋଲୋଜିଷ୍ଟ ଡକ୍ଟର ଶୁଭ୍ରାଂଶୁ […]

parkinson1

parkinson1

Puspanjali Panda
  • Published: Tuesday, 10 September 2019
  • Updated: 11 September 2019, 11:47 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍କିନସନ୍‌ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଓଡ଼ିଆରେ ଏହାକୁ ‘ଥରିବା ରୋଗ’ ବୋଲି କୁହାଯାଇଥାଏ। ଏହା ଏକ ବୟସଗତ ରୋଗ। ଅଧିକ ବୟସ ହେଲେ ଏହି ରୋଗ ଦେଖାଯାଇଥାଏ। ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ‘ପାର୍କିନସନ୍‌ ରୋଗ’ ହେବାର ଆଶଙ୍କା ରହିଥାଏ।

ଅନେକ ସମୟରେ କମ୍‌ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି। ତେବେ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ନ୍ୟୁରୋଲୋଜିଷ୍ଟ ଡକ୍ଟର ଶୁଭ୍ରାଂଶୁ ଶେଖର ଜେନା ଆସନ୍ତୁ, ଜାଣିବା।

‘ପାର୍କିନସନ୍‌ ରୋଗ’ର କାରଣ କ’ଣ ?


ବୟସ ବଢ଼ିଲେ ମସ୍ତିଷ୍କରେ ‘ଡୋପାମିନ୍‌’ ନାମକ ଏକ କେମିକାଲ୍‌ କମିବା ଆରମ୍ଭ କରିଥାଏ। ଏଥିପାଇଁ ଶରୀରକୁ ବାଲାନ୍ସ କରିବା କଠିନ ହୋଇପଡ଼େ। ଏଥି ଯୋଗୁ ଚାଲୁ ଚାଲୁ ଜଣେ ବ୍ୟକ୍ତି ପଡ଼ି ଯାଇଥାନ୍ତି। ହାତରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥାଏ।

ଅନେକଙ୍କ କ୍ଷେତ୍ରରେ ‘ପାର୍କିନସନ୍‌ ରୋଗ’ ଏକ ବଂଶାନୁକ୍ରମିକ ରୋଗ ଭାବରେ ଦେଖାଯାଇଥାଏ। ବଂଶରେ କାହାକୁ ଏହି ରୋଗ ହୋଇଥିଲ, ପରପିଢ଼ିକୁ ମଧ୍ୟ ହୋଇଥାଏ।
କିନ୍ତୁ ଚିକିତ୍ସା ବିଜ୍ଞାନରେ ‘ପାର୍କିନସନ୍‌ ରୋଗ’ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

‘ପାର୍କିନସନ୍‌ ରୋଗ’ ଯୁବାବସ୍ଥାରେ ହେବାର କାରଣ କ’ଣ ?
- ଯୁବାବସ୍ଥାରେ ଏହି ରୋଗ ଜେନେଟିକ୍‌ ଯୋଗୁ ହୋଇଥାଏ।
- ଏହା ବ୍ୟତୀତ ଟକ୍ସିକ୍‌ କିମ୍ୱା ବିଭିନ୍ନ ପ୍ରକାରର ମେଡିସିନ୍‌ ଖାଇଲେ, ଏହି ରୋଗ ଦେଖା ଦେଇଥାଏ।

 

‘ପାର୍କିନସନ୍‌ ରୋଗ’ର ଲକ୍ଷଣ କ’ଣ ?
୧. ଗୋଟିଏ କିମ୍ୱା ଦୁଇଟି ହାତ ଥରିବା
୨. ଏହା ଯୋଗୁ ଲେଖିବାରେ ଅସୁବିଧା ହେବା। ସିଗନେଚର୍‌ ମ୍ୟାଚ ନ କରିବା।
୩. ଶରୀରର ଗୋଟିଏ ଅଙ୍ଗ ସ୍ଥାଣୁ ବା ଷ୍ଟିଫ୍‌ ହୋଇଯିବା।
୪. ପରିସ୍ରାରେ ଅସୁବିଧା ହେବା। ଯେମିତିକି ବହୁତ ଶୀଘ୍ର ପରିସ୍ରା ଲାଗିବା।
୫. ସ୍ମୃତିଶକ୍ତି ହ୍ରାସ ପାଇବା।
୬. ନିଦ ନ ହେବା।
୭. ହାଲୁସିନେସନ୍‌ ଓ ବ୍ୟବହାରରେ ପରିବର୍ତ୍ତନ ହେବା।
୮. ରୋଗୀ ଉଦାସରେ ରହିବା।

‘ପାର୍କିନସନ୍‌ ରୋଗ’ର ଚିକିତ୍ସା ପଦ୍ଧତି
ଚିକିତ୍ସା ବିଜ୍ଞାନରେ ‘ପାର୍କିନସନ୍‌ ରୋଗ’ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କୌଣସି ଚିକିତ୍ସା ପଦ୍ଧତି ନାହିଁ। କିନ୍ତୁ କିଛି ମେଡିସିନ୍‌ ରହିଛି, ଯାହାକୁ ଖାଇଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ବ୍ୟତୀତ ଅପରେସନ୍‌ ବା ‘ଡିବ୍ରେନ୍‌ଷ୍ଟିମୁଲେସନ୍‌’ କରାଯାଇଥାଏ। ଏହାକୁ କରିବା ଦ୍ୱାରା ରୋଗୀ ସୁସ୍ଥ ଅବସ୍ଥାରେ ରହିବା ଦେଖାଯାଉଛି।

 

‘ପାର୍କିନସନ୍‌ ରୋଗ’ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା

୧. କୌଣସି ବ୍ୟକ୍ତିଙ୍କୁ ଯଦି ବ୍ଲଡ୍‌ ପ୍ରେସର, ଡାଇବେଟିସ୍‌ ଓ ହାଇ କୋଲେଷ୍ଟରଲ୍‌ ଅଛି, ତେବେ ଏହାକୁ ନିୟନ୍ତ୍ରଣରେ ରଖନ୍ତୁ। ଏସବୁକୁ ନିୟନ୍ତ୍ରଣରେ ରଖିଲେ ‘ପାର୍କିନସନ୍‌ ରୋଗ’ର ପ୍ରଭାବ କମ୍‌ ରହିଥାଏ।

୨. ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ସୁସ୍ଥ ଜୀବନଶୈଳୀ କରିବାକୁ ଚେଷ୍ଟା କରନ୍ତୁ।

୩. ମାନସିକ ଚାପଠାରୁ ଦୂରେଇ ରୁହନ୍ତୁ।

 

https://www.facebook.com/otvnews/videos/731341343976878/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos