ଗୁରୁବାର, ୩ ଅଗଷ୍ଟ: କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଆଧ୍ୟାତ୍ମିକ ଦୃଷ୍ଟିରୁ ଭଲ ରହିବ। ବୃଷ- ଗୃହସ୍ଥ ଜୀବନ ସୁଖ ଓ ଆନନ୍ଦରେ କଟିବ। ନିଜ ପରିଜନ କିମ୍ୱା ବନ୍ଧୁମାନଙ୍କ ସହ ମିଶି ଉତ୍ତମ ଭୋଜନ କରି ପାରନ୍ତି। ମିଥୁନ- ଶୁଭଫଳ ପ୍ରାପ୍ତି ହେବ। ଘରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। ଅଟକି ରହିଥିବା କାମ ସଂପନ୍ନ ହେବ। କର୍କଟ- ଶାରୀରିକ ତଥା ମାନସିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ […]

zodaic

Rakesh Mallick
  • Published: Thursday, 03 August 2017
  • , Updated: 13 September 2017, 11:42 AM IST

ମେଷ- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଆଧ୍ୟାତ୍ମିକ ଦୃଷ୍ଟିରୁ ଭଲ ରହିବ।

ବୃଷ- ଗୃହସ୍ଥ ଜୀବନ ସୁଖ ଓ ଆନନ୍ଦରେ କଟିବ। ନିଜ ପରିଜନ କିମ୍ୱା ବନ୍ଧୁମାନଙ୍କ ସହ ମିଶି ଉତ୍ତମ ଭୋଜନ କରି ପାରନ୍ତି।

ମିଥୁନ- ଶୁଭଫଳ ପ୍ରାପ୍ତି ହେବ। ଘରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। ଅଟକି ରହିଥିବା କାମ ସଂପନ୍ନ ହେବ।

କର୍କଟ- ଶାରୀରିକ ତଥା ମାନସିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ- ଅସୁସ୍ଥ ଅନୁଭବ କରିପାରନ୍ତି। ଘର ସଦସ୍ୟଙ୍କ ସହ ଭୁଲ ବୁଝାମଣା ହେବା ଯୋଗୁଁ ମନ ଖରାପ ରହିବ।

କନ୍ୟା- କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ। ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା- ମନୋବଳ ଦୁର୍ବଳ ରହିବ। ତେଣୁ କୌଣିସି ନିଷ୍ପତ୍ତି ନେବା ବେଳେ କଷ୍ଟ ଅନୁଭବ କରିବେ। ତେଣୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଛା- ଦିନଟି ଶୁଭପ୍ରଦ ରହିବ। ଶାରୀରିକ ଓ ମାନସିକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଉତ୍ତମ ରହିବ। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ଅତିବାହିତ କରିବେ।

ଧନୁ- କିଛି ସମସ୍ୟା ଭିତରେ ଦିନ କଟିବ। ବନ୍ଧୁଙ୍କ ସହିତ ଝଗଡ଼ା ହୋଇପାରେ। ଫଳରେ ମନ ଦୁଃଖିତ ରହିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର- ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ସାମାଜିକ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।

କୁମ୍ଭ- ଆଜି ସମସ୍ତ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ ହେବ। ଫଳରେ ଖୁସି ଅନୁଭବ କରିବେ।

ମୀନ- ଅସୁସ୍ଥ ଅନୁଭବ କରିବେ। ଉଚ୍ଚ ଅଧିକାରୀଙ୍କ ସହ ସଂଯମତାର ସହ କଥାବାର୍ତ୍ତା ହୁଅନ୍ତୁ।

Related story