ଡାଇବେଟିସ୍ ରୋଗୀ ପିଆଜ ଖାଇବା ଭଲ ନା ଖରାପ

ଭୁବନେଶ୍ୱର: ଯେଉଁମାନେ ଡାଇବେଟିସ୍‌ରେ ପୀଡ଼ିତ, ସେମାନେ ସେମାନଙ୍କ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। କାରଣ ଏହା ସେମାନଙ୍କ ବ୍ଳଡ୍ ସୁଗାର୍‌ ବା ରକ୍ତ ଶର୍କରା ସ୍ତରକୁ ପ୍ରଭାବିତ କରିଥାଏ। ସେଥିପାଇଁ ବ୍ଲଡ୍‌ରେ ସୁଗାର ସ୍ତରକୁ କମ୍ ରଖୁଥିବା ଭଳି ଖାଦ୍ୟ ଖାଇବାକୁ ଡାଇବେଟିସ୍ ରୋଗୀଙ୍କୁ ପରାମର୍ଶ ଦିଆଯାଏ। ବ୍ଳଡ୍ ସୁଗାର ସ୍ତର ନିୟନ୍ତ୍ରଣରେ ନ ରହିଲେ ଡାଇବେଟିସ୍ ରୋଗୀ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡ଼ିବାର ସମ୍ଭାବନା ଥାଏ। ଯେଉଁ ସବୁ ଖାଦ୍ୟ ବ୍ଲଡ୍ […]

oninon

oninon

Jitendra Garnayak
  • Published: Saturday, 21 September 2019
  • Updated: 21 September 2019, 04:44 PM IST

Sports

Latest News

ଭୁବନେଶ୍ୱର: ଯେଉଁମାନେ ଡାଇବେଟିସ୍‌ରେ ପୀଡ଼ିତ, ସେମାନେ ସେମାନଙ୍କ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। କାରଣ ଏହା ସେମାନଙ୍କ ବ୍ଳଡ୍ ସୁଗାର୍‌ ବା ରକ୍ତ ଶର୍କରା ସ୍ତରକୁ ପ୍ରଭାବିତ କରିଥାଏ। ସେଥିପାଇଁ ବ୍ଲଡ୍‌ରେ ସୁଗାର ସ୍ତରକୁ କମ୍ ରଖୁଥିବା ଭଳି ଖାଦ୍ୟ ଖାଇବାକୁ ଡାଇବେଟିସ୍ ରୋଗୀଙ୍କୁ ପରାମର୍ଶ ଦିଆଯାଏ। ବ୍ଳଡ୍ ସୁଗାର ସ୍ତର ନିୟନ୍ତ୍ରଣରେ ନ ରହିଲେ ଡାଇବେଟିସ୍ ରୋଗୀ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡ଼ିବାର ସମ୍ଭାବନା ଥାଏ। ଯେଉଁ ସବୁ ଖାଦ୍ୟ ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ, ସେଥିରୁ ଗୋଟିଏ ହେଉଛି ପିଆଜ।

ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ ଲାଲ୍‌ ପିଆଜ ଉଭୟ ଡାଇବେଟିସ୍ ଟାଇପ୍ ୧ ଓ ଟାଇପ୍‌ ୨ ରୋଗୀଙ୍କ ପାଇଁ ଭଲ। ଏହା ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣା ଅନୁଯାୟୀ, ୧୦୦ ଗ୍ରାମ୍ ଲାଲ୍ ପିଆଜ ମାତ୍ର ୪ ଘଣ୍ଟା ମଧ୍ୟରେ ବ୍ଲଡ୍‌ ସୁଗାର ସ୍ତରକୁ ହ୍ରାସ କରି ଦେଇପାରେ।

ଗ୍ଲାଇକେମିକ୍ ଇଣ୍ଡେକ୍ସ (କେଉଁ ଖାଦ୍ୟରେ କେତେ କାର୍ବୋହାଇଡ୍ରେଡ୍‌ସ ରହିଛି, ଏହା ମାଧ୍ୟମରେ ଦର୍ଶା ଯାଇଥାଏ) ଅନୁଯାୟୀ ଡାଇବେଟିସ୍ ରୋଗୀ ପିଆଜ ଖାଇ ପାରିବେ। ଯେଉଁ ଖାଦ୍ୟର ଗ୍ଲାଇକେମିକ୍ ଇଣ୍ଡେକ୍ସ ୫୫ରୁ କମ୍ ସେଗୁଡ଼ିକ ଡାଇବେଟିସ୍ ରୋଗୀଙ୍କ ପାଇଁ ଭଲ। କାରଣ ଏଗୁଡ଼ିକ ରକ୍ତକୁ ଅଧିକ ଶର୍କରା ଛାଡ଼ନ୍ତି ନାହିଁ। ଲାଲ୍ ପିଆଜର ଗ୍ଲାଇକେମିକ୍ ଇଣ୍ଡେକ୍ସ ହେଉଛି ୧୦। ଗୋଟିଏ କପ୍ କଟା ପିଆଜରେ ମାତ୍ର ୫.୯ ଗ୍ରାମ୍‌ କାର୍ବୋହାଇଡ୍ରେଡ୍‌ସ ଥାଏ।

କେମିତି ଖାଇବେ?

ଡାଇବେଟିସ୍ ରୋଗୀ ଲାଲ୍‌ ପିଆଜକୁ କଞ୍ଚା ଖାଇଲେ ଭଲ।  କଞ୍ଚା ଖାଇଲେ ହିଁ ଏହା ରକ୍ତରେ ଶର୍କାର ସ୍ତରକୁ ହ୍ରାସ କରିଥାଏ। ଉଭୟ ଦ୍ୱିପହର ଓ ରାତି ଖାଇବାରେ ସେମାନେ କଞ୍ଚା ପିଆଜକୁ ସାମିଲ କରିପାରିବେ। ଯେଉଁ ଡାଇବେଟିସ୍ ରୋଗୀ ସାଲାଡ୍ ଖାଇବାକୁ ଭଲ ପା’ନ୍ତି, ସେମାନେ ଏଥିରେ ପିଆଜକୁ ସାମିଲ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos