ଆବଶ୍ୟକ ଉପକରଣ ; ଛଚିନ୍ଦ୍ରା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ, ଅଣ୍ଡା, ଫୁଟଣ, ଶୁଖିଲା ଲଙ୍କା, ରସୁଣ, ପିଆଜ, ଆଳୁ, ପୋଇ ଶାଗ, ତେଲ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଛଚିନ୍ଦ୍ରାକୁ ୨ ଫାଳ କରି ତାହାର ସମସ୍ତ ମଞ୍ଜି ବାହାର କରି ଦିଅନ୍ତୁ। ଏହାପରେ ତାକୁ ଅଳ୍ପ ସିଝାଇ ଦିଅନ୍ତୁ। ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ସେଥିରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
ଶାଗ ପୁର ତିଆରି କରିବା ପାଇଁ କରେଇରେ ତେଲ ଗରମ କରି ଫୁଟଣ, ଶୁଖିଲା ଲଙ୍କା, ରସୁଣ ଛେଚା, କଟା ପିଆଜ, କଟା ଆଳୁ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପୋଇ ଶାଗ ହୋଇଯିବା ପରେ ତାକୁ ସିଝା ଛଚିନ୍ଦ୍ରା ମଧ୍ୟରେ ପୁର ଆକାରରେ ଦିଅନ୍ତୁ।
ଏହାପରେ କରେଇରେ ତେଲ ଗରମ କରି ଶାଗ ପୁରଦିଆ ଛଚିନ୍ଦ୍ରାକୁ ପ୍ରସ୍ତୁତ ଅଣ୍ଡାରେ ଫେଣ୍ଟାରେ ବୁଡ଼ାଇ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଶାଗପୁର ଛଚିନ୍ଦ୍ରା ଷ୍ଟିକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...