ଆବଶ୍ୟ ସାମଗ୍ରୀ: ଚୋପା ଛଡ଼ା ଚିଙ୍ଗୁଡ଼ି, ଧଳା ଗୋଲମରିଚ, ଅଦା-ରସୁଣ ପେଷ୍ଟ, ସୋୟା ସସ୍, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ଛାଣିବା ପାଇଁ ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍, ଶେଜୱାନ୍ ସସ୍, ସୋୟା ସସ୍, ଭିନେଗାର ଓ ଲୁଣ।
ଏବେ ପ୍ୟାନ୍ରେ ୨ ଟେବଲସ୍ପୁନ୍ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ଗୋଲଡେନ ହେବା ଯାଏ ଭାଜନ୍ତୁ। ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ ୩ରୁ ୪ ମିନିଟ୍ ଭାଜନ୍ତୁ। ଏବେ ଏଥିରେ ଶେଜୱାନ ସସ୍, ସୋୟା ସସ୍, ଭିନେଗାର, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ।
ପରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ ଅଳ୍ପ କର୍ଣ୍ଣଷ୍ଟାର୍ଚ ଓ ପାଣି ମିଶାଇ ଏହି ମିଶ୍ରଣକୁ ପ୍ୟାନ୍ରେ ଢାଳି ଗୋଳାନ୍ତୁ। ବର୍ତ୍ତମାନ ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାନ୍ତୁ ଓ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଶେଜୱାନ୍ ଚିଙ୍ଗୁଡ଼ି’ । ଏହାକୁ ଗରମଗରମ ଫ୍ରାଏଡ ରାଇସ୍ ସହ ପରଷନ୍ତୁ।