/odisha-reporter/media/post_attachments/uploads/2019/10/s222.jpg)
s222
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଅନେକ ସମୟରେ ଚାପରେ ରହୁ। ଦୈନ୍ଦିନ ଜୀବନର କାର୍ଯ୍ୟଶୈଳୀ ଏବଂ ବିଭିନ୍ନ ସମସ୍ୟାକୁ ନେଇ ମଣିଷ ଡିପ୍ରେସନ୍ରେ ରୁହେ। ଏପରିକି ଅନେକ ସମୟରେ ଆପଣ ଲୋକଙ୍କୁ ଏହା କହୁଥିବା ଦେଖୁଥିବେ ମୋବାଇଲ୍ ଫୋନ୍ ଆସିବା ପରେ ଷ୍ଟ୍ରେସ୍ ବା ଚାପ ବଢ଼ିଯାଇଛି। ଏହାକୁ ସ୍ୱିଚ୍ ଅଫ୍ କରିବା ହିଁ ଠିକ୍। କିନ୍ତୁ ବାସ୍ତବରେ ମୋବାଇଲ୍ ଫୋନ୍ ବଦଳରେ କିଛି ସମୟ ପାଇଁ ନିଜକୁ ସ୍ୱିଚ୍ ଅଫ୍ କରନ୍ତି। ସ୍ୱିଚ୍ ଅଫ୍ର ଅର୍ଥ କିଛି ସମୟ ନିଜକୁ ଦିଅନ୍ତୁ।
ଅଫିସ ଯାଉଥିବା ଲୋକଙ୍କ ଜୀବନରେ ଚାପ ଅଧିକ ଦେଖିବାକୁ ମିଳିଥାଏ। ଏହାର ପ୍ରଭାବ ଆମ ଲାଇଫ୍ଷ୍ଟାଇଲ୍ ଉପରେ ପଡ଼ିଥାଏ। କିଛି ଲୋକ ଏହି ଚାପ ଯୋଗୁ ଡିପ୍ରେସନ୍ର ଶିକାର ହୋଇ ବିଭିନ୍ନ ପ୍ରକାର କାଉନସେଲିଂର ଓ ମେଡିସିନ୍ର ସାହାଯ୍ୟ ନେଇଥା’ନ୍ତି। ଏସବୁଠାରୁ ଦୂରେଇ ରହି ଯଦି ଆପଣ ଏକ ଷ୍ଟ୍ରେସ୍ ଫ୍ରୀ ଲାଇଫ୍ ବଞ୍ଚିବାକୁ ଚାହୁଁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ। ସେସବୁ କ’ଣ ଜାଣି ରଖନ୍ତୁ।
୧. ଅଫିସରୁ ଆସିବା ପରେ ଅଫିସର ଚାପ ଘରକୁ ଆଣନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ ଏବଂ ମସ୍ତିଷ୍କକୁ ଚିନ୍ତାରୁ ମୁକ୍ତି ଦିଅନ୍ତୁ। ଆଖି ବନ୍ଦ କରି ଗଭୀର ନିଃଶ୍ୱାସ ନିଅନ୍ତୁ। ସକାରାତ୍ମକ କଥା ଚିନ୍ତା କରନ୍ତୁ। ଦେଖିବେ ଏହି ଅଭ୍ୟାସ ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବ।
୨. ଯଦି ଆପଣ ଲୋକଙ୍କ ଗହଣରେ ରହି ଏକା ଅନୁଭବ କରୁଛନ୍ତି। ମାନସିକ ଅବସାଦ ଆପଣଙ୍କ ପିଛା ଛାଡୁନାହିଁ, ତେବେ ପଢ଼ିବା, ଲେଖିବା ଆରମ୍ଭ କରନ୍ତୁ। ଆପଣ ଚାହିଁଲେ ପେଣ୍ଟିଂ ମଧ୍ୟ କରିପାରିବେ।
୩. ସେହିପରି ଚାପକୁ ଦୂର କରିବା ପାଇଁ ସଙ୍ଗୀତର ବେଶ ସାହାଯ୍ୟ କରିଥାଏ। ଏଥିପାଇଁ ଟେନସନ୍ରେ ରହିଲେ ଗୀତ ଶୁଣନ୍ତୁ।
୪. ସକାଳେ ଶାରୀରିକ ବ୍ୟାୟାମ ଓ ଦୌଡ଼ନ୍ତୁ।
୫. ଅଫିସ୍ରେ ମିଳୁଥିବା ସାପ୍ତାହିକ ଛୁଟିକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ। କିଛି ସ୍ପୋର୍ଟସ୍ ଆକ୍ଟିଭିଟି କିମ୍ୱା ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବା ପାଇଁ ଯାଆନ୍ତୁ। ଏପରି କଲେ ଆପଣ ଚାପମୁକ୍ତ ରହିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
