ଜଳଖିଆରେ ଅଣ୍ଡା ଖାଇଲେ ବଢ଼େ ଦୃଷ୍ଟିଶକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏଥିରେ ଫସ୍‌ଫରସ୍, ଭିଟାମିନ୍‌, ସେଲେନିୟମ୍‌, ପ୍ରୋଟିନ୍‌, ସୋଡିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାୟିୟମ୍‌ ପରି ଅନେକ ତତ୍ତ୍ୱ ରହିଛି। ମାଂସପେଶୀ ତିଆରି କରିବା ପାଇଁ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ତେବେ କ’ଣ ଆପଣ ଜାଣିଛନ୍ତି, ଅଣ୍ଡା ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି ! ଆପଣ ନିଜ ଜଳଖିଆରେ ଅଣ୍ଡାକୁ ସାମିଲ୍‌ କରନ୍ତୁ, ଏହାର ଅନେକ ଲାଭ ରହିଛି। ଆସନ୍ତୁ ଜାଣିବା ଜଲଖିଆରେ […]

anda6

anda6

Puspanjali Panda
  • Published: Sunday, 17 February 2019
  • Updated: 17 February 2019, 09:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏଥିରେ ଫସ୍‌ଫରସ୍, ଭିଟାମିନ୍‌, ସେଲେନିୟମ୍‌, ପ୍ରୋଟିନ୍‌, ସୋଡିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାୟିୟମ୍‌ ପରି ଅନେକ ତତ୍ତ୍ୱ ରହିଛି। ମାଂସପେଶୀ ତିଆରି କରିବା ପାଇଁ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ।

ତେବେ କ’ଣ ଆପଣ ଜାଣିଛନ୍ତି, ଅଣ୍ଡା ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି !

ଆପଣ ନିଜ ଜଳଖିଆରେ ଅଣ୍ଡାକୁ ସାମିଲ୍‌ କରନ୍ତୁ, ଏହାର ଅନେକ ଲାଭ ରହିଛି।

ଆସନ୍ତୁ ଜାଣିବା ଜଲଖିଆରେ ଅଣ୍ଡାକୁ କାହିଁକି ସାମିଲ୍‌ କରିବା ଉଚିତ୍‌

  • ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ଲମ୍ୱା ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥାଏ ଏବଂ ଆପଣଙ୍କୁ ବାରମ୍ୱାର ଭୋକ ଲାଗି ନ ଥାଏ। ଦିନସାରା ଆପଣଙ୍କୁ ଥକା ମଧ୍ୟ ଲାଗି ନ ଥାଏ।
  • ଅଣ୍ଡାରେ କୋଲିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ଠିକ୍‌ ରଖିଥାଏ ଏବଂ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।
  • ଅଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ରଚୁର ମାତ୍ରାରେ ରହିଛି। ଏହି ଆଣ୍ଟି -ଅକ୍ସିଡାଣ୍ଟ୍‌ ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ।
  • ଯଦି ଆପଣ ଅଫିସ୍‌ ଯିବା ପୂର୍ବରୁ ଜିମ୍ ଯାଉଛନ୍ତି, ତେବେ ଜଳଖିଆରେ ଅଣ୍ଡା ଖାଆନ୍ତୁ। ଏହା ଆପଣଙ୍କୁ ଦିନସାରା ଶକ୍ତି ଦେଇଥାଏ। ଏହା ସହିତ ଆପଣଙ୍କ ମାଂସପେଶୀ ମଧ୍ୟ ମଜବୁତ୍‌ ହୋଇଥାଏ।hard-boiled-egg55
  • ତେବେ ଅଣ୍ଡାରେ ତିଆରି ହେଉଥିବା ସବୁଠାରୁ ସହଜ ଜିନିଷ ହେଉଛି, ଆମ୍‌ଲେଟ୍‌। ଆପଣ ଏହାକୁ ସବୁଜ ପନିପରିବା ପକାଇ ତିଆରି ମଧ୍ୟ କରିପାରିବେ। ଯଦି ଆପଣ ସିଝା ଅଣ୍ଡାରେ ତେଲ ମସଲା ପକାଇ ତରକାରୀ କରି ଖାଉଛନ୍ତି, ତେବେ ଏହାଠୁ ଦୂରେଇ ରୁହନ୍ତୁ। ଏପରି ଖାଦ୍ୟରେ ଫ୍ୟାଟ୍‌ ଅଧିକ ମାତ୍ରାରେ ରହିଥାଏ। ଏହା ସହିତ ଅଣ୍ଡାର ହଳଦିଆ ଅଂଶ କେଶରରେ ମଧ୍ୟ ଅଧିକ ଫ୍ୟାଟ୍‌ ରହିଥାଏ, ଯାହା ଆପଣଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଅଣ୍ଡାର କେବଳ ଧଳା ଅଂଶକୁ ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos