ଏହି ଶ୍ରେଣୀର ବ୍ୟକ୍ତିମାନେ କେବେ ଧନୀ ହୋଇପାରନ୍ତି ନି

ପ୍ରତ୍ୟେକ ମଣିଷ ଧନୀ  ହେବାକୁ ଚାହେଁ। ଖୁବ ପଇସା କମାଇବାକୁ ଚାହିଁଥାଏ। ଏଥିପାଇଁ ଦିନରାତି ପରିଶ୍ରମ କରି ଟଙ୍କା ରୋଜଗାର କରିଥାଏ। କିନ୍ତୁ କଠିନ୍ନ ପରିଶ୍ରମ କରିବା ପରେ ବି କୌଣସି ନା କୌଣସି କାରଣରୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖା ଦିଏ। କିଛି ଲୋକ ପ୍ରଚୁର ଆୟ କଲେବି ସେମାନଙ୍କ ପାଖରେ ପଇସା ରହେନାହିଁ। କଠିନ୍ନ ପରିଶ୍ରମ କରି ଅର୍ଥ ଉପାର୍ଜନ କଲେ ମଧ୍ୟ ସେମାନେ ସଞ୍ଚୟ କରି ରଖି ପାରନ୍ତି ନାହିଁ। ଆଜି […]

k-777

k-777

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 10:12 PM IST

Sports

Latest News

ପ୍ରତ୍ୟେକ ମଣିଷ ଧନୀ  ହେବାକୁ ଚାହେଁ। ଖୁବ ପଇସା କମାଇବାକୁ ଚାହିଁଥାଏ। ଏଥିପାଇଁ ଦିନରାତି ପରିଶ୍ରମ କରି ଟଙ୍କା ରୋଜଗାର କରିଥାଏ। କିନ୍ତୁ କଠିନ୍ନ ପରିଶ୍ରମ କରିବା ପରେ ବି କୌଣସି ନା କୌଣସି କାରଣରୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖା ଦିଏ। କିଛି ଲୋକ ପ୍ରଚୁର ଆୟ କଲେବି ସେମାନଙ୍କ ପାଖରେ ପଇସା ରହେନାହିଁ। କଠିନ୍ନ ପରିଶ୍ରମ କରି ଅର୍ଥ ଉପାର୍ଜନ କଲେ ମଧ୍ୟ ସେମାନେ ସଞ୍ଚୟ କରି ରଖି ପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏହିଭଳି କେତେକ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ ଯାହାଙ୍କ ପାଖରେ ଅର୍ଥର ଅଭାବ ସବୁବେଳେ ରହିଥାଏ। ଏମାନେ ଜୀବନରେ କେବେ ବି ଧନୀ  ହୋଇପାରନ୍ତି ନାହିଁ। ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ।

ଭୁଲ ଜୀବନସାଥୀ ବାଛିବା: କାହା ଜୀବନରେ ଜଣେ ମନ୍ଦ ବ୍ୟକ୍ତିଙ୍କ ପ୍ରବେଶ ପୂରା ଜୀବନକୁ ନଷ୍ଟ କରିଦିଏ। ରାମଚରିତମାନସ ଆନୁସାରେ ଯେଉଁମାନେ ବନ୍ଧୁଙ୍କୁ ଧୋକା ଦିଅନ୍ତି ସେମାନଙ୍କ ପାଖରେ ସବୁବେଳେ ଅର୍ଥ ଅଭାବ ଦେଖା ଦେଇଥାଏ।

ଧନପ୍ରାପ୍ତିର ଲୋଭ ରଖୁଥିବା ବ୍ୟକ୍ତି: ଯେଉଁ ବ୍ୟକ୍ତି ସବୁବେଳେ ଧନ ପ୍ରାପ୍ତି ଆଶାରେ ଥାଏ ତାଙ୍କୁ ଧନର ଅଭାବ ଅଧିକ ରହିଥାଏ। କାରଣ ଯେତେ ରୋଜଗାର କଲେ ବି ସେମାନେ ସହଜରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ସେଥିପାଇଁ ସେମାନଙ୍କୁ ସବୁବେଳେ ଧନ ଅଭାବ ହୋଇଥାଏ।  ଏ ନେଇ ରାମଚରିତମାନସରେ ସ୍ପଷ୍ଟ ଲେଖାଯାଇଛି ଯେ ଯେଉଁ ବ୍ୟକ୍ତି ଅହରହ ଅର୍ଥ ପଛରେ ଦଉଡ଼ୁଥାଏ ସେ କେବେ ଧନୀ ହୋଇପାରେ ନାହିଁ।

ଗର୍ବୀ ଲୋକ: କେବେବି କୌଣସି ସଫଳତାକୁ ନେଇ ଘମଣ୍ଡ କରିବା କରିବା କଥା ନୁହେଁ। ସବୁବେଳେ ଅନ୍ୟର ସମ୍ମାନ କରିବା ଆବଶ୍ୟକ। ରମାଚରିତମାନସ ଅନୁସାରେ ଯେଉଁ ମଣିଷ ନିଜକୁ ଅନ୍ୟଠାରୁ ଅଧିକ ଜ୍ଞାନୀ ମନେକରେ ସେ କେବେବି ଧନୀ ହୋଇ ପାରିବେ ନାହିଁ। ସେହିଭଳି ବ୍ୟକ୍ତିଙ୍କୁ ଅର୍ଥର ଅଭାବ ସବୁବେଳେ ଲାଗି ରହିଥାଏ।

ନିଷାଦ୍ରବ୍ୟ ସେବନ କୁରୁଥିବା ବ୍ୟକ୍ତି: ନିଷାଡ଼ିମାନେ ମଧ୍ୟ କେବେବି ଧନୀ ହୋଇପାରନ୍ତି ନାହିଁ। କାରଣ ଜଣକୁ  ଥରେ ନିଶାର ଆଦତ୍ ଲାଗିଗଲେ ନିଜକୁ ନଷ୍ଟ କରିଦିଅନ୍ତି। ସେମାନଙ୍କ ଉପରେ କେହି ସନ୍ତୁଷ୍ଟ ହୁଅନ୍ତି ନାହିଁ। ସ୍ୱୟଂ ମା’ ଲକ୍ଷ୍ମୀ ମଧ୍ୟ ଏମାନଙ୍କ କୃପା କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos