ଥାଇରଏଡ୍‌ ନିୟନ୍ତ୍ରଣ କରେ ଏହିସବୁ ଯୋଗାସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାଇରଏଡ୍‌ ହେଉଛି ଏକ ମାରାତ୍ମକ ରୋଗ। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତର ୩ ଜଣରୁ ଜଣେ ବ୍ୟକ୍ତି ଥାଇରଏଡ୍‌ରେ ପୀଡ଼ିତ। ଏଥିରେ ପୀଡ଼ିତ ରୋଗୀଙ୍କର ଅସ୍ୱଭାବିକ ଭାବେ ଓଜନ କମିବା ସହ ହର୍‌ମୋନ୍‌ ଅସନ୍ତୁଳନ ଦେଖା ଦେଇଥାଏ। ହେଲେ ଆପଣ ଜାଣନ୍ତି କି, ଥାଇରଏଡ୍‌ କ’ଣ ଓ କେତେ ପ୍ରକାରର? ତା’ ହେଲେ ଆସନ୍ତୁ ଜାଣିବା ଥାଇରଏଡ୍‌ ସମ୍ପର୍କରେ କିଛି ତଥ୍ୟ। ଥାଇରଏଡ୍‌ ୨ ପ୍ରକାରର। ଗୋଟିଏ ହେଲା ହାଇପୋଥାଇରଏଡ୍‌ ଏବଂ […]

tha1

tha1

Puspanjali Panda
  • Published: Saturday, 02 March 2019
  • Updated: 02 March 2019, 08:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାଇରଏଡ୍‌ ହେଉଛି ଏକ ମାରାତ୍ମକ ରୋଗ। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତର ୩ ଜଣରୁ ଜଣେ ବ୍ୟକ୍ତି ଥାଇରଏଡ୍‌ରେ ପୀଡ଼ିତ। ଏଥିରେ ପୀଡ଼ିତ ରୋଗୀଙ୍କର ଅସ୍ୱଭାବିକ ଭାବେ ଓଜନ କମିବା ସହ ହର୍‌ମୋନ୍‌ ଅସନ୍ତୁଳନ ଦେଖା ଦେଇଥାଏ।

ହେଲେ ଆପଣ ଜାଣନ୍ତି କି, ଥାଇରଏଡ୍‌ କ’ଣ ଓ କେତେ ପ୍ରକାରର?

ତା’ ହେଲେ ଆସନ୍ତୁ ଜାଣିବା ଥାଇରଏଡ୍‌ ସମ୍ପର୍କରେ କିଛି ତଥ୍ୟ।

ଥାଇରଏଡ୍‌ ୨ ପ୍ରକାରର। ଗୋଟିଏ ହେଲା ହାଇପୋଥାଇରଏଡ୍‌ ଏବଂ ଅନ୍ୟଟି ମାଇକୋଡେମା କୋମା। ଶୋଷ ଲାଗିବା, ଚିନ୍ତା ଲାଗିବା, ଶରୀର ଦୁର୍ବଳ ଲାଗିବା ଆଦି ଥାଇରଏଡ୍‌ ରୋଗର ଲକ୍ଷଣ। ତେବେ ପ୍ରାକୃତିକ ଉପାୟରେ ଏହି ରୋଗର ନିରାକରଣ ସମ୍ଭବ। ଏଥିପାଇଁ ଆପଣଙ୍କୁ ଘରେ କିଛି ଯୋଗ ଅଭ୍ୟାସ କରିବାକୁ ପଡ଼ିବ। ଏହିସବୁ ଅଭ୍ୟାସ ଯୋଗେ ଆପଣ ଥାଇରଏଡ୍‌ ରୋଗରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଜଣେ ଥାଇରଏଡ୍‌ ରୋଗୀ କେଉଁ କେଉଁ ଯୋଗ ବା ଆସନ କରିବା ଉଚିତ୍‌।

ଯୋଗରେ ଏପରି କିଛି ଆସନ ରହିଛି, ଯାହା ଆପଣଙ୍କ ବେକକୁ ଷ୍ଟ୍ରେଚ୍‌ କରି ଥାଇରଏଡ୍‌ ଗ୍ଲାଣ୍ଡକୁ ଉତ୍ତେଜିତ କରିଥାଏ। ଏହାକୁ ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ଚିନ୍ତା ଦୂର ହୋଇଥାଏ ଏବଂ ମାଂସପେଶୀ ମଜବୁତ୍‌ ହୋଇଥାଏ।
୧. ଧନୁ ଆସନ
ଏହି ଆସନରେ ଆପଣ ପ୍ରଥମେ ମୁହଁ ତଳକୁ କରି ଶୁଅନ୍ତୁ। ଏହାପରେ ଦୁଇହାତ ପଛକୁ ନେଇ ପାଦକୁ ଟାଣି ଧରନ୍ତୁ। ଏପରି କରିବା ପରେ ଏହା ଧନୁ ତୀର ଆକାରରେ ରହିବ। ଏହି ଆସନ କରିବା ଦ୍ୱାରା ଥାଇରଏଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଶରୀରରେ ଅଧିକ ହର୍‌ମୋନ୍‌ ଉତ୍ପାଦନ ହୋଇଥାଏ।
୨. ସେତୁବନ୍ଧ ସର୍ବାଙ୍ଗଆସନ
ଏହି ଆସନରେ ଆପଣଙ୍କ ବେକ ପାଖ ଷ୍ଟ୍ରେଚ୍‌ ହେବା ସହିତ ଥାଇରଏଡ୍‌ ଗ୍ଲାଣ୍ଡକୁ ଆରାମ ମିଳିଥାଏ। ପ୍ରଥମେ ପିଠି ତଳକୁ କରି ଶୁଅନ୍ତୁ। ଏହାପରେ ଆଣ୍ଠୁକୁ ବେଣ୍ଡ୍‌ କରି ପାଦକୁ ଚଟାଣରେ ଲଗାଇ ରଖନ୍ତୁ। ଏପରି ଆସନରେ ଗୋଟିଏ ମିନିଟ୍‌ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ଧିରେ ଧିରେ ନିଃଶ୍ୱାସ ନିଅନ୍ତୁ।
୩. ବିପରୀତକରଣୀ ଆସନ
ବିପରୀତର ଅର୍ଥ ଓଲଟା ଓ କରଣୀ ଅର୍ଥ ଯାହା ଦ୍ୱାରା। ଏହି ଯୋଗ ମୁଦ୍ରାକୁ ଓଲଟା ମୁଦ୍ରା ବୋଲି ମଧ୍ୟ କୁହାଯାଇଥାଏ। ହାଇପୋଆକ୍ଟିଭ୍‌ ଥାଇରଏଡ୍‌କୁ କମ୍‌ କରିବା ପାଇଁ ଏହି ଆସନ ଖୁବ୍‌ ଉପଯୋଗୀ। ପ୍ରଥମେ ପିଠି ତଳକୁ କରି ଶୁଅନ୍ତୁ ଏବଂ ଗୋଡ଼ ଦୁଇଟିକୁ ୯୦ ଡିଗ୍ରୀ ପୋଜିସନ୍‌ରେ ରଖନ୍ତୁ। ବାଲାନ୍ସ ହେବା ପାଇଁ ଅଣ୍ଟା ତଳେ କିଛି ନରମ ଜିନିଷ ରଖନ୍ତୁ। ଏହାକୁ ଆପଣ ୨୦ମିନିଟ୍‌ କରିବା ପାଇଁ ଚେଷ୍ଟା କରନ୍ତୁ।
୪. ଭୁଜଙ୍ଗଆସନ
ଏହି ଆସନ ଆପଣଙ୍କ ରକ୍ତ ସଞ୍ଚାଳନରେ ସୁଧାର ଆଣିବା ସହିତ ପିଠି ଓ କାନ୍ଧକୁ ଆରାମ ଦେଇଥାଏ। ଏଥିପାଇଁ ପ୍ରଥମେ ପେଟ ତଳକୁ କରି ଶୁଅନ୍ତୁ ଓ ହାତ ପାପୁଲିକୁ ଭରା ଦେଇ ଅଣ୍ଟା ପର୍ଯ୍ୟନ୍ତ ଉପରକୁ ଉଠନ୍ତୁ। ମନେ ରଖନ୍ତୁ ଏହି ଆସନ କରିବା ସମୟରେ ପ୍ରଥମେ ନିଃଶ୍ୱାସ ନେଇ ଉପରକୁ ଉଠିବେ ଏବଂ ତଳକୁ ଆସିବା ସମୟରେ ଧିରେ ଧିରେ ନିଃଶ୍ୱାସ ଛାଡ଼ିବେ।
୫.ସର୍ବାଙ୍ଗଆସନ
ଏହି ଆସନ ଆପଣଙ୍କ ଥାଇରଏଡ୍‌ ଗ୍ଲାଣ୍ଡକୁ ନିୟନ୍ତ୍ରଣ କରିବା ସହିତ ଥ୍ରୋକ୍ସିନ୍‌ ନାମକ ଏକ ହରମୋନ୍‌କୁ ନିୟନ୍ତ୍ରଣ କରିଥାଏ। ଏହାସହ ଏହି ଆସନ କରିବା ଦ୍ୱାରା ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଥାଇରଏଡ୍‌ କମ୍‌ ହୋଇଥାଏ। ଏଥିପାଇଁ ପ୍ରଥମେ ପିଠି ତଳକୁ କରି ଶୁଅନ୍ତୁ। ଏହାପରେ ଦୁଇ ହାତର ସାହାଯ୍ୟ ନେଇ ଅଣ୍ଟାକୁ ଟେକି ଧରନ୍ତୁ। ଅଣ୍ଟାକୁ ଟେକି ଧରିବା ପରେ ଦେଖିବେ, ଯେପରି ଆପଣଙ୍କ ଗୋଡ଼ ଦୁଇଟି ୯୦ ଡିଗ୍ରୀ ପୋଜିସନ୍‌ରେ ରହିବ। ଏହିପରି ଅବସ୍ଥାରେ ୫ ରୁ ୧୦ ମିନିଟ୍‌ ରୁହନ୍ତୁ। ଧିରେ ଧିରେ ଗୋଡ଼ ତଳକୁ ଖସାନ୍ତୁ ଏବଂ କିଛି ସମୟ ସବାସନରେ ଶୋଇରହନ୍ତୁ। ମନେ ରଖନ୍ତୁ ଏହି ଆସନ କରିବା ପରେ ତୁରନ୍ତ ଛିଡ଼ା ହୁଅନ୍ତୁ ନାହିଁ। ଏପରି କଲେ ମୁଣ୍ଡ ବୁଲାଇବାର ଆଶଙ୍କା ରହିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos