ଏହି ସବୁ ଖାଦ୍ୟ କମ୍‌ ଖାଆନ୍ତୁ ନଚେତ୍‌ ଶ୍ୟାମଳ ହୋଇପାରେ ତ୍ୱଚା

କଳା ହେଉ କି ଗୋରା, ମଣିଷର ସ୍ୱଭାବରୁ ହିଁ ତାର ଗୁଣ ବିଷୟରେ ଜଣା ପଡ଼ିଥାଏ। ତଥାପି ଲୋକମାନେ ରୂପକୁ ଖୁବ୍‌ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ମଣିଷ ସୁନ୍ଦର ଦିଶିବାକୁ ଚାହାନ୍ତି। କଳା ଓ ଶ୍ୟାମଳ ରଙ୍ଗଠାରୁ ପ୍ରାୟ ଗୋରା ହେବାକୁ ସମସ୍ତେ ଅଧିକ ପସନ୍ଦ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର କସ୍‌ମେଟିକ୍‌, ଦାମି କ୍ରିମ୍‌ ଲଗେଇ ଥାଆନ୍ତି। ଏମିତି କରିବା ଅନେକ ସମୟରେ ମହଙ୍ଗା ପଡିଥାଏ। ଭିନ୍ନ ଭିନ୍ନ କସ୍‌ମେଟିକ୍‌ ବ୍ୟବହାର କରୁଥିବାରୁ ଅନେକ […]

image

image

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 06:33 PM IST

Sports

Latest News

କଳା ହେଉ କି ଗୋରା, ମଣିଷର ସ୍ୱଭାବରୁ ହିଁ ତାର ଗୁଣ ବିଷୟରେ ଜଣା ପଡ଼ିଥାଏ। ତଥାପି ଲୋକମାନେ ରୂପକୁ ଖୁବ୍‌ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ମଣିଷ ସୁନ୍ଦର ଦିଶିବାକୁ ଚାହାନ୍ତି। କଳା ଓ ଶ୍ୟାମଳ ରଙ୍ଗଠାରୁ ପ୍ରାୟ ଗୋରା ହେବାକୁ ସମସ୍ତେ ଅଧିକ ପସନ୍ଦ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର କସ୍‌ମେଟିକ୍‌, ଦାମି କ୍ରିମ୍‌ ଲଗେଇ ଥାଆନ୍ତି।

ଏମିତି କରିବା ଅନେକ ସମୟରେ ମହଙ୍ଗା ପଡିଥାଏ। ଭିନ୍ନ ଭିନ୍ନ କସ୍‌ମେଟିକ୍‌ ବ୍ୟବହାର କରୁଥିବାରୁ ଅନେକ

ଗୋରା ବର୍ଣ୍ଣର ଲୋକେ ମଧ୍ୟ କୌଣଷି କାରଣରୁ ଶ୍ୟାମଳ ପଡ଼ିଯାଆନ୍ତି। ଏଥିପାଇଁ ସେମାନେ ଖୁବ୍‌ ଚିନ୍ତାରେ ପଡ଼ିଯାଆନ୍ତି। ଆପଣ ବି ଏମିତି ଅସୁବିଧାରେ ପଡିଥାଇ ପାରନ୍ତି। ହେଲେ ଚିନ୍ତା କରନ୍ତୁ ନାହିଁ।  କାରଣ ଶ୍ୟାମଳ ହେବାର ଏକ ମୂଳ କାରଣ ହେଉଛି ଖାଦ୍ୟ।  ତେବେ ଚାଲନ୍ତୁ ଜାଣିବା କଣ ସେହି ଖାଦ୍ୟଗୁଡ଼ିକ ଯାହାକୁ ଖାଇ ଆମେ କଳା ପଡିଯାଉ।

ଧଳା ବ୍ରେଡ୍‌: ପ୍ରାୟ ସମସ୍ତେ ଜାଣନ୍ତି ଧଳା ବ୍ରେଡ୍‌ ଶରୀର ପାଇଁ ହାନୀକାରକ। କିନ୍ତୁ ଏକଥା ହୁଏତ ଜାଣି ନ ଥିବେ ଏହା ତ୍ୱଚାକୁ ଶ୍ୟାମଳ କରିଦେଇଥାଏ। ଏହା ଶରୀରର ଇନ୍‌ସୁଲିନ୍‌ର ସ୍ଥରକୁ ବଢ଼େଇ ଦେଇଥାଏ ଓ ସ୍କିନ୍‌ରେ ଥିବା ଅଏଲ ପ୍ରଡକ୍ସନକୁ ବୃଦ୍ଧି କରେ। ଏହା ଛଡ଼ା ମଇଦା ବ୍ରେଡ୍‌ରେ ଗ୍ଲଟେନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ଫଳରେ ଶରୀରରେ କଳା ଦାଗ ସବୁ ଦେଖାଯାଏ।

କଫି: ଥକା ମେଣ୍ଟାଇବା ପାଇଁ ଆମେ କଫି ପିଇଥାଉ। କିନ୍ତୁ ଏହା ପିଇବା ଦ୍ୱାରା ତ୍ୱଚା ରୁକ୍ଷ ହେବା ସହ ବ୍ରଣ, ଦାଗ ଆସିଯାଇଥାଏ। ଏହା ଛଡ଼ା ଏଥିରେ ଥିବା କେଫିନ୍‌ ଷ୍ଟ୍ରେସ୍‌ ହର୍ମୋନ କୋର୍ଟିସୋସ୍ତରକୁ ବଢେଇଥାଏ। ଏଥିପାଇଁ ସ୍କିନ୍‌ ଡ୍ୟାମେଜ୍‌ ହେବା ସହ ତ୍ୱଚାରେ ସାବନାପଣ ଆସିଥାଏ।

ଚିନି: ଚିନି ପ୍ରାୟ ଆମେ ସବୁ ଜିନିଷରେ ବ୍ୟବହାର କରିଥାଉ।  କିନ୍ତୁ ଏହା ଆମ ଶରୀର ପାଇଁ ଆଦୌ ଭଲ ନୁହେଁ। ଚିନି ଆମ ଶରୀରର ବ୍ଲଡ୍‌ ଶୁଗାର ବଢାଇଥାଏ ଓ ଆମ ସ୍କିନ୍‌ କିଛି ଟିସୁ ଡ୍ୟାମେଜ୍‌ ହେବାକୁ ଲାଗିଥାଏ। ଏଥିପାଇଁ ତ୍ୱଚାର ରଙ୍ଗ ଶ୍ୟାମଳ ହୁଏ।  ସେଥିପାଇଁ ଖାଦ୍ୟରେ ଚିନି କମ୍‌ ବ୍ୟବହାର କରନ୍ତୁ।

ଫାଷ୍ଟ ଓ ସ୍ପାଇସି ଫୁଡ୍‌: ଅଧିକ ଫାଷ୍ଟଫୁଡ୍‌ ଖାଇବା ଦେହ ପାଇଁ ଖୁବ୍‌ କ୍ଷତିକାରକ। ଏହା ଦେହ ଖରାପ କରିବା ସହ ତ୍ୱଚାକୁ ଶ୍ୟାମଳ କରି ଦେଇଥାଏ। କାରଣ  ଅଧିକାଂଶ ଫାଷ୍ଟଫୁଡ୍‌ରେ ହାଇଡ୍ରୋଜନେଟେଡ୍‌ ଭେଜିଟେବଲ ଅୟଲର ବ୍ୟବହାର ହୋଇଥାଏ। ଯାହାକି ରୋମ ଛିଦ୍ରକୁ ବନ୍ଦ କରି ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos