Advertisment

ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା ହେଉଛି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କର ଖାଇ ସାରିବା ପରେ ପେଟ କାଟେ। ଗ୍ୟାସ୍‌ କିମ୍ୱା ବଦହଜମି ଯୋଗୁ ଏପରି ସମସ୍ୟା ଦେଖା ଦେଇଥାଏ। ତେବେ ଖାଇବା ପରେ ପେଟରେ ଯନ୍ତ୍ରଣାକୁ ଆଦୌ ହାଲ୍‌କା ଭାବେ ନେବା ଉଚିତ୍ ନୁହେଁ। କାରଣ ଏହା ଅନ୍ୟ କିଛି ରୋଗ ଆଡ଼କୁ ମଧ୍ୟ ଇସାରା ଦେଇଥାଏ, ଯାହା ବହୁତ କମ୍‌ ଲୋକଙ୍କୁ ଜଣା। ତା’ହେଲେ ଆସନ୍ତୁ ଜାଣିବା, ଖାଇବା ପରେ ପେଟ କାଟିବାର ବା ପେଟରେ ଯନ୍ତ୍ରଣା ହେବାର ଆଉ […]

author-image
Puspanjali Panda
ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା ହେଉଛି କି ?

p1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କର ଖାଇ ସାରିବା ପରେ ପେଟ କାଟେ। ଗ୍ୟାସ୍‌ କିମ୍ୱା ବଦହଜମି ଯୋଗୁ ଏପରି ସମସ୍ୟା ଦେଖା ଦେଇଥାଏ। ତେବେ ଖାଇବା ପରେ ପେଟରେ ଯନ୍ତ୍ରଣାକୁ ଆଦୌ ହାଲ୍‌କା ଭାବେ ନେବା ଉଚିତ୍ ନୁହେଁ। କାରଣ ଏହା ଅନ୍ୟ କିଛି ରୋଗ ଆଡ଼କୁ ମଧ୍ୟ ଇସାରା ଦେଇଥାଏ, ଯାହା ବହୁତ କମ୍‌ ଲୋକଙ୍କୁ ଜଣା। ତା’ହେଲେ ଆସନ୍ତୁ ଜାଣିବା, ଖାଇବା ପରେ ପେଟ କାଟିବାର ବା ପେଟରେ ଯନ୍ତ୍ରଣା ହେବାର ଆଉ କିଛି କାରଣ ସମ୍ପର୍କରେ।

Advertisment

୧. ଶରୀରରେ ଏନ୍‌ଜାଇମ୍‌ କମ୍‌ ହେଲେ, ଖାଦ୍ୟ ଠିକ୍‌ରେ ହଜମ ହୋଇ ନଥାଏ। ତେଣୁ ଖାଇବା ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହାକୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଏ। ଏଥିଯୋଗୁ କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଆଦି ସମସ୍ୟା ଉତ୍ପନ୍ନ ହୋଇଥାଏ।

୨. ଦୁଗ୍ଧ ଜାତୀୟ ଖାଦ୍ୟ ଓ ମସଲା ଜାତୀୟ ଖାଦ୍ୟକୁ ଶରୀର ସ୍ୱୀକାର ନ କଲେ ଫୁଡ୍‌ ଆଲର୍ଜି ହୋଇଥାଏ। ଏଥିପାଇଁ ମଧ୍ୟ ପେଟରେ ଯନ୍ତ୍ରଣା ହୋଇଥାଏ।

Advertisment

୩. ବେସନ, ଜଅ, ସୁଜି ଓ ଗହମ ଆଦି ଖାଦ୍ୟ ପଦାର୍ଥରେ ଗ୍ଲୁଟେନ୍‌ ନାମରେ ଏକ ପ୍ରୋଟିନ୍ ଥାଏ। ଯଦି ଏହା ହଜମ ନ ହେଲା, ତା’ହେଲେ ପାକସ୍ଥଳୀ ପ୍ରଭାବିତ ହୋଇଥାଏ। ଏହାକୁ ‘କୋଇଲିଏକ୍‌ ଡିଜିଜ୍‌’ (Coeliac disease) ବୋଲି ମଧ୍ୟ କୁହାଯାଏ। ଏହି ରୋଗ ହେଲେ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ ଓ ପେଟ କାଟେ।

୪. ଯଦି କାହାର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତା’ହେଲେ ଖାଇ ସାରିବା ପରେ ପେଟ କାଟିବ।