/odisha-reporter/media/post_attachments/uploadimage/library/16_9/16_9_0/IMAGE_1687916271.jpg)
Puri Bahuda Jatra 2023
ଚତୁର୍ଦ୍ଧା ବିଗ୍ରହଙ୍କର ଫେରନ୍ତା ଯାତ୍ରାକୁ ‘ବାହୁଡ଼ା ଯାତ୍ରା’ କୁହାଯାଏ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପୂର୍ବକ ରଥାରୁଢ଼ ହୋଇଥା’ନ୍ତି। ସେମାନେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ରଥରେ ବସି ଫେରିଥାନ୍ତି। କାଳିଆର ଏହି ଅପୂର୍ବ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ odishareporter.in
- Jun 28, 2023 18:56 IST
ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ
ବାହୁଡ଼ିଲେ ମହାବାହୁ: ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ; ତାଳଧ୍ୱଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷ ରଥ; ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ #Odisha#Puri#RathaYatra2023pic.twitter.com/wt98q6I1Ui
— Odisha Reporter (@OdishaReporter) June 28, 2023
- Jun 28, 2023 18:29 IST
ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
#ଭକ୍ତଙ୍କୁ_ଦର୍ଶନ_ଦେଉଛନ୍ତି_ମହାପ୍ରଭୁ
ଆସୁଛି କାଳିଆ। ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡ଼ଦାଣ୍ତ । #Odisha#Puri#rathajatra2023#rathayatra#BahudaJatra2023pic.twitter.com/uKAVYymCtk— Odisha Reporter (@OdishaReporter) June 28, 2023
- Jun 28, 2023 18:03 IST
ସିଂହଦ୍ୱାରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ
#ସିଂହଦ୍ୱାରରେ_ତାଳଧ୍ୱଜ_ଦର୍ପଦଳନ
ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ । ପଛେ ପଛେ ଆସୁଛନ୍ତି କାଳିଆ ସାଆନ୍ତ । #Odisha#Puri#PodaPita#RathYatra2023#JagannathRathYatra2023pic.twitter.com/RTLHyfb8IA— Odisha Reporter (@OdishaReporter) June 28, 2023
- Jun 28, 2023 17:02 IST
ପୋଡ଼ପିଠା ଖାଇବାକୁ ମାଉସୀ ମାଆଙ୍କ ପାଖରେ ଅଟକିଲେ ମହାପ୍ରଭୁ
#ପୋଡ଼ପିଠା_ଖାଇବାକୁ_ମାଉସୀ_ମାଆଙ୍କ_ପାଖରେ_ଅଟକିଲେ_ମହାପ୍ରଭୁ
ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଫେରୁଛନ୍ତି ମହାବାହୁ। #Odisha#Puri#PodaPita#RathYatra2023#JagannathRathYatra2023pic.twitter.com/grcxiRh2Kc— Odisha Reporter (@OdishaReporter) June 28, 2023
- Jun 28, 2023 16:42 IST
ପୋଡ଼ପିଠା ଖାଇବାକୁ ମାଉସୀ ମା’ଙ୍କ ପାଖରେ କାହିଁକି ଅଟକନ୍ତି ମହାପ୍ରଭୁ ?
ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକରେ ରହିଛି ପ୍ରସିଦ୍ଧ ମାଉସୀ ମା’ ବା ଅର୍ଦ୍ଧାଶିନୀ ମନ୍ଦିର। ରଥଯାତ୍ରାରେ ନୀଳକନ୍ଦରରୁ ରଥଯାତ୍ରାରେ ଭକ୍ତଗଣଙ୍କ ଗହଣକୁ ଆସିଥିବା ମହାପ୍ରଭୁ ବାହୁଡ଼ା ବେଳେ ଏହି ମନ୍ଦିର ନିକଟରେ ଅଟକନ୍ତି ଓ ମାଉସୀ ମା’ ମନ୍ଦିରରେ ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। ଏହି ଦିବ୍ୟା ଲୀଳା ପଛରେ ଅନେକ କିମ୍ୱକନ୍ତି ଓ ପୌରାଣିକ କଥାବସ୍ତୁ ରହିଥିବା ଜଣାଯାଏ।... ଅଧିକ ପଢ଼ନ୍ତୁ
- Jun 28, 2023 16:14 IST
ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି।
#ଜନସମୁଦ୍ର_ଶରଧାବାଲି
ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି। ୩ ରଥକୁ ଭକ୍ତିର ସହ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। #Odisha#Puri#rathajatra2023#rathayatra#BahudaJatrapic.twitter.com/ZCOrhyehKo— Odisha Reporter (@OdishaReporter) June 28, 2023
- Jun 28, 2023 16:10 IST
ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ୬ ଜଣ ଆହତ
ପୁରୀ: ମାର୍କେଟ ଛକ ନିକଟରେ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ୬ ଜଣ ଆହତ; ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ, ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି #Odisha#Puri#RathaYatra2023pic.twitter.com/zjDlJafiJf
— Odisha Reporter (@OdishaReporter) June 28, 2023
- Jun 28, 2023 14:09 IST
ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି, ଗଡ଼ିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ପୁରୀ: ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି, ଗଡ଼ିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ #Odisha#Puri#rathajatra2023#rathayatra#BahudaJatrapic.twitter.com/MaansSjlgv
— Odisha Reporter (@OdishaReporter) June 28, 2023
- Jun 28, 2023 13:37 IST
ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ
ପୁରୀ: ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି, ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ #Odisha#Puri#rathajatra2023#rathayatra#BahudaJatrapic.twitter.com/JLFVF4MrZx
— Odisha Reporter (@OdishaReporter) June 28, 2023
- Jun 28, 2023 13:05 IST
ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ
ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ, ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ #Odisha#Puri#rathajatra2023#rathayatra#BahudaJatrapic.twitter.com/aGgF1CZUha
— Odisha Reporter (@OdishaReporter) June 28, 2023
- Jun 28, 2023 12:27 IST
ଜଗତର ନାଥ ଜଗନ୍ନାଥଙ୍କ ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ
ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ #Odisha#Puri#rathajatra2023#rathayatra#BahudaJatrapic.twitter.com/j3vGKr4kgg
— Odisha Reporter (@OdishaReporter) June 28, 2023
- Jun 28, 2023 12:12 IST
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ‘ଛେରାପହଁରା’ କରୁଛନ୍ତି ଗଜପତି ମହାରାଜ
ପୁରୀ: ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ‘ଛେରାପହଁରା’ କରୁଛନ୍ତି ଗଜପତି ମହାରାଜ #Odisha#Puri#rathajatra2023#rathayatra#BahudaJatrapic.twitter.com/BzldCOZERJ
— Odisha Reporter (@OdishaReporter) June 28, 2023
- Jun 28, 2023 11:58 IST
ଶ୍ରୀବଳଭଦ୍ରଙ୍କ ରଥରେ ‘ଛେରା ପହଁରା’ କରୁଛନ୍ତି ଗଜପତି
ପୁରୀ: ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି, ଶ୍ରୀବଳଭଦ୍ରଙ୍କ ରଥରେ ‘ଛେରା ପହଁରା’ କରୁଛନ୍ତି ଗଜପତି #Odisha#Puri#BahudaJatra2023#bahudayatra2023pic.twitter.com/iLthvNEp0O
— Odisha Reporter (@OdishaReporter) June 28, 2023
- Jun 28, 2023 11:05 IST
ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି, ନୀଳକନ୍ଦରକୁ ଫେରିବେ ମହାପ୍ରଭୁ
ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାରୁଢ଼ ହୋଇଛନ୍ତି ତିନି ଠାକୁର। ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଛନ୍ତି। ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିରରୁ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି। ... ଅଧିକ ପଢ଼ନ୍ତୁ
- Jun 28, 2023 09:30 IST
ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ, ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଜଗତର ନାଥ ଜଗନ୍ନାଥ
ପୁରୀ: ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ, ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଜଗତର ନାଥ ଜଗନ୍ନାଥ #Odisha#Puri#rathajatra2023#rathayatra#BahudaJatrapic.twitter.com/qYIcd8YnrI
— Odisha Reporter (@OdishaReporter) June 28, 2023
- Jun 28, 2023 08:58 IST
ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ଦେବୀସୁଭଦ୍ରାଙ୍କ ପହଣ୍ଡି ବିଜେ
ପୁରୀ: ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ଦେବୀସୁଭଦ୍ରାଙ୍କ ପହଣ୍ଡି ବିଜେ #Odisha#Puri#rathajatra2023#rathayatra#BahudaJatrapic.twitter.com/ZmufSltzKF
— Odisha Reporter (@OdishaReporter) June 28, 2023
- Jun 28, 2023 08:37 IST
ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ବଳଭଦ୍ରଙ୍କ ପହଣ୍ଡି
ପୁରୀ: ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ବଳଭଦ୍ରଙ୍କ ପହଣ୍ଡି #Odisha#Puri#rathajatra2023#rathayatra#BahudaJatrapic.twitter.com/uC54bQwUaK
— Odisha Reporter (@OdishaReporter) June 28, 2023
- Jun 28, 2023 08:29 IST
ଧାଡ଼ି ପହଣ୍ଡିରେ ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ
ପୁରୀ: ଧାଡ଼ି ପହଣ୍ଡିରେ ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ #Odisha#Puri#rathajatra2023#rathayatra#BahudaJatrapic.twitter.com/uTYjfBqR9f
— Odisha Reporter (@OdishaReporter) June 28, 2023
- Jun 28, 2023 07:48 IST
ସବୁ ସେହି ମହାବାହୁଙ୍କ ପାଇଁ
#ସବୁ_ସେହି_ମହାବାହୁଙ୍କ_ପାଇଁ
ଆଜି ବାହୁଡ଼ା ଯାତ୍ରା: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ସମ୍ମୁଖରେ ଜଣେ ନୃତ୍ୟଶିଳ୍ପୀ #Odisha#Puri#rathajatra2023#rathayatra#BahudaJatrapic.twitter.com/cKWjpjjjUn— Odisha Reporter (@OdishaReporter) June 28, 2023
- Jun 28, 2023 07:18 IST
ଆଜି ବାହୁଡ଼ା, ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ
ଜନ୍ମବେଦିରେ ସରିଲା ଲୀଳାଖେଳା। ଆଜି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଅଧିକ ପଢ଼ନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
