Deva Snana Purnima 2024 Live Updates | Odisha Reporter
ଗ୍ରୀଷ୍ମ ଯାଉଛି। ବର୍ଷା ଆସୁଛି। ବାୟୁରେ ଆର୍ଦ୍ରତା। ଦେହରେ ଗରମ ଓ ଗୁଳୁଗୁଳି। ତାତିରୁ ମୁକ୍ତି ପାଇଁ ଦରକାର ମୁଣ୍ଡବୁଡ଼ା ଗାଧୁଆ। ସେଇଆ କରନ୍ତି ମହାପ୍ରୁ। ଆଜି ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା। ୧୦୮ ଗରା ପାଣିରେ ଗାଧୋଇବେ ଦିଅଁ। ବେଶ ହେବେ। ଭକ୍ତଜନଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ତାହାରି ବିବରଣୀ ଦେଖନ୍ତୁ ଓ ପଢ଼ନ୍ତୁ, ଏଠି ଏଇ ପୃଷ୍ଠାରେ, ଘଡ଼ିକୁ ଘଡ଼ି। ସ୍ନାନ ଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ. odishareporter.in
- Jun 22, 2024 17:54 IST
ଦିବ୍ୟ ସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ
- Jun 22, 2024 16:59 IST
ପଟ୍ଟଦିଅଁ କଥା
- Jun 22, 2024 16:38 IST
ଦିବ୍ୟ ସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ
- Jun 22, 2024 16:26 IST
ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି, ଦେଖନ୍ତୁ କିଛି ଫଟୋ
- Jun 22, 2024 15:26 IST
ସ୍ନାନ ମଣ୍ଡପରେ ଛେରା ପହଁରା ନୀତି
- Jun 22, 2024 13:18 IST
ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସରିବ ବୋଲି ଆଶା କରୁଛୁ
- Jun 22, 2024 12:59 IST
ପୁରୀରେ ବର୍ଷା; ଭିଜିଲେ ଭକ୍ତ
- Jun 22, 2024 12:40 IST
ଆମର ପରମ ସୌଭାଗ୍ୟ ଯେ ଆଜି ମହାପ୍ରଭୁଙ୍କ ସ୍ନାନବେଦୀ ତଳେ ନାଚୁଛୁ
- Jun 22, 2024 12:26 IST
ଗଦା ଧରି ବଡ଼ ଦାଣ୍ଡରେ ନାଚୁଛନ୍ତି ହନୁମାନ ବେଶଧାରୀ ଭକ୍ତ
- Jun 22, 2024 12:20 IST
ମହାପ୍ରଭୁଙ୍କ ଆଗରେ ବିଭୋର ହୋଇ ନାଚୁଛନ୍ତି ଭକ୍ତ
- Jun 22, 2024 12:17 IST
ଚାଲିଛି ଚତୁର୍ଦ୍ଧା ବିଗ୍ରହଙ୍କ ଜଳ ବିଜେ ନୀତି
- Jun 22, 2024 11:58 IST
ଜଗା ଦ୍ୱାରରେ କୁନି ସେବାୟତ
- Jun 22, 2024 11:47 IST
ସ୍ନାନ ବେଦୀରେ ମଙ୍ଗଳ ଆଳତୀ, ମଇଲମ ସମ୍ପନ୍ନ
- Jun 22, 2024 10:57 IST
ତୋ ମହାପ୍ରସାଦ ଟିକେ ମିଳୁରେ ମୋତେ କାଳିଆ
- Jun 22, 2024 10:55 IST
ମହାପ୍ରଭୁଙ୍କୁ ଦେଖିବା ପାଇଁ ଭାବବିହ୍ୱଳ ଭକ୍ତ
- Jun 22, 2024 10:37 IST
ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ତଡ଼ପ ଲାଗି, ଅବକାଶ ନୀତି ସମ୍ପନ୍ନ
- Jun 22, 2024 10:36 IST
ଚତୁର୍ଦ୍ଧା ମୂରତିଙ୍କ ତଡ଼ପ ଲାଗି, ଅବକାଶ ନୀତି ସମ୍ପନ୍ନ
- Jun 22, 2024 09:32 IST
ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ ସମ୍ପନ୍ନ
- Jun 22, 2024 09:27 IST
ଳୁହୁଳି ଓ ହରି ବୋଲରେ କମ୍ପୁଛି ବଡ଼ ଦାଣ୍ଡ
- Jun 22, 2024 09:02 IST
କାଳିଆକୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଗହଳି
- Jun 22, 2024 09:01 IST
ସ୍ନାନବେଦୀରେ ବିରାଜିଲେ କାଳିଆ ସାଆନ୍ତ
- Jun 22, 2024 08:59 IST
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପାଇଁ ପୁରୀରେ ପ୍ରବଳ ଭିଡ଼, ଭଗବାନଙ୍କୁ ଦେଖିବାକୁ ଆକୁଳ ଭକ୍ତ
- Jun 22, 2024 08:57 IST
ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ
- Jun 22, 2024 08:55 IST
ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ
- Jun 22, 2024 08:54 IST
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଭିଡ଼; ଜାଣନ୍ତୁ କିପରି ପ୍ରବେଶ ଓ ପ୍ରସ୍ଥାନ କରିବେ
ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ । ... ଆହୁରି ପଢ଼ନ୍ତୁ
- Jun 22, 2024 08:53 IST
ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ
- Jun 22, 2024 08:53 IST
ଆଜି ଦେବସ୍ନାନ ପୂର୍ଣ୍ଣମୀ, ଅପରାହ୍ନ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ
ଆଜି ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସୁଛନ୍ତି ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ।... ଆହୁରି ପଢ଼ନ୍ତୁ
- Jun 22, 2024 08:52 IST
ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ ; ୬୮ ପ୍ଲାଟୁନ ଫୋର୍ସ ମୃତୟନ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।...ଆହୁରି ପଢ଼ନ୍ତୁ
- Jun 22, 2024 08:32 IST
ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ, ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି
ଚଳିତ ବର୍ଷ ମହାପ୍ରଭୁଙ୍କ ମହାପର୍ବ ରଥଯାତ୍ରା ପାଇଁ କେଉଁ ଦିନ କି କି ନୀତିକାନ୍ତି ଅନୁଷ୍ଠିତ ହେବ, ଜାଣନ୍ତୁ...
- Jun 22, 2024 08:32 IST
ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା; ୯୬ ବର୍ଷ ବୟସରେ ବୁଣୁଛନ୍ତି ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର
ବୟସ ୯୬ ବର୍ଷ ଛୁଇଁଲାଣି । ଆଖିକୁ ଭଲରେ ଦିଶୁନି, କାନକୁ ଉଚ୍ଚ କରି କହିଲେ ଶୁଭୁଛି । ଅଣ୍ଟା ନଇଁ ଗଲାଣି। ଏ ବୟସରେ ବି ସେ ଥକି ପଡିନାହାନ୍ତି । କାହିଁକି ନା କଳିଆ ପୁଅ ତାର ନୂଆ ପାଟ ପିନ୍ଧିବ ବୋଲି କ୍ଷୁଣ ଶରୀରରେ ବି ଶକ୍ତି ଗୋଟାଇ ବସିପଡୁଛନ୍ତି ଅରଟ ପାଖରେ। ଆଉ ସତେ ଯେମିତି କୋଟି ଓଡ଼ିଆର ଗେହ୍ଲା ପୁଅ ଅଳି କରି ଏ ମାଉସୀର ହାତ ତିଆରି ବସ୍ତ୍ର ପିନ୍ଧିବାକୁ ଅନେଇ ବସୁଛି। ଦେଖନ୍ତୁ ପୂରା ରିପୋର୍ଟ...
- Jun 22, 2024 08:30 IST
ସଜେଇ ହୋଇଛି ସ୍ନାନବେଦୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି। ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ଅଧିକ ପଢ଼ନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719025204.jpg)