ଆଜିଠୁ ଖୋଲିବ ଭୁବନେଶ୍ୱର ୧ ନମ୍ବର ହାଟ। ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏହି ସୂଚନା ଦେଇଛନ୍ତି।
ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲ ଉଚ୍ଛେଦ ଭଳି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ।୫ ଦିନ ଧରି ୟୁନିଟ ୧ ହାଟ ବନ୍ଦ ରହିଥିଲା।
ଗତକାଲି ବିଏମସିର ଏକ ଟିମ୍ ହାଟ ପରିଦର୍ଶନ କରି ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲା।। ଏହାସହ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲା। ଅନ୍ୟପକ୍ଷରେ ସଂଘର ମୁଖ୍ୟ ଦାବି ପାର୍କିଂ ସମସ୍ୟା ୨ରୁ ୪ ଦିନରେ ସମାଧାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା। ଏହାପରେ ଆଜି ଭୁବନେଶ୍ୱର ୧ ନମ୍ବର ହାଟ ଖୋଲିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ପୂର୍ବରୁ ଏସବୁ ଦାବି ନେଇ କମିଶନରଙ୍କ ସହ ଆଲୋଚନା ବିଫଳ ପରେ ବଜାର ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲା ବ୍ୟବସାୟୀ ସଂଘ।