Advertisment

ନଇଁଲା ଇସ୍କନ; ଅଦିନିଆ ରଥଯାତ୍ରା ବନ୍ଦ

ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା। ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Jagannath

Jagannath

Advertisment

ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ୍‌ ପରେ ନଇଁଲା ଇସ୍କନ । କରିବାକୁ ଯାଇଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି। ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍‌ରେ ହେବନି ଇସ୍କନ ରଥଯାତ୍ରା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା। ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଇସ୍କନ ରଥଯାତ୍ରା ବାତିଲ ପରେ ଭୁବନେଶ୍ୱର ଶାଖା ଉପସଭାପତି ତୁକାରାମ ଦାଶ କହିଛନ୍ତି, ତିଥି ଅନୁସାରେ ସବୁଠି ରଥଯାତ୍ରା ହେଉ। ଆମେ ଏନେଇ ଉଦ୍ୟମ ଜାରି ରଖିଛୁ। ପାଣିପାଗର ସ୍ଥିତି, ସରକାରଙ୍କ ଅନୁମତି ନେଇ ସମସ୍ୟା ହେଉଛି। ମୁଁ ଏନେଇ ଗଜପତି ମହାରାଜାଙ୍କ ସହ କଥା ହୋଇଛି। ଗଜପତି ମହାରାଜା ଭାରତ ସରକାରଙ୍କ ସହ କଥା ହୁଅନ୍ତୁ। ଭାରତ ସରକାରଙ୍କ ସହ କଥା ହୋଇ ତିଥିରେ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ପୁଣି ଥରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା ଇସ୍କନ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା। ଇସ୍କନର ଏପରି କାର୍ଯ୍ୟକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି।

Advertisment

ଇସ୍କନ ର ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତ ମହାରାଜା ଦିବ୍ୟସିଂହ ଦେବ। ଏପରି ଅଦିନ ରଥ ଯାତ୍ରା ବନ୍ଦ କରିବାକୁ ଇସ୍କନକୁ ଚିଠି ଲେଖିଲେ ଗଜପତି। ଏହା ପରେ ଇସ୍କନ ତା’ ୱେବସାଇଟ୍‌ରୁ ସ୍ନାନଯାତ୍ରା ତଥ୍ୟ ହଟାଇଥିଲା। କିନ୍ତୁ ଅଦିନ ରଥଯାତ୍ରା ତଥ୍ୟ ଥିଲା। ଆଜି ଗଜପତି ମହାରାଜା ଇସ୍କନ ଉପରେ ମନଇଚ୍ଛା ବର୍ଷିଥିଲେ। ସାମ୍ୱାଦିକ ସମ୍ମିଳନୀ କରି ଗଜପତି କହିଥିଲେ, ରଥ ଯାତ୍ରା ଏକ ଖେଳ ଘର ନୁହେଁ। ଖୋଦ ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଦିଷ୍ଟ ତିଥିରେ ରଥ ଯାତ୍ରା ଆୟୋଜିତ ହେଉଛି। ମାତ୍ର ଇସ୍କନ ପକ୍ଷରୁ ପ୍ରାୟ ମାସେ ଦୁଇ ମାସ ବ୍ୟବଧାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଆୟୋଜିତ ହେଉଛି। ଇସ୍କନ ଏହାକୁ ଏକ ପ୍ରଚାର ଯାତ୍ରା ଭାବେ ପରିଚାଳନା କରୁଛି। କିନ୍ତୁ ଏହାକୁ ଆଉ ବରଦାସ୍ତ କରାଯିବନି। ଏଥର ଆମେ ଛାଡ଼ିବୁନି, ବହୁତ ହୋଇଗଲା। ରଥ ଯାତ୍ରା ପାଳନ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ମନମାନୀ ବିରୋଧରେ ଆଜି ଏପରି ବର୍ଷିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

Ratha Yatra ISKCON
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe