Advertisment

ଭରତପୁର ଥାନା କାଣ୍ଡ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO

କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ପିଏସଓ ଯୋଗାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Bharatpur Police Station

Bharatpur Police Station

Advertisment

ଭୁବନେଶ୍ୱରର ଭରତପୁର ଥାନା ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବା ପିଏସ୍‌ଓ। କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ପିଏସଓ ଯୋଗାଇ ଦିଆଯାଇଛି।

Advertisment

ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ କିଛି ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ସେ ଓ ତାଙ୍କ ପୁରୁଷ ବନ୍ଧୁ (ଭାରତୀୟ ସେନାରେ ମେଜର ଥିବା ଗୁରୁବଂଶ ସିଂହ) ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୁଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ସେ। ଏହି ଘଟଣାକୁ ନେଇ ପୂରା ଏକ ସପ୍ତାହ ବିବାଦ ଲାଗି ରହିଲା। ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପୀଡ଼ିତା ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ସହିତ ତାଙ୍କ ବାପା, ମେଜର ଗୁରୁବଂଶ ସିଂହ ଓ କେତେ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe