Advertisment

ବାର୍‌ରେ ଡ୍ୟାନ୍ସ କରିବାକୁ ନିବେଦନ କଲେ ଶତାଧିକ ବାର୍‌ଗର୍ଲ

ଚାକଚକ୍ୟ ରାଜଧାନୀର ରଜନୀଗନ୍ଧାର ବାସ୍ନାରେ ବିମୋହିତ ହୋଇ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ତରୁଣୀ। କିଏ ପରିବାର ଜଞ୍ଜାଳରେ ତ ଆଉ କିଏ ଅକଥନୀୟ ଦାରିଦ୍ର୍ୟର ଯନ୍ତ୍ରଣାରେ ଜର୍ଜରୀତ ହୋଇ ରାଜଧାନୀ ରଙ୍ଗୀନ ରାତିର ସାଥୀ ହୋଇଯାଇଛନ୍ତି।

Capital

Capital

Advertisment

ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍‌ରେ ଆଉ ହେବନି ଡ୍ୟାନ୍ସ। ନାଚିପାରିବେ ନାହିଁ ବାର୍‌ଗର୍ଲ। ରାଜ୍ୟ ସରକାରଙ୍କ ଏପରି କଠୋର ଆଭିମୁଖ୍ୟକୁ ବୁଦ୍ଧିଜୀବୀ ସ୍ୱାଗତ କରିଥିବା ବେଳେ ବିରୋଧ କରିଛନ୍ତି ବାର୍‌ଗର୍ଲ ଡ୍ୟାନ୍ସର। ଆଜି ଶତାଧିକ ବାର୍‌ଗର୍ଲ ଡ୍ୟାନ୍ସର ଭୁବନେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଭେଟିଛନ୍ତି। ବାର୍‌ରେ ଡ୍ୟାନ୍ସ କରିବାକୁ ନିବେଦନ କରିଛନ୍ତି।

Advertisment

ଅବକାରୀ ଅଧିକ୍ଷକଙ୍କୁ ଭେଟିବାକୁ ଆସିଥିବା ଜଣେ ବାର୍‌ ଡ୍ୟାନ୍ସର କହିଛନ୍ତି, ମୁଁ ଗୋଟିଏ ଗରିବ ପରିବାରରୁ ଆସିଛି। ଘରେ ମୋର ରୋଗୀଣା ବାପା ଓ ମାଆ ଅଛନ୍ତି। ସାନ ଭଉଣୀ ପାଠ ପଢ଼ୁଛି। ବାର୍‌ରେ ଡ୍ୟାନ୍ସ କରି ଯାହା ରୋଜଗାର କରୁଥିଲି, ସେଥିରେ ଚଳୁଥିଲା ମୋ ପରିବାର। ଏହାଛଡ଼ା ସେହି ଟଙ୍କାରେ ମୁଁ ମଧ୍ୟ ପାଠ ପଢ଼ୁଥିଲି। ହେଲେ ଗତ ଦୁଇ ମାସ ହେଲା ବାର୍‌ରେ ଡ୍ୟାନ୍ସ ବନ୍ଦ ରହିଛି। ତେଣୁ ନାନା ସମସ୍ୟା ଦେଇ ଆମେ ଗତି କରୁଛି। ଆମେ କ’ଣ କରିବୁ କିଛି ଭାବି ପାରୁନାହିଁ। ଏଠି ଯଦି ବାର୍‌ ନଖୋଲେ, ତା’ହାହେଲେ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେବୁ ବୋଲି ଡ୍ୟାନ୍ସର ଜଣକ କହିଛନ୍ତି।

ବାର୍‌ରେ ଖରାପ କାର୍ଯ୍ୟ ହେଉଥିବା ନେଇ ଆଉ ଜଣେ ବାର୍‌ ଡ୍ୟାନ୍ସର କହିଛନ୍ତି, ସବୁ ବାରରେ ଖରାପ କାମ ଚାଲେନି। ଯେଉଁଠି ଚାଲିଛି, ସେହି ବାର୍‌କୁ ବନ୍ଦ କରାଯାଉ। ହେଲେ ଗୋଟିଏ ବାର୍‌ ଖରାପ କାମ କଲା ବୋଲି ସବୁ ବାର୍‌ ବନ୍ଦ କରିବା ଠିକ୍‌ ନୁହେଁ। ବାରରେ ଡ୍ୟାନ୍ସ କରି ଆମେ ପେଟପାଟଣା ପୋଷୁଥିଲୁ। ହେଲେ ଏବେ ବାରରେ ଡ୍ୟାନ୍ସ ବନ୍ଦ ହେଲା ପରେ କ’ଣ କରିବୁ ଭାବି ପାରୁନାହୁଁ ବୋଲି ଯୁବତୀ ଜଣକ କହିଛନ୍ତି।

Advertisment

ଚାକଚକ୍ୟ ରାଜଧାନୀର ରଜନୀଗନ୍ଧାର ବାସ୍ନାରେ ବିମୋହିତ ହୋଇ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ତରୁଣୀ। କିଏ ପରିବାର ଜଞ୍ଜାଳରେ ତ ଆଉ କିଏ ଅକଥନୀୟ ଦାରିଦ୍ର୍ୟର ଯନ୍ତ୍ରଣାରେ ଜର୍ଜରୀତ ହୋଇ ରାଜଧାନୀ ରଙ୍ଗୀନ ରାତିର ସାଥୀ ହୋଇଯାଇଛନ୍ତି। ଆଉ ସଞ୍ଜ ନଉଁ ନଉଁ ମୁହଁରେ ରଙ୍ଗ ମାଖି ଝିଲ୍‌ମିଲ୍‌ ଆଲୁଅରେ ନିଜକୁ ହଜାଇ ଦିଅନ୍ତି। ବାର୍‌କୁ ଆସୁଥିବା ବଡ଼ ବଡ଼ିଆ ବାବୁଙ୍କ ପାଇଁ ଖୋଲି ଦିଅନ୍ତି ଖସିର ଫରୁଆ। ଆଉ ସେଥିପାଇଁ ସେମାନଙ୍କୁ ମିଳିଥାଏ ପାରିଶ୍ରମିକ। ସେଥିରେ ଚଳେ ପରିବାର।

ଚର୍ଚ୍ଚା ହେଉଛି ବାର୍‌ରେ ଅନୈତିକ କାର୍ଯ୍ୟ ହେଉଛି। ଯେଉଁଥିପାଇଁ ସହରରେ ନାନା ଅସାମାଜିକ କାର୍ଯ୍ୟବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବାର୍‌ରେ ମଦ ଓ ଡ୍ୟାନ୍ସ ବନ୍ଦ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ବାର୍‌ ଗୁଡ଼ିକ ବନ୍ଦ ହେଲେ ବାର୍‌ ଡ୍ୟାନ୍ସରମାନେ କରିବେ କଣ? ସେମାନଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି? ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱରରେ ୭୦୦ରୁ ଅଧିକ ଯୁବତୀ ବାର୍‌ ଡ୍ୟାନ୍ସର ଭାବେ କାମ କରୁଛନ୍ତି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe