ଭୁବନେଶ୍ୱରବାସୀଙ୍କୁ ଘାରିଛି ବୁଲା କୁକୁର ଭୟ। ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ଆସ କଲାବେଳେ କୁକୁର ଆକ୍ରମଣର ଶିକାର ହେଉଛନ୍ତି। ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ନେଇ ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ ହେଲେଣି। ରାତି କଥା ତ ଛାଡ଼, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି। ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲାବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି। ଯାହାକୁ ନେଇ ବିଏମସିକୁ ପ୍ରଶ୍ନ କରିଛନ୍ତି ଲୋକେ ।