ମନର ଭୟ ମୁହଁରୁ ବାରି ହୋଇଯାଉଛି। ଆଖି ଆଗରେ ଯାଉଛି ଜୀବନ, ଶୁଭୁଛି ସାଥିଙ୍କ ଗର୍ଜନ। ଜୀବନ ଯିବା ବେଳର ସେହି ରଡି ଏମାନଙ୍କ ହାର୍ଟବିଟ ବଢାଇ ଦେଉଛି । ଜଙ୍ଗଲର ଖୋଲା ଆକାଶ ତଳେ ଡାଳପତ୍ର ଖାଇବା ସମୟର ଖୁସି କଥା ମନେ ପଡ଼ିଯାଉଛି। ସେତେବେଳେ ମୁକ୍ତ ହୋଇ ଏଣେତେଣେ ବୁଲି ଚରୁଥିଲେ। ପେଟ ଭରି ଖାଇ ଡଉଲଡାଉଲ ହୋଇଥିଲେ। ଏବେ ଏଠାକୁ ଆସିଛନ୍ତି ହଣା ଖାଇବାକୁ।