Advertisment

ଉଧାର ମାତୃତ୍ୱ ପାଇଁ ମହିଳାଙ୍କୁ ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନ ଛୁଟି ଦେବେ ରାଜ୍ୟ ସରକାର

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

Government of Odisha

Government of Odisha

Advertisment

ଏଣିକି ଉଧାର ମାତୃତ୍ୱ(ସରୋଗେସୀ) ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ଏଣିକି ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ରାଜ୍ୟ ଅର୍ଥ ବିଭାଗ ଆଜି ଏସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି । ୨୦୧୧ ମସିହାରୁ ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ  କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି । ସରୋଗେସୀ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଆଜିଠୁ କାର୍ଯ୍ୟକାରୀ ହେବ ।

Advertisment

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ୍ ଜଣେ ଜୈବିକ ମାତା ଯିଏ ଅନ୍ୟଜଣେ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସେହିପରି ଜଣେ ରାଜ୍ୟ ପୁରୁଷ କର୍ମଚାରୀ ଯଦି ୨ରୁ କମ୍ ଜୀବିତ ସନ୍ତାନ ଥାଇ କମିଶନିଂ ଫାଦର ହୁଅନ୍ତି ତାଙ୍କୁ ସନ୍ତାନ ଜନ୍ମ ତାରିଖରୁ ୬ମାସ ମଧ୍ୟରେ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳିବ । କମିଶନିଂ ଫାଦର ଅର୍ଥାତ୍ ସରୋଗେସୀ ମାଧ୍ୟମରେ ଜନ୍ମିତ ସନ୍ତାନର ଜୈବିକ ପିତା ।

Advertisment

ଏହାସହିତ ସରୋଗେଟ୍ ମଦର ଓ କମିଶନିଂ ମଦର ରାଜ୍ୟ ସରକାରୀ କର୍ମଚାରୀ ହୋଇଥିବେ ତା’ହେଲେ ଉଭୟଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ସୁବିଧା ମିଳିବ । ମାତୃତୃ ଓ ପିତୃତ୍ୱ ଛୁଟି ସୁବିଧା ଲାଭ କରିବା ପାଇଁ ସରୋଗେଟ୍ ମଦର ଓ କମିଶନିଂ ଅଭିଭାବକ ମଧ୍ୟରେ ସରୋଗେସୀ ଉପରେ ହୋଇଥିବା ରାଜିନାମା ଓ ପଞ୍ଜିକୃତ ଡାକ୍ତର ଓ ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସଂକ୍ରାନ୍ତ ଦସ୍ତାବିଜ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe