Advertisment

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ? ଲାଗି ରହିଛି ଦ୍ୱନ୍ଦ୍ୱ

ପଞ୍ଜିକା ଭିତରେ ଏଭଳି ଅମେଳ, ପ୍ରଭାବିତ କରୁଛି ଯାନି ଯାତ୍ରା, ପର୍ବ ପର୍ବାଣୀ ଓ ଶ୍ରୀମନ୍ଦିର ନୀତିକାନ୍ତି। ଏ ଦ୍ୱନ୍ଦ୍ୱ ଦୂର ସହ ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।

Puri

Puri

Advertisment

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ? ଏପ୍ରିଲ ୧୩ ନା ୧୪ ତାରିଖରେ। ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ। ଗଣନାକାର ଓ ଜ୍ୟୋତିର୍ବିଦ୍‌ ମଧ୍ୟରେ ସ୍ପଷ୍ଟତା ଆସିପାରୁନି। ଏହି ଦ୍ୱନ୍ଦ୍ୱ ଦୂର ପାଇଁ ଆସନ୍ତା ୧୨ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବୈଠକ ଡକାଯାଇଛି।

Advertisment

ରାଧାରମଣ ଓ କୋହିନୂର ପଞ୍ଜିକାରେ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଥିବା ଉଲ୍ଲେଖ ରହିଥିବା ବେଳେ ସାମନ୍ତ ଚନ୍ଦ୍ରଶେଖର ଏବଂ ବିରଜା ପଞ୍ଜିକାରେ କିନ୍ତୁ ଏପ୍ରିଲ ୧୩ ତାରିଖ ଲେଖାଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ମହାବିଷୁବ ସଂକ୍ରାନ୍ତିକୁ ନେଇ ପଞ୍ଜିକା ଭିତରେ ରହିଥିବା ଏ ପାର୍ଥକ୍ୟ ସୃଷ୍ଟି କରିଛି ଦ୍ୱନ୍ଦ୍ୱ।

ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଗଣନାକାର ବୈକୁଣ୍ଠ ନାଥ ନାୟକ କହିଛନ୍ତି, ଭାରତ ସରକାରଙ୍କ ପାଞ୍ଜିରେ ୧୩ ତାରିଖ ରାତି ୯ଟା ୪ରେ ସୂର୍ଯ୍ୟ ମେଷ ରାଶିକୁ ଯିବେ।

Advertisment

ରାଧାରମଣ ପଞ୍ଜିକା ଗଣନାକାର ସଞ୍ଜୟ ଶତପଥୀ କହିଛନ୍ତି, ମୀନ ମାସ ଭୋଗ ରବିଙ୍କର ୩୧ ଦିନ ପଡ଼ିଛି। ସେହି ଦୃଷ୍ଟିରୁ ଗୋଟିଏ ଦିନ ଯେହେତୁ ସେପଟେ ବଢ଼ିଲା, ସେଥିପାଇଁ ଆମର ୧୪ ତାରିଖରେ ପଡ଼ିବ। ଆମେ ତାକୁ ସିଦ୍ଧ କରୁଛୁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

କୋହିନୂର ପଞ୍ଜିକା ଗଣନାକାର କୃଷ୍ଣପ୍ରସାଦ ମହାପାତ୍ର କହିଛନ୍ତି, ରାଧାରମଣ, କୋହିନୂର ଓ ବିଏନ୍‌ ତ୍ରିପାଠୀଙ୍କ ପଞ୍ଜିକାରେ ଏପ୍ରିଲ୍‌ ୧୪ ତାରିଖରେ ପଣା ସଂକ୍ରାନ୍ତି ରହିଛି।

ବିରଜା ପଞ୍ଜିକା ଗଣନାକାର ଭାଗବତ ପ୍ରସାଦ ମହାପାତ୍ର କହିଛନ୍ତି, ଯେହେତୁ ମଧ୍ୟ ରାତି ପୂର୍ବରୁ ରବି ଚଳଣ ହୋଇଛି, ତେଣୁ ଆମ ପଞ୍ଜିକାରେ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡୁଛି।

ତେଣେ ପଞ୍ଜିକା ଭିତରେ ଏଭଳି ଅମେଳ, ପ୍ରଭାବିତ କରୁଛି ଯାନି ଯାତ୍ରା, ପର୍ବ ପର୍ବାଣୀ ଓ ଶ୍ରୀମନ୍ଦିର ନୀତିକାନ୍ତି। ଏ ଦ୍ୱନ୍ଦ୍ୱ ଦୂର ସହ ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ଗଣନାକାର, ବରିଷ୍ଠ ସେବାୟତ, ତଢଉକରଣ ଓ ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ। ହେଲେ ନାନା ଘଣ୍ଟା ଚକଟା ପରେ ମଧ୍ୟ ପଣା ସଂକ୍ରାନ୍ତି ତାରିଖକୁ ନେଇ ଆସିପାରିନି ନିଷ୍କର୍ସ। ଫଳରେ ଆସନ୍ତା ୧୨ ତାରିଖକୁ ପୁଣି ଏହା ଉପରେ ପର୍ଯ୍ୟାଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ପୂଜାପଣ୍ଡା କହିଛନ୍ତି।

ଚଳିତ ବର୍ଷ ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କ ଅନବସର ନୀତିକୁ ନେଇ ମଧ୍ୟ ବିରାଟ ପରିବର୍ତ୍ତନ ଦେଖାଦେଇଛି। ଏଥର ଶ୍ରୀଜିଉଙ୍କ ଅନବସର ୧୩ ଦିନ ହେବ। ସେହିଭଳି କାର୍ତ୍ତିକ ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ହେବାକୁ ଯାଉଛି। ଫଳରେ ଏ ବର୍ଷ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବନି ବୋଲି କହିଲେଣି ବରିଷ୍ଠ ଦଇତାପତି। ଏଭଳି ପରିବର୍ତ୍ତନ ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ଗୁପ୍ତ ନୀତି କିଭଳି କରାଯିବ ତାକୁ ନେଇ ଆଶଙ୍କା ଉପୁଜିଲାଣି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe