ବାଗଦାଦ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍ ଜାରି କରିଛି ସୁନା କଏନ୍ ବା ସୁନା ମୁଦ୍ରା। ପୂର୍ବରୁ ଆଲୋଚନା ହେଉଥିଲା ଯେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଧନୀ ଆତଙ୍କବାଦୀ ସଂଗଠନ ଆଇଏସ୍ ସୁନା ଓ ରୂପ ମୁଦ୍ରା ପ୍ରଚଳନ କରିବ। ତେବେ ଏବେ କିଛି ମୁଦ୍ରାର ଚିତ୍ର ସାମ୍ନାକୁ ଆସିଛି। କୁହାଯାଉଛି ଏଗୁଡ଼ିକ ହେଉଛି ଆଇଏସ ଦ୍ୱାରା ପ୍ରସ୍ତୁତ ହୋଇଥିବା ସୁନା ମୁଦ୍ରା। ଆହୁରି ମଧ୍ୟ କୁହାଯାଉଛି ଯେ ଇରାକ ଓ ସିରିଆର ଯେଉଁ ଅଞ୍ଚଳଗୁଡ଼ିକ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ଆଇଏସର ଅକ୍ତିଆରରେ ଅଛି ସେଠାରେ ଏହି ମୁଦ୍ରା ପ୍ରଚଳନ ହୋଇଗଲାଣି। ସାମ୍ୱାଦିକ ଜୈଦ ବୈଜାମିନଙ୍କ ଟ୍ୱିଟରରେ ଏହି ମୁଦ୍ରା ଗୁଡ଼ିକର ୪ଟି ଚିତ୍ର ସେୟାର କରାଯାଇଛି। ସୁନାରେ ତିଆରି ଏହି ମୁଦ୍ରା ଗୁଡ଼ିକ ଉପରେ ଗହମ ଓ ବାର୍ଲି ଆଦିର ଚିତ୍ର ରହିଛି। ପୁଣି ଏଗୁଡ଼ିକରେ ଆରବୀ ଭାଷାରେ କିଛି ଲେଖାଯାଇଛି। କିଛି ଦେଶର ମାନଚିତ୍ର ବି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।