କେନ୍ଦ୍ର ସରକାରଙ୍କ ଘୋଷଣା- ନବଜାତର ମୃତ୍ୟୁ ହେଲେ ମହିଳା କର୍ମଚାରୀଙ୍କୁ ମିଳିବ ଏହି ଛୁଟି

ନୂଆଦିଲ୍ଲୀ: ସାଧାରଣତଃ ସମସ୍ତ କର୍ମଜୀବୀ ମହିଳାଙ୍କୁ ମାତୃତ୍ୱକାଳୀନ ଛୁଟି ଉପଲବ୍ଧ ହୋଇଥାଏ। ହେଲେ ଯେଉଁ କ୍ଷେତ୍ରରେ ପ୍ରବସ ପରେ ପିଲାଟି ଆଖି ବୁଜି ଦେଇଥାଏ, ଅଥବା ମା’ ପେଟରେ ହିଁ ପିଲାଟିର ମୃତ୍ୟୁ ହୋଇଥାଏ ସେତେବେଳେ କ’ଣ ଏହି ନିୟମ ଲାଗୁ ହୁଏ? କାରଣ ନିଜ ଛୁଆକୁ ହରାଇବା ଏକ ମା’ ପାଇଁ ସବୁଠୁ କଷ୍ଟଦାୟକ ଅନୁଭୂତି। ଏହା ମା’କୁ  ମାନସିକ ଭାବେ ଶକ୍ତ ଧକ୍କା ଦେଇଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ମହିଳାଜଣକ ସମୟ ନେଇଥାଏ।  […]

new born baby

  • Published: Saturday, 03 September 2022
  • , Updated: 03 September 2022, 09:49 AM IST

ନୂଆଦିଲ୍ଲୀ: ସାଧାରଣତଃ ସମସ୍ତ କର୍ମଜୀବୀ ମହିଳାଙ୍କୁ ମାତୃତ୍ୱକାଳୀନ ଛୁଟି ଉପଲବ୍ଧ ହୋଇଥାଏ। ହେଲେ ଯେଉଁ କ୍ଷେତ୍ରରେ ପ୍ରବସ ପରେ ପିଲାଟି ଆଖି ବୁଜି ଦେଇଥାଏ, ଅଥବା ମା’ ପେଟରେ ହିଁ ପିଲାଟିର ମୃତ୍ୟୁ ହୋଇଥାଏ ସେତେବେଳେ କ’ଣ ଏହି ନିୟମ ଲାଗୁ ହୁଏ? କାରଣ ନିଜ ଛୁଆକୁ ହରାଇବା ଏକ ମା’ ପାଇଁ ସବୁଠୁ କଷ୍ଟଦାୟକ ଅନୁଭୂତି। ଏହା ମା’କୁ  ମାନସିକ ଭାବେ ଶକ୍ତ ଧକ୍କା ଦେଇଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ମହିଳାଜଣକ ସମୟ ନେଇଥାଏ।  ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା।  ଅର୍ଥାତ ଯେଉଁ କର୍ମଜୀବୀ ମହିଳା ଏପରି ସ୍ଥିତିର ସମ୍ମୁଖନ ହେବେ ସେମାନଙ୍କୁ  ସ୍ୱାଭାବିକ ସ୍ଥିତିକୁ ଫେରିବାକୁ ମିଳିବ ୬୦ ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି।  ଏନେଇ  ଶୁକ୍ରବାର କର୍ମଚାରୀ ଓ ତାଲିମ ବିଭାଗ(DoPT ) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ,  ଜନ୍ମ ହେଉ ହେଉ ପିଲାଟିର ମୃତ୍ୟୁ ହେଲେ, ଅଥବା ମା’ ପେଟରେ ପିଲାଟି ଆଖି ବୁଜି ଦେଲେ ମା’ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥାଏ।   ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ମହିଳା କର୍ମଚାରୀଙ୍କୁ ୬୦ ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୃତ ଶିଶୁ ଜନ୍ମ  ହେଲେ,  ପ୍ରସବ ପରେ  ଶିଶୁଟି ଜୀବୀତ ଥିବାର କୌଣସି ଲକ୍ଷଣ ଦେଖା ନଗଲେ, କିମ୍ବା ୨୮ ସପ୍ତାହର ଗର୍ଭାବସ୍ଥାରେ ଯଦି ମୃତ ପିଲା ଜନ୍ମ ହେଲା ତେବେ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ / ବିଭାଗକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି।

DoPT  ଉଲ୍ଲେଖ କରିଛି ଯେ,  ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱକାଳୀନ ଛୁଟିରେ ଅଛନ୍ତି, ହେଲେ ଛୁଟି ନେବାର କିଛି ଦିନ ପରେ ତାଙ୍କର ଏକ ମୃତ ଶିଶୁ ଜନ୍ମ ହେବ, ଅଥବା ଶିଶୁଟି ଜନ୍ମ ହେବାର କିଛି ଦିନ ପରେ  ମୃତ୍ୟୁମୁଖରେ ପଡ଼ିବ । ତେବେ ପୂର୍ବ ଛୁଟିଗୁଡ଼ିକୁ ମାତୃତ୍ୱକାଳୀନ ଛୁଟିରୁ ହଟାଯାଇ ଅନ୍ୟ ଛୁଟିରେ ରୂପାନ୍ତର କରାଯିବ ଯାହା ନିମନ୍ତେ କୌଣସି ମେଡିକାଲ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ। ଏହାପରେ ଯେବେଠୁ ଛୁଆର ମୃତ୍ୟୁ ହେବ ସେବେଠୁ ୬୦ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପ୍ରଦାନ କରାଯିବ।

ଅନ୍ୟ ଏହି ନିର୍ଦ୍ଦେଶ ଅନୁଯାୟୀ, ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇ ନାହାନ୍ତି, ତେବେ ତାଙ୍କୁ ମୃତ ଶିଶୁର ଜନ୍ମ କିମ୍ବା ଶିଶୁର ମୃତ୍ୟୁ ଦିନଠାରୁ ୬୦ ଦିନର  ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପ୍ରଦାନ କରାଯିବ।  ଏହାବାଦ ଯଦି ଜନ୍ମ ପରଠୁ ୨୮ ଦିନ ମଧ୍ୟରେ ନବଜାତର ମୃତ୍ୟୁ ହୁଏ ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ। ଏହି ନିୟମ କେନ୍ଦ୍ର ସରକାରଙ୍କ ସେହି ମହିଳା କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନଙ୍କର ଦୁଇରୁ କମ୍ ବଞ୍ଚିଥିବା ପିଲା ଅଛନ୍ତି ।  ଏଥିସହ ସେମାନଙ୍କ ପ୍ରସବ ଏକ ସରକାରୀ କିମ୍ବା ସରକାରୀ ଅନୁମୋଦିନ ଡାକ୍ତରଖାନାରେ ହେବା ଆବଶ୍ୟକ । ହେଲେ ଜରୁରୀକାଳୀନ କ୍ଷେତ୍ରରେ ଏକ ଘରୋଇ ଡାକ୍ତରଖାନାରେ ପ୍ରସବ କଲେ  ଏହି ଛୁଟି ହାସଲ କରିବା ନିମନ୍ତେ   'ଜରୁରୀକାଳୀନ ପ୍ରମାଣପତ୍ର' ଦାଖଲ କରିବା ବାଧ୍ୟତାମୂଳକ ।

 

Related story