୧୦ ଆତଙ୍କୀଙ୍କୁ ମାରିଥିବା ଯବାନ ମୋହନ ଗୋସ୍ୱାମୀ ସହିଦ

ଶ୍ରୀନଗର: ଗତ ୧୧ ଦିନ ମଧ୍ୟରେ ୧୦ ଜଣ ଆତଙ୍କବାଦୀଙ୍କୁ ମାରିଥିବା ଭାରତୀୟ ସେନାର ସ୍ପେଶାଲ ଫୋର୍ସର ଯବାନ ମୋହନ ନାଥ ଗୋସ୍ୱାମୀ ସହିଦ ହୋଇଯାଇଛନ୍ତି। ଗତ ଗୁରୁବାର ହାଣ୍ଡୱାରାଠାରେ ଆତଙ୍କବାଦୀଙ୍କ ସହିତ ଲଢୁଥିବା ବେଳେ ସହିଦ ହୋଇଯାଇଥିଲେ। ପ୍ରାଣ ହରାଇବା ପୁର୍ବରୁ ୧୧ ଦିନ ମଧ୍ୟରେ ତାଙ୍କ ଗୁଳିରେ ନିହତ ହୋଇଥିଲେ ୧୦ ଆତଙ୍କବାଦୀ। ଏହି ୧୧ ଦିନ ମଧ୍ୟରେ ସେ ତିନିଟି ଆତଙ୍କବାଦ ବିରୋଧୀ ଅପରେସନରେ ସେ ସାମିଲ ହୋଇଥିଲେ। ଏଥିରେ ସେ ୧୦ […]

mohan

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 09:38 AM IST

[caption id="attachment_29812" align="alignleft" width="212"] ସହିଦ ମୋହନ ନାଥ ଗୋସ୍ୱାମୀ[/caption]

ଶ୍ରୀନଗର: ଗତ ୧୧ ଦିନ ମଧ୍ୟରେ ୧୦ ଜଣ ଆତଙ୍କବାଦୀଙ୍କୁ ମାରିଥିବା ଭାରତୀୟ ସେନାର ସ୍ପେଶାଲ ଫୋର୍ସର ଯବାନ ମୋହନ ନାଥ ଗୋସ୍ୱାମୀ ସହିଦ ହୋଇଯାଇଛନ୍ତି। ଗତ ଗୁରୁବାର ହାଣ୍ଡୱାରାଠାରେ ଆତଙ୍କବାଦୀଙ୍କ ସହିତ ଲଢୁଥିବା ବେଳେ ସହିଦ ହୋଇଯାଇଥିଲେ। ପ୍ରାଣ ହରାଇବା ପୁର୍ବରୁ ୧୧ ଦିନ ମଧ୍ୟରେ ତାଙ୍କ ଗୁଳିରେ ନିହତ ହୋଇଥିଲେ ୧୦ ଆତଙ୍କବାଦୀ। ଏହି ୧୧ ଦିନ ମଧ୍ୟରେ ସେ ତିନିଟି ଆତଙ୍କବାଦ ବିରୋଧୀ ଅପରେସନରେ ସେ ସାମିଲ ହୋଇଥିଲେ। ଏଥିରେ ସେ ୧୦ ଆତଙ୍କୀ ମାରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିଲା।

ଉଧାମପୁରର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଏସ.ଡି କୋସ୍ୱାମୀ କହିଛନ୍ତି ଯେ ମୋହନ ଜଣେ ବୀର ଥିଲେ। ତାଙ୍କର ଯୁଦ୍ଧ କରିବାର ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରୁଥିଲା।   ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୟୁନିଟ ଦ୍ୱାରା ହୋଇଥିବା ସମସ୍ତ ଅପରେସନରେ ସେ ସାମିଲ ହୋଇଥିଲେ।

Related story