ମୁମ୍ବାଇ ବିସ୍ଫୋରଣ ମାମଲା: ୧୦ ଦୋଷୀ ସାବ୍ୟସ୍ତ,୩ ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ୨୦୦୨ ଡିସେମ୍ବରରୁ ୨୦୦୩ ମାର୍ଚ୍ଚ ମଧ୍ୟରେ ମୁମ୍ବାଇରେ ହୋଇଥିବା ତିନୋଟି ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ସ୍ପେସିଆଲ୍ ପ୍ରିଭେନ୍‌ସନ୍‌ ଅଫ୍‌ ଟେରୋରଜିମ୍‌ ଆକ୍ଟ (ପୋଟା) କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ ନଦୀମ୍‌ ପୋଲୋବା, ହେରୁମ୍‌ ଲୋହାର ଓ ଅଦନାମ୍‌ ମୁଲ୍ଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନଙ୍କ ବରୁଦ୍ଧରେ ପୋଟାର ବିଭିନ୍ନ ଧାରା ଲାଗିଛି। ଆସନ୍ତାକାଲି ସେମାନଙ୍କୁ କେତେବର୍ଷ କାରାଦଣ୍ଡ ଦିଆଯିବା ସେ […]

2002-mumbai-blast-afp

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 03:35 PM IST

ମୁମ୍ବାଇ: ୨୦୦୨ ଡିସେମ୍ବରରୁ ୨୦୦୩ ମାର୍ଚ୍ଚ ମଧ୍ୟରେ ମୁମ୍ବାଇରେ ହୋଇଥିବା ତିନୋଟି ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ସ୍ପେସିଆଲ୍ ପ୍ରିଭେନ୍‌ସନ୍‌ ଅଫ୍‌ ଟେରୋରଜିମ୍‌ ଆକ୍ଟ (ପୋଟା) କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସେମାନେ ହେଲେ ନଦୀମ୍‌ ପୋଲୋବା, ହେରୁମ୍‌ ଲୋହାର ଓ ଅଦନାମ୍‌ ମୁଲ୍ଲା।

ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନଙ୍କ ବରୁଦ୍ଧରେ ପୋଟାର ବିଭିନ୍ନ ଧାରା ଲାଗିଛି।

ଆସନ୍ତାକାଲି ସେମାନଙ୍କୁ କେତେବର୍ଷ କାରାଦଣ୍ଡ ଦିଆଯିବା ସେ ନେଇ ରାୟ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଏହି ଅପରାଧୀମାନେ ମୁମ୍ବାଇର ତିନିଟି ସ୍ଥାନରେ ବୋମା ବିସ୍ଫୋରଣ କରିଥିଲେ। ୨୦୦୨ ଡିସେମ୍ବର ୬ ତାରିଖରେ ପ୍ରଥମ ବୋମା ମୁମ୍ବାଇ ସେଣ୍ଟ୍ରାଲ ରେଲ୍‌ୱେ ଷ୍ଟେସନ ପରିସରରେ ଥିବା ମ୍ୟାକ୍‌ଡୋନାଲ୍ଡ ରେଷ୍ଟୁରାଣ୍ଟ ମଧ୍ୟରେ ଘଟିଥିଲା। ୨୦୦୩ ଜାନୁଆରୀ ୨୭ରେ ଦ୍ୱିତୀୟ ବୋମା ବିସ୍ଫୋରଣ ଜନଗହଳୀପୂର୍ଣ୍ଣ  ଭାଇଲ ପାର୍ଲ ଇଷ୍ଟ ମାର୍କେଟରେ ଓ  ଏହି ମାସ ମାର୍ଚ୍ଚ ୧୩ ତାରିଖରେ ତୃତୀୟ ବୋମା ବିସ୍ଫୋରଣ ମୁଲୁଣ୍ଡ ରେଳୱେ ଷ୍ଟେସନର ଏକ ଟ୍ରେନ୍‌ରେ ହୋଇଥିଲା।

ଏଥିରେ ୧୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ଜଣ ଗୁରୁତର ଆହତ ହୋଇଥିଲା।

Related story