ଅମରାବତୀ: କାମସାରି ଘରକୁ ଫେରିବା ବେଳେ ୧୦ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶ ପ୍ରକଶମ ଜିଲ୍ଲାର ନଗୁଲୁପଡ୍ଡାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସଂଧ୍ୟାରେ ଏକ ଟ୍ରାକ୍ଟରରେ ଫେରୁଥିଲେ ଏହି ୧୦ ଶ୍ରମିକ। ଟ୍ରାକ୍ଟରଟି ରାସ୍ତାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଡ଼େଇ ହୋଇଯିବାରୁ ଭାରସାମ୍ୟ ହରାଇଥିଲା। ପରେ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ମୋଟ୍ ୧୦ ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁକ୍ତ ୨ ଛାତ୍ର ରହିଛନ୍ତି।
ଟ୍ରାକ୍ଟରରେ ମୋଟ୍ ୧୫ ଜଣ ଲୋକ ଥିଲେ। ବାକି ଆହତଙ୍କୁ ଅନଗୋଲ ସହରରେ ଥିବା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭ ମେଳା ଆରମ୍ଭ, ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା
ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।