ମୋଦିଙ୍କ ଦ୍ୱିତୀୟ ପାଳି ସରକାରକୁ ୧୦୦ ଦିନ, ପ୍ରତିକ୍ରିୟା ରଖିଲେ ସୂଚନା ପ୍ରସାରଣ ମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି। କଂଗ୍ରେସ ଏକ ଭିଡିଓ ଜାରି କରି ମୋଦି ସରକାରକୁ ବିଫଳ ବୋଲି କହିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ୧୦୦ ଦିନକୁ ସଫଳ ବୋଲି କହିଛନ୍ତି। ଏହି ଅବସରରେ ସରକାର ୧୦୦ ଦିନରେ ନେଇଥିବା ସମସ୍ତ ନିଷ୍ପତ୍ତି ବାବଦରେ ଏକ ବୁକଲେଟ୍ ରିଲିଜ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ସରକାରଙ୍କ ପାଇଁ ସବୁଠୁ ବଡ଼ […]

prakash javdekar

Subhransu Sekhar
  • Published: Sunday, 08 September 2019
  • , Updated: 08 September 2019, 05:00 PM IST

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି। କଂଗ୍ରେସ ଏକ ଭିଡିଓ ଜାରି କରି ମୋଦି ସରକାରକୁ ବିଫଳ ବୋଲି କହିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ୧୦୦ ଦିନକୁ ସଫଳ ବୋଲି କହିଛନ୍ତି। ଏହି ଅବସରରେ ସରକାର ୧୦୦ ଦିନରେ ନେଇଥିବା ସମସ୍ତ ନିଷ୍ପତ୍ତି ବାବଦରେ ଏକ ବୁକଲେଟ୍ ରିଲିଜ କରିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ସରକାରଙ୍କ ପାଇଁ ସବୁଠୁ ବଡ଼ ସଫଳତା ବୋଲି ଜାଭଡେକର କହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଗୋଟିଏ ଜମ୍ମୁ କଶ୍ମୀର ଅନ୍ୟଟି ଲଦାଖ ବୋଲି ସେ କହିଛନ୍ତି।

ଏଥିସହ ୟଏପିଏ ଆଇନ୍ ଅନୁସାରେ ଲସ୍କର-ଇ-ତୋଇବାର ମୁଖ୍ୟ ହାଫିଜ୍ ସୟିଦ୍, ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର, ଆତଙ୍କବାଦୀ ସଂଗଠନ ଏଲଇଟି ଜାକିର ଉର ରେହମାନ ଏବଂ ଅଣ୍ଡର ଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମକୁ ୧୦୦ ଦିନ ମଧ୍ୟରେ ଆତଙ୍କବାଦୀ ବୋଲି ଘୋଷଣା କରିବା ଆଉ ଏକ ସଫଳତା ବୋଲି ଜାଭଡେକର କହିଛନ୍ତି। ସରକାର ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି ତାହା ରାଷ୍ଟ୍ରହିତରେ ଓ ଲୋକଙ୍କ ଭାଗିଦାରୀରେ ନିଆଯାଇଛି ବୋଲି ସେ କହିଛନ୍ତି।

Related story