୧୦୮ ଦିନ ପରେ ଆନ୍ଦୋଳନରୁ ହଟିଲେ ଏଫଟିଆଇଆଇ ଛାତ୍ର

ନୂଆଦିଲ୍ଳୀ:ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ଛାତ୍ରମାନେ ଗଜେନ୍ଦ୍ର ଚୌହାନଙ୍କୁ  ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଚଳାଇଥିବା ଆନ୍ଦୋଳନ ରବିବାର ପ୍ରତ୍ୟାହାର କରିଛନ୍ତି। ଆସନ୍ତା ମଙ୍ଗଳବାର ସରକାରଙ୍କ ସହ ଛାତ୍ରମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରମାନଙ୍କୁ ଏକ ଚିଠି ଦିଆଯାଇଛି। ଏଥିରେ ଛାତ୍ରମାନଙ୍କ ଦାବି ସଂପର୍କରେ ମଙ୍ଗଳବାର ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏଫଟିଆଇଆଇର ଛାତ୍ରମାନେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟକୁ […]

ftii

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 09:21 AM IST

ନୂଆଦିଲ୍ଳୀ:ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ଛାତ୍ରମାନେ ଗଜେନ୍ଦ୍ର ଚୌହାନଙ୍କୁ  ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଚଳାଇଥିବା ଆନ୍ଦୋଳନ ରବିବାର ପ୍ରତ୍ୟାହାର କରିଛନ୍ତି। ଆସନ୍ତା ମଙ୍ଗଳବାର ସରକାରଙ୍କ ସହ ଛାତ୍ରମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରମାନଙ୍କୁ ଏକ ଚିଠି ଦିଆଯାଇଛି। ଏଥିରେ ଛାତ୍ରମାନଙ୍କ ଦାବି ସଂପର୍କରେ ମଙ୍ଗଳବାର ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏଫଟିଆଇଆଇର ଛାତ୍ରମାନେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟକୁ ଏକ ଚିଠି ଲେଖିଥିଲେ। ସରକାରଙ୍କ ସହ ଆଲୋଚନା ଓ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଛାତ୍ରମାନେ ଚିଠିରେ ଲେଖିଥିଲେ।

ସୂଚନାଯୋଗ୍ୟ, ଅଭିନେତା ଗଜେନ୍ଦ୍ର ଚୌହାନଙ୍କୁ  ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ୧୦୮ ଦିନ ହେବ ଛାତ୍ରମାନେ ଆନ୍ଦୋଳନ କରିଆସୁଥିଲେ।

Related story