ଏହି ସବୁ ସ୍ଥାନରେ ଫେବୃଆରୀ ୧୫ ଯାଏ ନାଇଟ କର୍ଫ୍ୟୁ

ଅହମଦାବାଦ: ଗୁଜରାଟର ୪ଟି ସହରରେ ଆସନ୍ତା ଫେବୃଆରୀ ୧୫ ତାରିଖ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାତି ୧୧ଟାରୁ ସକାଳ ୬ଟା ଯାଏ ଅହମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଗୁଜରାଟର ଆଡିସନାଲ ସଚିବ(ଗୃହ) ପଙ୍କଜ କୁମାର କହିଛନ୍ତି, ରାଜ୍ୟରେ ସୁସ୍ଥହାର ୯୬.୯୪% ରହିଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଏଥିପାଇଁ କରୋନା ସଂକ୍ରମଣକୁ ପୂରା ମାତ୍‌ ଦେବାକୁ ପାଇଁ ନୂଆ ପଦକ୍ଷେପ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁ […]

vca

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 06:30 PM IST

ଅହମଦାବାଦ: ଗୁଜରାଟର ୪ଟି ସହରରେ ଆସନ୍ତା ଫେବୃଆରୀ ୧୫ ତାରିଖ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାତି ୧୧ଟାରୁ ସକାଳ ୬ଟା ଯାଏ ଅହମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଗୁଜରାଟର ଆଡିସନାଲ ସଚିବ(ଗୃହ) ପଙ୍କଜ କୁମାର କହିଛନ୍ତି, ରାଜ୍ୟରେ ସୁସ୍ଥହାର ୯୬.୯୪% ରହିଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଏଥିପାଇଁ କରୋନା ସଂକ୍ରମଣକୁ ପୂରା ମାତ୍‌ ଦେବାକୁ ପାଇଁ ନୂଆ ପଦକ୍ଷେପ ଲାଗୁ କରାଯାଇଛି।

ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲେ ହେଁ ଗୁଜରାଟ ସରକାର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି। ପୂର୍ବରୁ ବିବାହ କାର୍ଯ୍ୟକ୍ରମରେ ୧୦୦ ଲୋକଙ୍କୁ ଯୋଗଦେବାକୁ ଅନୁମତି ଥିବା ବେଳେ ଏବେ ଏହାକୁ ୨୦୦ କରାଯାଇଛି। କମ୍ୟୁନିଟି ହଲ ଗୁଡ଼ିକ ନିଜ କ୍ଷମତାର ୫୦% ଆସନକୁ ବ୍ୟବହାର କରି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ।

ତେବେ ସିନେମା ହଲ ଠାରୁ ଆରମ୍ଭ କରି ବାହାଘର କାର୍ଯ୍ୟକ୍ରମରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପ୍ରଶାସନ ପକ୍ଷରୁ ଟ୍ରେନ, ବିମାନ ଓ ମେଟ୍ରୋରେ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ନଜର ରଖାଯିବ।

ଗତବର୍ଷ ଦୀପାବଳି ପରେ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ଅହମଦାବାଦ, ସୁରତ, ବଦୋଦରା ଓ ରାଜକୋଟରେ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ।

Related story