ଏୟାରପୋର୍ଟରେ ଆର୍ମି ପୋଷାକ ପିନ୍ଧି ବୁଲୁଥିବା ୧୧ ଯୁବକ ଗିରଫ

ଗୌହାଟୀ: ଆର୍ମି ପୋଷାକ ପିନ୍ଧି ଗୌହାଟୀର ଏଲଜିବିଆଇ ଏୟାରପୋର୍ଟ ନିକଟରେ ବୁଲୁଥିବା ୧୧ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ୍‌। ସେମାନେ ଏୟାରପୋର୍ଟ ନିକଟରେ ଥିବା ବେଳେ ସେମାନଙ୍କୁ ପରିଚୟପତ୍ର ମଗା ଯାଇଥିଲା। ହେଲେ ସେମାନେ ଏହାକୁ ଦେଖାଇ ପାରି ନଥିଲେ। ସେହିପରି ସେମାନଙ୍କ ଗତିବିଧି ମଧ୍ୟ ସନ୍ଦେହଜନକ ଥିବାରୁ ପୁଲିସ୍‌ ସମସ୍ତଙ୍କୁ ଗିରଫ କରିଛି। ଆର୍ମି ପୋଷାକରେ ଏତେ ଜଣ ଯୁବକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ କାହିଁକି ବୁଲୁଥିଲେ, ସେ ବିଷୟରେ ପୁଲିସ୍‌ କିଛି ବି […]

du

Hemant Lenka
  • Published: Tuesday, 17 November 2020
  • , Updated: 18 November 2020, 01:16 PM IST

ଗୌହାଟୀ: ଆର୍ମି ପୋଷାକ ପିନ୍ଧି ଗୌହାଟୀର ଏଲଜିବିଆଇ ଏୟାରପୋର୍ଟ ନିକଟରେ ବୁଲୁଥିବା ୧୧ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ୍‌। ସେମାନେ ଏୟାରପୋର୍ଟ ନିକଟରେ ଥିବା ବେଳେ ସେମାନଙ୍କୁ ପରିଚୟପତ୍ର ମଗା ଯାଇଥିଲା। ହେଲେ ସେମାନେ ଏହାକୁ ଦେଖାଇ ପାରି ନଥିଲେ। ସେହିପରି ସେମାନଙ୍କ ଗତିବିଧି ମଧ୍ୟ ସନ୍ଦେହଜନକ ଥିବାରୁ ପୁଲିସ୍‌ ସମସ୍ତଙ୍କୁ ଗିରଫ କରିଛି।

ଆର୍ମି ପୋଷାକରେ ଏତେ ଜଣ ଯୁବକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ କାହିଁକି ବୁଲୁଥିଲେ, ସେ ବିଷୟରେ ପୁଲିସ୍‌ କିଛି ବି କହିନାହିଁ। ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ପୁଲିସ ଆର୍ମି ପୋଷାକରେ ଥିବା ୪ ଜଣ ଯବାନଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ ପଚରାଉଚରା କରାଯିବା ବେଳେ ଆଉ ୭ ଜଣ ଆର୍ମି ପୋଷାକଧାରୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା।

ସେମାନଙ୍କୁ ଠାବ କରି ପରିଚୟପତ୍ର ମଗାଯାଇଥିଲା। ହେଲେ ସେମାନେ କୌଣସି ପ୍ରକାରର ପରିଚୟପତ୍ର ଦେଖାଇ ପାରି ନଥିଲେ କିମ୍ବା କାହିଁକି ଏଠାରେ ଅଛନ୍ତି, ସେକଥା ମଧ୍ୟ କହିପାରି ନଥିଲେ। ଏଥିପାଇଁ ପୁଲିସ୍‌ ସମସ୍ତଙ୍କୁ ମାମଲା ରୁଜୁ କରି ଗିରଫ କରିଛି। ସୂତ୍ର ଅନୁସାରେ, ଏହି ଯୁବକମାନେ ଦୀର୍ଘ ଗୋଟିଏ ମାସ ହେଲାଣି ସ୍ଥାନୀୟ ଅଞ୍ଚଳରେ ରହୁଥିଲେ।

ସେମାନେ ବେଆଇନ ଭାବେ ଆର୍ମି ପୋଷାକ ପରିଧାନ କରି ବୁଲୁଥିଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଧିରିମାନ ଗୋସ୍ୱାମୀ ରହିଛି। ସେ ହିଁ ଅନ୍ୟମାନଙ୍କୁ ନକଲି ନିଯୁକ୍ତିପତ୍ର ଦେଇ ସୁରକ୍ଷା କମ୍ପାନୀରେ କାର୍ଯ୍ୟ ଦେଇଥିଲା। ତେବେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ପୁଲିସ୍‌ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢ଼ନ୍ତୁ : ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

Related story