୧୧ରେ ଭାରତ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ନବମ ଇଣ୍ତୋ-ଜାପାନ ସମ୍ମିଳନୀରେ ପୂର୍ବରୁ ଦୁଇଦେଶ ମଧ୍ୟରେ ଅର୍ଥନୈତିକ ବିଶେଷ କରି ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରାଯିବ। ଦୁଇଦେଶ ମଧ୍ୟରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ […]

japanese-prime-minister-shinzo-abe

Rakesh Mallick
  • Published: Tuesday, 08 December 2015
  • , Updated: 09 December 2015, 02:52 AM IST

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ନବମ ଇଣ୍ତୋ-ଜାପାନ ସମ୍ମିଳନୀରେ ପୂର୍ବରୁ ଦୁଇଦେଶ ମଧ୍ୟରେ ଅର୍ଥନୈତିକ ବିଶେଷ କରି ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରାଯିବ। ଦୁଇଦେଶ ମଧ୍ୟରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ଓ ସେହିଦିନ ସିଞ୍ଜେ। ଆବେ ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।

Related story