ଉତ୍ତର ଭାରତରେ ବର୍ଷା ବିତ୍ପାତ, ନେଲାଣି ୧୩ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଇତି ମଧ୍ୟରେ ବର୍ଷା ଜନିତ ଅଘଟଣରେ ହିମାଚଳ ପ୍ରଦେଶ, ହରିଆଣା ଓ ଜମ୍ମୁ-କଶ୍ମୀରରେ ୧୩ ଜଣଙ୍କ ଜୀବନ ଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବରେ ମଧ୍ୟ ରେର୍ଡ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜମ୍ମୁ-କଶ୍ମୀରର ଡୋଡା […]

h

Hemant Lenka
  • Published: Monday, 24 September 2018
  • , Updated: 24 September 2018, 09:01 PM IST

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଇତି ମଧ୍ୟରେ ବର୍ଷା ଜନିତ ଅଘଟଣରେ ହିମାଚଳ ପ୍ରଦେଶ, ହରିଆଣା ଓ ଜମ୍ମୁ-କଶ୍ମୀରରେ ୧୩ ଜଣଙ୍କ ଜୀବନ ଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବରେ ମଧ୍ୟ ରେର୍ଡ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ସମସ୍ତ ସ୍କୁଲ ଓ ହିମାଚଳ ପ୍ରଦେଶର ଅଧିକାଂଶ ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ବଦ୍ରିନାଥ, କେଦାରନାଥ, ଯମୁନାତ୍ରି ଓ ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ଅବିଶ୍ରାନ୍ତ ବର୍ଷା ଯୋଗୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ପଞ୍ଜାବ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସେନାକୁ ଷ୍ଟାଣ୍ଡବାଇରେ ରଖାଯାଇଛି।

ହିମାଚଳ ପ୍ରଦେଶରେ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯିବା ସହ ବହୁ ଗାଡ଼ି ମଟର ଭାସିଯାଇଛି। କୁଲୁ ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇଆଲର୍ଟ ଜାରି କରାଯାଇଛି। କୁଲୁ ଜିଲ୍ଲାରେ ଗତ ୪୮ ଘଣ୍ଟାରେ ବନ୍ୟାରେ ଫସି ରହିଥିବା ୨୧ ଜଣ ଲୋକଙ୍କୁ ବାୟୁସେନା ଦ୍ୱାରା ଉଦ୍ଧାର କରାଯାଇଛି। ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ଉତ୍ତରାଖଣ୍ଡର ୪୫ଟି ଗ୍ରାମାଞ୍ଚଳ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ବିଭିନ୍ନ ସ୍ଥାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଜମ୍ମୁ-କଶ୍ମୀରର ଦୋଡା ଜିଲ୍ଲାରେ ଭୂସ୍ଖଳନ ଯୋଗୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କଠୁଆ ଜିଲ୍ଲାରେ ବନ୍ୟା ପାଣିରେ ଫସିଥିବା ୨୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ହିମାଚଳପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବର୍ଷା ବିତ୍ପାତର କିଛି ଦୃଶ୍ୟ:
https://youtu.be/CK2h7prM7oE

Related story