କାମ ଦେଲାନି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଠପ୍ ହେଲା ୧,୩୩୮ ମୋବାଇଲ ଟାଓ୍ୱାର

ଅମୃତସର: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ରତ ଚାଷୀ ଆଇନକୁ ହାତକୁ ନେଇଛନ୍ତି। ମୋବାଇଲ ଟାଓ୍ୱାର ବନ୍ଦ ହେବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ପାଖାପାଖି ୧,୩୩୮ ମୋବାଇଲ ଟାଓ୍ୱାର ସେବା ବ୍ୟାହତ କରିଛନ୍ତି ପଞ୍ଜାବର ଆନ୍ଦୋଳନରତ ଚାଷୀ। ଏଭଳି ନକରିବାକୁ କିନ୍ତୁ ଡିସେମ୍ୱର ୨୫ରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅଫିସ ଆହ୍ୱାନ କରିଥିଲା। ଏମିତି ହେଲେ ସମସ୍ତେ ହଇରାଣ ହେବେ ବୋଲି ପଞ୍ଜାବ ସିଏମଓ ଅଫିସ କହିଥିଲା। ଏଭଳି ହେଲେ ଜନସାଧାରଣ ନାନା […]

AMARINDER SINGH

Subhransu Sekhar
  • Published: Sunday, 27 December 2020
  • , Updated: 27 December 2020, 07:39 PM IST

ଅମୃତସର: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ରତ ଚାଷୀ ଆଇନକୁ ହାତକୁ ନେଇଛନ୍ତି। ମୋବାଇଲ ଟାଓ୍ୱାର ବନ୍ଦ ହେବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ପାଖାପାଖି ୧,୩୩୮ ମୋବାଇଲ ଟାଓ୍ୱାର ସେବା ବ୍ୟାହତ କରିଛନ୍ତି ପଞ୍ଜାବର ଆନ୍ଦୋଳନରତ ଚାଷୀ। ଏଭଳି ନକରିବାକୁ କିନ୍ତୁ ଡିସେମ୍ୱର ୨୫ରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅଫିସ ଆହ୍ୱାନ କରିଥିଲା। ଏମିତି ହେଲେ ସମସ୍ତେ ହଇରାଣ ହେବେ ବୋଲି ପଞ୍ଜାବ ସିଏମଓ ଅଫିସ କହିଥିଲା।

ଏଭଳି ହେଲେ ଜନସାଧାରଣ ନାନା ଅସୁବିଧାରେ ପଡ଼ିବା ସହିତ ଛାତ୍ରଛାତ୍ରୀ ଅନ୍ ଲାଇନରେ ପାଠ ପଢ଼ିବା ବ୍ୟାହାତ ହେବ। ଏମିତିକି ରାଜ୍ୟର କୃଷି କ୍ଷେତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥିବା ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍। କରୋନା ମହାମାରୀ ବେଳେ ଟେଲିକମ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟାଓ୍ୱାର ବନ୍ଦ ପଞ୍ଜାବର ସ୍ୱାର୍ଥରେ ନୁହେଁ। ତେଣୁ ଆନ୍ଦୋଳନରତ ଚାଷୀକୁ ଶାନ୍ତ ରହିବାକୁ ଅମରିନ୍ଦର କହିଥିଲେ।

ତେବେ ରିପୋର୍ଟ ଅନୁଯାୟୀ ଶନିବାର ଅପରାହ୍ନ ୬ଟା ୩୦ ସୁଦ୍ଧା ୧,୨୩୫ ମୋବାଇଲ୍ ଟାଓ୍ୱାର ସେବା ବନ୍ଦ ହୋଇଯାଇଥିଲା। ରବିବାର ସକାଳ ୮ଟା ଯାଏ ଏହି ସଂଖ୍ୟା ୧,୩୩୮ ହୋଇଥିଲା ସେହିପରି ଶନିବାର ରାତି ୮ଟାରୁ ୧୫୧ଟି ମୋବାଇଲ ଟାଓ୍ୱାର ଡାଉନ୍ ହୋଇଯାଇଥିଲା। ମୁଖ୍ୟତଃ ଜିଓ, ବିଏସଏନଏଲ ଟାଓ୍ୱାର ପ୍ରଭାବିତ ହୋଇଛି।

Related story