ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ୧୪ ରୋଗୀଙ୍କ ମୃତ୍ୟୁ

ରାଞ୍ଚି: ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ଝାଡଖଣ୍ଡର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ)ରେ। ଜଣେ ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକେ ନର୍ସଙ୍କୁ ମାରପିଟ୍ କରିବାରୁ ଜୁନିୟର ଡାକ୍ତର ଏବଂ ନର୍ସ ଆନ୍ଦୋଳନ କରିଥିଲେ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ଜଣେ ନର୍ସ ଗୀତା ଦେବୀ ନାମକ ରୋଗୀଙ୍କୁ ଇଞ୍ଜେକସନ୍ ଦେବାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗୀତା ଦେବୀଙ୍କ […]

strike

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 08:56 AM IST

ରାଞ୍ଚି: ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ଝାଡଖଣ୍ଡର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ)ରେ। ଜଣେ ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକେ ନର୍ସଙ୍କୁ ମାରପିଟ୍ କରିବାରୁ ଜୁନିୟର ଡାକ୍ତର ଏବଂ ନର୍ସ ଆନ୍ଦୋଳନ କରିଥିଲେ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ଜଣେ ନର୍ସ ଗୀତା ଦେବୀ ନାମକ ରୋଗୀଙ୍କୁ ଇଞ୍ଜେକସନ୍ ଦେବାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗୀତା ଦେବୀଙ୍କ ପରିବାର ଲୋକେ ନର୍ସଙ୍କ ସହ ଦୁର୍ବ୍ୟବହାର କରିବ ସହ  ତାଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିବାଦ କରି ଶନିବାର ସକାଳେ ଜୁନିୟର ଡାକ୍ତର ଓ ନର୍ସ ଆନ୍ଦୋଳନରେ ବସିଥିଲେ। ଏହାପରେ ମେଡିକାଲକୁ ଆସୁଥିବା ନୂତନ ରୋଗୀଙ୍କୁ ଭର୍ତ୍ତି କରାଯାଇନଥିଲା। ଏମିତିକି ଯେଉଁ ରୋଗୀମାନେ ପୂର୍ବରୁ ସେଠାରେ ଚିକିତ୍ସିତ ହେଉଥିଲେ ସେମାନଙ୍କୁ କୌଣସି ଚିକିତ୍ସା ଓ ମେଡିସିନ୍ ଦିଆଯାଇନଥିଲା। ଏହାଦ୍ୱାରା ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି।

ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନକୁ ଯୋଗୁଁ ପ୍ରାୟ ଦୁଇ ହଜାର ରୋଗୀ ଫେରିଯାଇଥିଲେ।  ଏହାସହିତ କିଛି ରୋଗୀଙ୍କୁ ସମ୍ପର୍କୀୟମାନେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଗତକାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ  ରଘୁବର ଦାସ ଆନ୍ଦୋଳନରତ ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ସୁଧୀର ତ୍ରିପାଠୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବେଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆନ୍ଦୋଳନରତ ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ।

Related story