ରାତି ଅଧରେ ୧୪୦ ପାରା ଗାଏବ, ସବୁ ଆଶ୍ଚର୍ଯ୍ୟ

ଜୟପୁର: ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ପାରାମାନଙ୍କ ପ୍ରତି ଅନେକ ଦୁର୍ବଳତା ରହିଛି। ସେଥିପାଇଁ ଲୋକେ ନିଜ ଘରେ ପାରା ପାଳିବାକୁ ପସନ୍ଦ କରନ୍ତି। ଯଦି ପାରାମାନଙ୍କୁ କିଛି କ୍ଷତି ହୁଏ, ତାହେଲେ ଲୋକଙ୍କୁ ବହୁତ ବାଧେ। ଏବେ ରାଜସ୍ଥାନର ସିକର ଅଞ୍ଚଳରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ଏକ ଦୁଇ ମହଲା ବିଶିଷ୍ଟ ଏକ ଛାତ ଉପରୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୧୪୦ […]

peigion

Ranjit Kumar Jena
  • Published: Sunday, 03 January 2021
  • , Updated: 03 January 2021, 02:18 PM IST

ଜୟପୁର: ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ପାରାମାନଙ୍କ ପ୍ରତି ଅନେକ ଦୁର୍ବଳତା ରହିଛି। ସେଥିପାଇଁ ଲୋକେ ନିଜ ଘରେ ପାରା ପାଳିବାକୁ ପସନ୍ଦ କରନ୍ତି। ଯଦି ପାରାମାନଙ୍କୁ କିଛି କ୍ଷତି ହୁଏ, ତାହେଲେ ଲୋକଙ୍କୁ ବହୁତ ବାଧେ। ଏବେ ରାଜସ୍ଥାନର ସିକର ଅଞ୍ଚଳରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ଏକ ଦୁଇ ମହଲା ବିଶିଷ୍ଟ ଏକ ଛାତ ଉପରୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୧୪୦ ପାରାକୁ ଚୋରି ହୋଇଯାଇଛି। ଏହିସବୁ କାମ ଚୋରମାନେ କରିଥିବା କହିଛନ୍ତି ପରିବାର ଲୋକେ।

ଘରର ମୁରବୀ ସଲିମ୍ ବେହଲିମ୍ ନିଜ ଘର ଛାତରେ ଅନେକ ରଙ୍ଗ ବେରଙ୍ଗର ପାରା ପାଳିଥିଲେ। ଡିସେମ୍ବର ୩୧ ତାରିଖ ରାତିରେ ଘରର ସବୁ ସଦସ୍ୟ ରାତ୍ର ଭୋଜନ ପରେ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୨ଟାରୁ ୩ଟା ଭିତରେ ଛାତ ଉପରେ କିଛି ଶବ୍ଦ ଶୁଣିଥିଲେ। ଯାହା ପରେ ସଲିମଙ୍କ ନାତି ଛାତ ଉପରକୁ ଯାଇ ଦେଖିଲା ଯେ ମାତ୍ର ୩ଟି ପାରାକୁ ଛାଡ଼ି ବାକି ସବୁ ପାରା ଗାଏବ ହୋଇଯାଇଛନ୍ତି। ଏହାସହ ଘର ଥିବା ୫୦ହଜାର ଟଙ୍କା ମଧ୍ୟ ଆଲମାରୀରୁ ଗାଏବ ଥିଲା।

ଏହି ଘଟଣା ପରୋ ନେଇ ସଲିମ୍ ଥାନାରେ ଏତଲା ଦେଇଛନ୍ତି। ସଲିମଙ୍କ ପରିବାରର କହିବା ମୁତାବକ, ୨ରୁ ୩ ଜଣ ଚୋର ରାତି ଅଧରେ ଆସିଥିଲେ। ହେଲେ ଚୋରମାନେ ଛାତ ଉପରକୁ ଚଢ଼ିବା ପାଇଁ ଯେଉଁ ଶିଢି ଆଣିଥିଲେ, ତାହା ସେହିଠାରେ ହିଁ ଛାଡ଼ି ଚାଲିଯାଇଥିଲେ। ଏବେ ଖୋଦ୍ ପରିବାର ଲୋକେ ଚୋରି ହୋଇଥିବା ପାରାଗୁଡ଼ିକୁ ଖୋଜିବାରେ ବାହାରି ପଡ଼ିଛନ୍ତି, କାରଣ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବହୁତ ଲୋକେ ପାରା ପାଳନ୍ତି।

ସଲିମ୍ କହିଛନ୍ତି, ମୋର ଦୁଇ ନାତି ପାରା ପାଳିବାକୁ ପସନ୍ଦ କରନ୍ତି। ଚାରିବର୍ଷ ତଳେ ଦୁଇ ନାତି ୮୦୦ ଟଙ୍କା ଲେଖାଏ ଦେଇ ୫ ଯୋଡ଼ା ପାରା କିଣିଥିଲେ। ଯାହାଙ୍କର ଛୁଆ ଜନ୍ମ ହେବା ପରେ ଏହି ସଂଖ୍ୟା ବଢ଼ିକି ୧୪୩ ହୋଇଥିଲା। ତେବେ ଏଥିରୁ ୧୪୦ ପାରା ଚୋରି ହୋଇଯାଇଛନ୍ତି। ଏଥିରୁ ଗୋଟିଏ ପାରାର ଗୋଡ଼ରେ ଚାନ୍ଦିର ଘୁଙ୍ଗୁର ଲାଗିଥିଲା। ସଲିମଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଦେଇଛି।

Related story